Advertisment

Fake Doctor:ନକଲି ଡାକ୍ତର କରୁଥିଲେ ସିଜରିଆନ, ୧୦ବର୍ଷ ହେବ ଲୋକଙ୍କୁ ଠକି ଚାଲିଥିଲେ

ଗିରଫ ବ୍ୟକ୍ତି ଜଣଙ୍କ ହେଲେ ପୁଲକ ମଲକାର। ସେ ନିଜକୁ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଭାବେ ପରିଚୟ ଦେଉଥିଲେ। ଏହି ନକଲି ପରିଚୟ ଦ୍ୱାରା ସେ ପ୍ରାୟ ୧୦ ବର୍ଷ ହେବ ସିଲଚରର ଦୁଇ ଘରୋଇ ହସ୍ପିଟାଲରେ ସିଜରିଆନ କରି ଚାଲିଥିଲେ।

Fake Doctor

Fake Doctor

Advertisment

ଅଭିନେତା ସଞ୍ଜୟ ଦତ୍ତଙ୍କ ମୁନ୍ନା ଭାଇ ଏମଏମବିବିଏସ୍‌ ସମସ୍ତେ ଦେଖିଥିବେ। ନକଲି ଡାକ୍ତରର କାହାଣୀ ସମସ୍ତେ ଜାଣିଥିବେ। ଏହାର ପୁନରାବୃତ୍ତି ବାସ୍ତବ ଜୀବନରେ ଘଟିଛି। ବିନା ଡିଗ୍ରୀରେ ନିଜକୁ ଡାକ୍ତରର ପରିଚୟ ଦେଇ ଜଣେ ବ୍ୟକ୍ତି ୫୦ରୁ ଅଧିକ ସଜରିଆନ କରିଛନ୍ତି।

Advertisment

ସିଜରିଆନକୁ ସି ସେକସନ ମଧ୍ୟ କୁହାଯାଏ। ଦୀର୍ଘ ଦଶନ୍ଧି ଧରି ଏପରି ସାଂଘାତିକ ଖେଳ ଖେଳି ଚାଲିଥିବା ବ୍ୟକ୍ତିଙ୍କୁ ଏବେ ଅପରେସନ ଥିଏଟରରୁ ଗିରଫ କରାଯାଇଛି। ଆସାମର ସିଲଚରରୁ ଏପରି ଘଟଣା ସାମ୍ନାକୁ ଆସିଛି।

ଗିରଫ ବ୍ୟକ୍ତି ଜଣଙ୍କ ହେଲେ ପୁଲକ ମଲକାର। ସେ ନିଜକୁ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଭାବେ ପରିଚୟ ଦେଉଥିଲେ। ଏହି ନକଲି ପରିଚୟ ଦ୍ୱାରା ସେ ପ୍ରାୟ ୧୦ ବର୍ଷ ହେବ ସିଲଚରର ଦୁଇ ଘରୋଇ ହସ୍ପିଟାଲରେ ସିଜରିଆନ କରି ଚାଲିଥିଲେ। ୫୦ରୁ ଅଧିକ ସିଜରିଆନ ସେ କରିଥିଲେ। ଏବେ ସେ ଗୋଟିଏ ଅପରେସନ ଥିଏଟରରେ ସିଜରିଆନ ସେକସନ କରୁଥିବା ବେଳେ ପୁଲିସ୍‌ ତାଙ୍କୁ ଗିରଫ କରିଛି।

Advertisment

ବରିଷ୍ଠ ପୁଲିସ୍‌ ଅଧିକାରୀ ନୁମାଲ ମହାତ୍ତା କହିଛନ୍ତି, “ଆମେ ଅଭିଯୁକ୍ତଙ୍କ ବିଷୟରେ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଥିଲୁ। ସମସ୍ତ ଦସ୍ତାବିଜ ଯାଞ୍ଚ କରିବା ବେଳେ ସେଗୁଡ଼ିକ ନକଲି ବୋଲି ପ୍ରମାଣିତ ହୋଇଥିଲା। ସେ ଜଣେ ନକଲି ଡାକ୍ତର ଓ ଦୀର୍ଘ ବର୍ଷ ହେଲାଣି ନକଲି ପ୍ରମାଣପତ୍ର ଜରିଆରେ ସେ ନିଜର ବ୍ୟବସାୟ କରୁଥିବା ଜଣାପଡ଼ିଥିଲା। ଏହାପରେ ରେଡ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।”

ପୁଲକ ମଲକାରଙ୍କ ଘର ଆସାମର ଶ୍ରୀଭୂମି ଅଞ୍ଚଳରେ। ଗିରଫ ପରେ ତାଙ୍କୁ ସୋମବାର କୋର୍ଟରେ ହାଜର କରାଯାଇଥିଲା। ପୁଲିସ୍‌ ତାଙ୍କ କାରବାର ସମ୍ପର୍କରେ ଜାଣିବା ପାଇଁ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି।

Advertisment
Assam Fake Doctor Fake Doctor Arrested
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ