Advertisment

ଚିଟଫଣ୍ଡ ଟଙ୍କା ଲୁଟି ଫିଲ୍ମ ଜଗତରେ ବିନିଯୋଗ କରୁଥିଲେ ପୂର୍ବତନ ବିଧାୟକ

ଚିଟଫଣ୍ଡ ଠକେଇର ଗିରଫ ହୋଇଥିବା ବିଶାଖାପାଟଣାର ପୂର୍ବତନ ବିଧାୟକଙ୍କର ତେଲୁଗୁ ଫିଲ୍ମ ଲିଙ୍କ ଥିବା ଜଣାପଡ଼ିଛି। କୋଟି କୋଟି ଟଙ୍କା ଗ୍ରାହକଙ୍କଠାରୁ ଠକି ସେ ତିଆରି କରୁଥିଲେ ଫିଲ୍ମ।

ଅଦ୍ୟତନ ହୋଇଛି
chit fund scam

chit fund scam

Advertisment

ଭୁବନେଶ୍ୱର: ଚିଟଫଣ୍ଡ ଠକେଇର ଗିରଫ ହୋଇଥିବା ବିଶାଖାପାଟଣାର ପୂର୍ବତନ ବିଧାୟକଙ୍କର ତେଲୁଗୁ ଫିଲ୍ମ ଲିଙ୍କ ଥିବା ଜଣାପଡ଼ିଛି। କୋଟି କୋଟି ଟଙ୍କା ଗ୍ରାହକଙ୍କଠାରୁ ଠକି ସେ ତିଆରି କରୁଥିଲେ ଫିଲ୍ମ। ଏନେଇ ସୂଚନା ଦେଇଛନ୍ତି ମାମଲାର ତଦନ୍ତ କରୁଥିବା ଅର୍ଥନୈତିକ ଅପରାଧ ଶାଖାର ଏସ୍‌ପି ଗାଗାରିନ ମହାନ୍ତି।

Advertisment

ସେ ଜଣେ ନାମୀଦାମୀ ପ୍ରଯୋଜକ ଥିଲେ। ଚିଟଫଣ୍ଡ ବାବଦକୁ କୋଟି କୋଟି ଟଙ୍କା ଲୁଟି ଫିଲ୍ମ ଜଗତରେ ବିନିଯୋଗ କରିଥିଲେ ପୂର୍ବତନ ବିଧାୟକ ଏମ୍.ଭି. ପ୍ରସାଦ। ବଡ଼ ବଡ଼ ବ୍ୟାନରରେ ଫିଲ୍ମ ତିଆରି କରୁଥିଲେ ।  ୱେଲଫେୟାର ଗ୍ରୁପ୍ ଅଫ୍ କମ୍ପାନୀ ନାଁରେ ଏମ.ଭି ପ୍ରସାଦ ୧୨ ଶହ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି।

Advertisment

୨୦୦୧ରୁ ସେ ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ର ବିଭିନ୍ନ ଅଞ୍ଚଳର ଲୋକଙ୍କଠାରୁ ଜମା ସଂଗ୍ରହ କରି ସେହି ଟଙ୍କା ଆଉ ଫେରାଇ ନ ଥିଲେ। ଠକେଇ ଅଭିଯୋଗରେ ବିଶାଖାପାଟଣା ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ଏମ୍‌ଭି ପ୍ରସାଦଙ୍କୁ ଗିରଫ କରିଥିଲା । ଇଓଡବ୍ଲ୍ୟୁ  ତାସହ ପ୍ରସାଦଙ୍କ ଘରେ ଚଢ଼ଉ କରି ୪୫ ଲକ୍ଷ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। 

ଚିଟଫଣ୍ଡ ଠକେଇ ଅଭିଯୋଗରେ ଗିରଫ ପରେ ଗତକାଲି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ଏମଭି ପ୍ରସାଦଙ୍କୁ। ଗତକାଲି  ତାଙ୍କୁ କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ହାଜର କରାଯାଇଥିଲା। ଆସନ୍ତା ସୋମବାର ଜାମିନ ଆବେଦନର ଶୁଣାଣି ହେବ।

Advertisment

ସୂଚନାଥାଉ କି, ବିଧାୟକଙ୍କ ଏହି କମ୍ପାନୀ ବିଭିନ୍ନ ଅଞ୍ଚଳରେ ଶାଖା ଖୋଲି ଲୋକଙ୍କଠୁ ଟଙ୍କା ଆଦାୟ କରି ଫେରାଇ ନଥିବା ଅଭିଯୋଗ ରହିଛି।  ଓଡ଼ିଶା ସିଆଇଡି ଟିମ୍ ବିଶାଖାପାଟଣା ଘରେ ଚଢ଼ଉ କରି ପ୍ରାୟ ୪୫ ଲକ୍ଷ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା।  ୨୦୦୯ରେ ଏମ୍ ଭି ପ୍ରସାଦ କଂଗ୍ରେସରୁ ବିଧାୟକ ଥିଲେ। ପରେ ୨୦୧୯ରେ ସେ ୟାଇଏସ୍ଆର୍ କଂଗ୍ରେସରେ ସାମିଲ ହୋଇଥିଲେ। ଏବେ ସେ ଆନ୍ଧ୍ରର ଶିକ୍ଷା ଏବଂ ୱେଲଫେର ଡେଭଲପମେଣ୍ଟ କର୍ପୋରେସନ୍‌ର ଚେୟାରମ୍ୟାନ୍ ଭାବେ କାର୍ଯ୍ୟ କରୁଛନ୍ତି ।

Chit Fund Scam Chit Fund Scam In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ