Advertisment

Opium Smuggling: ଛୁଟି ନେଇ ଅଫିମ ଚାଲାଣ କରୁଥିଲେ କନଷ୍ଟେବଳ, ସାଥ୍ ଦେଉଥିଲା ଗାର୍ଲଫ୍ରେଣ୍ଡ

ଛୁଟି ନେଇ କନଷ୍ଟେବଳ କରୁଥିଲେ ଅଫିମ ଚାଲାଣ । ସହଯୋଗ କରୁଥିଲା ଗାର୍ଲଫ୍ରେଣ୍ଡ । ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି ସ୍ପେଶାଲ ସେଲ୍ । ରେଡ୍ ବେଳେ କାର୍‌ ଭିତରୁ ୧୮ ପ୍ୟାକେଟ୍ ଅଫିମ ଜବତ ହୋଇଛି ।

ଅଦ୍ୟତନ ହୋଇଛି
Opium Smuggling

Opium Smuggling

Advertisment

ଗାର୍ଲଫ୍ରେଣ୍ଡ୍ ସହ ମିଶି ଅଫିମ ଚାଲାଣ କରୁଥିଲେ କନଷ୍ଟେବଳ । ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କଲା ସ୍ପେଶାଲ ସେଲ୍ । କନଷ୍ଟେବଳ ଓ ତାଙ୍କ ବାନ୍ଧବୀଙ୍କ ସମେତ ଆଉ ଜଣେ ସହଯୋଗୀକୁ ମଧ୍ୟ ଗିରଫ କରାଯାଇଛି । ଚଢାଉ ବେଳେ କାର୍‌ ଭିତରୁ ୧୮ ପ୍ୟାକେଟ୍ ଅଫିମ ଜବତ ହୋଇଛି । 

Advertisment

ସବୁଠୁ ବଡ଼ କଥା ହେଉଛି, ଅଭିଯୁକ୍ତ କନଷ୍ଟେବଳ ଗୋଧୁରାମ ଡ୍ୟୁଟିରୁ ଛୁଟି ନେଇଥିଲେ । ଆଉ ସେହି ସମୟରେ ଅଫିମ ଚାଲାଣ କରୁଥିଲେ । ଆର୍ମିରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ । ସ୍ପେଶାଲ ସେଲ୍‌ର ସୂଚନା ଅନୁସାରେ, ଏହି ମାମଲାରେ ମଣିପୁର ଓ ରାଜସ୍ଥାନରୁ ଆଉ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇପାରେ । ଏହି ଅଫିମ ମଣିପୁରରୁ ରାଜସ୍ଥାନକୁ ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି। ଏହି କନଷ୍ଟେବଳ ଜଣକ ଗାର୍ଲଫ୍ରେଣ୍ଡ ସହ ମିଶି ଅଫିମ ଚାଲାଣ ରାକେଟ୍ ଚଳାଇଥିଲେ । ଆଉ ଟ୍ରିପ୍‌ ପିଛା ୩ ଲକ୍ଷ ଟଙ୍କା ନେଉଥିଲେ । ଏସବୁର ପର୍ଦ୍ଦାଫାସ କରିଛି ସ୍ପେଶାଲ ସେଲ୍ । 

ଅଧିକ ପଢନ୍ତୁ: ଅଫିମ ଚାଷର ହବ୍ ପାଲଟିଲାଣି ଶିମିଳିପାଳ, ବାଘ ଖୋଜିଲେ ଗଞ୍ଜେଇ ମିଳୁଛି

Advertisment
Army Smugglers Arrested Constable
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ