Advertisment

Ashish Kapoor Arrested: ମହିଳାଙ୍କୁ ବାଥରୁମରେ ଦୁଷ୍କର୍ମ କଲେ ଟିଭିର ବଡ଼ ଅଭିନେତା ! ପୁନେରୁ ଗିରଫ କଲା ପୁଲିସ

ଦୁଷ୍କର୍ମ ଅଭିଯୋଗରେ ଅଭିନେତା ଆଶିଷ କପୁର ଗିରଫ । ଦିଲ୍ଲୀ ପୁଲିସ ଉତ୍ତର ଦିଲ୍ଲୀର ସିଭିଲ ଲାଇନ୍ସ ଅଞ୍ଚଳରେ ଏକ ଦୁଷ୍କର୍ମ ମାମଲାରେ ଟିଭି ଅଭିନେତା ଆଶିଷ କପୁରଙ୍କୁ ପୁନେରୁ ଗିରଫ କରିଛି।

ଅଦ୍ୟତନ ହୋଇଛି
ACTOR ARRESTD

ACTOR ARRESTD

Advertisment

ଦୁଷ୍କର୍ମ ଅଭିଯୋଗରେ ଅଭିନେତା ଆଶିଷ କପୁର ଗିରଫ । ଦିଲ୍ଲୀ ପୁଲିସ ଉତ୍ତର ଦିଲ୍ଲୀର ସିଭିଲ ଲାଇନ୍ସ ଅଞ୍ଚଳରେ ଏକ ଦୁଷ୍କର୍ମ ମାମଲାରେ ଟିଭି ଅଭିନେତା ଆଶିଷ କପୁରଙ୍କୁ ପୁନେରୁ ଗିରଫ କରିଛି। ଏ ରିସ୍ତା କ୍ୟା କେହଲାତା ହୈ" ଏବଂ "ମୋଲକ୍କି " ଭଳି ଟିଭି ଶୋ’ରେ କାମ କରି ଆଶିଷ ଘରେ ଘରେ ଲୋକପ୍ରିୟ । ୩୩ ବର୍ଷୀୟ ଅଭିନେତା ଜଣେ ୨୭ ବର୍ଷୀୟ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Advertisment

ଆଶିଷଙ୍କ ବିରୁଦ୍ଧରେ ଦିଲ୍ଲୀରେ ଏକ ହାଉସ୍ ପାର୍ଟି ସମୟରେ ଜଣେ ମହିଳାଙ୍କୁ ବାଥରୁମରେ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ତାଙ୍କ ବିରୁଦ୍ଧରେ ଅଗଷ୍ଟ ୧୧ ତାରିଖରେ ଅଭିଯୋଗ କରାଯାଇଥିଲା । ଏହାପରେ ପୁଲିସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା ଏବଂ ପୁନେରେ ତାଙ୍କୁ ଗିରଫ କରାଯାଇଛି।

ଆଶିଷ କପୁର ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ‘Ssshhh…Phir Koi Hai’ ଶୋରୁ। ଏହାପରେ ସେ ‘ସାଥ୍ ଫେରେ- ସାଲୋନି କା ସଫର’ରେ ନଜର ଆସିଥିଲେ। ତେବେ, ତାଙ୍କୁ ପ୍ରକୃତ ପରିଚୟ ମିଳିଥିଲା ‘ଦେଖା ଏକ ଖ୍ୱାବ’ ସୋ’ରୁ। ଏହି ସୋ’ରେ ସେ ଜଣେ ରାଜକୁମାରର ଭୂମିକାରେ ଅଭିନୟ କରିଥିଲେ। ଆଶିଷ ତାଙ୍କର ଅଭିନୟ ଦ୍ୱାରା ପ୍ରଶଂସକମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।

Advertisment

ଏହାପରେ ସେ ଅନେକ ଜଣାଶୁଣା ଶୋରେ କାମ କରିଛନ୍ତି। ସେ ‘ଏ ରିସ୍ତା କ୍ୟା କେହେଲାତା ହୈ’, ‘ଶଶୁରାଲ ସିମର କା ୨’, ‘ମନ୍ କି ଆବାଜ ପ୍ରତିଜ୍ଞା’, ‘ବାରିସ୍’, ‘ବୋ ଅପନା ସା’, ‘ସାବିତ୍ରୀ’, ‘ଲଭ୍ ମ୍ୟାରେଜ୍ ଓ ଆରେଞ୍ଜ ମ୍ୟାରେଜ୍’, ‘ମୋଲ୍ଲକି- ରିସ୍ତୋ କି ଅଗ୍ନିପରୀକ୍ଷା’ ଭଳି ଶୋ’ରେ ନଜର ଆସିଛନ୍ତି।

ଆଶିଷଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ତାଙ୍କର ନାମ ଅଭିନେତ୍ରୀ ପ୍ରିୟଲ ଗୌରଙ୍କ ଯୋଡ଼ା ହୋଇଥିଲା। ‘ଦେଖା ଏକ ଖ୍ୱାବ’ର ସହ-ଅଭିନେତ୍ରୀ ପ୍ରିୟଲଙ୍କ ସହ ତାଙ୍କ ନାମ ଖୁବ୍ ଚର୍ଚ୍ଚାରେ ରହିଥିଲା। ତେବେ, ସେମାନଙ୍କର ସମ୍ପର୍କ ବେଶି ଦିନ ଚାଲି ନଥିଲା। ବ୍ରେକଅପ୍ ପରେ ସେମାନେ ବନ୍ଧୁ ଭାବେ ରହିବାକୁ ପସନ୍ଦ କରିଥିଲେ।

Advertisment

ଏହାପରେ ତାଙ୍କର ନାମ ମଡେଲ ଇଲଡା କ୍ରୋନିଙ୍କ ସହ ଯୋଡ଼ା ହୋଇଥିଲା। ରିପୋର୍ଟ ଅନୁଯାୟୀ, ସେମାନେ ଦୁଇ ବର୍ଷ ଧରି ସମ୍ପର୍କରେ ଥିଲେ। କିନ୍ତୁ ସେମାନଙ୍କର ସମ୍ପର୍କ ବେଶୀ ଦିନ ଚାଲିନଥିଲା । ୨୦୨୧ରେ ତାଙ୍କର ନାମ ପର୍ଲ ଗ୍ରେଙ୍କ ସହ ଯୋଡ଼ା ଯାଇଥିଲା ।ଖବର ଥିଲା ଯେ ସେ ପର୍ଲ ଗ୍ରେଙ୍କ ସହ ନିର୍ବନ୍ଧ କରିଥିଲେ। କିନ୍ତୁ ଏହି ସମ୍ପର୍କ ମଧ୍ୟ ବେଶୀ ଦିନ ତିଷ୍ଠି ନଥିଲା ।

Pune Yeh Rishta Kya Kehlata Hai Arrested Girls Molested
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ