Advertisment

ବ୍ରେଡ୍, କେକ୍ କିଣିଲାବେଳେ ଭଲକି ଦେଖୁଛନ୍ତି ତ ପ୍ୟାକିଂ ଡେଟ୍?

ଚଢ଼ଉ ସମୟରେ ବିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ସ୍ପଷ୍ଟ ଭାବେ କହିଛନ୍ତି- ଏହା ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଫ୍-୨୦୦୬- ସେକ୍ସନ ୨୩ର ଖୋଲାଖୋଲି ଉଲ୍ଲଂଘନ। ଯେକୌଣସି ଖାଦ୍ୟ ସାମଗ୍ରୀ ୭ ଦିନରୁ ୩ ମାସ ଭିତରେ ବିକ୍ରୀ ପାଇଁ ଉଦ୍ଦିଷ୍ଟ ଥିଲେ, ପ୍ୟାକିଂରେ ମ୍ୟାନୁଫାକ୍ଚରିଂ ଓ ଏକ୍ସପାୟାରୀ ଡେଟ୍ ରହିବା ବାଧ୍ୟତାମୂଳକ। ଏସବୁ ନିୟମ ସଠିକ୍ ପାଳନ ହେଉଛି କି ନାହିଁ, ତାକୁ ଦେଖିବାକୁ ଆଗକୁ ସହର ସାରା ଚଢ଼ଉ ଚାଲିବ।

Local made Bakery Item

Local made Bakery Item

Advertisment

ଭୁବନେଶ୍ୱର: କେତେ ସ୍ୱାସ୍ଥ୍ୟକର ଲୋକାଲ ମେଡ୍ ବେକେରୀ ଆଇଟମ୍ ? ବ୍ରେଡ୍, କେକ୍ ଅବା ବିସ୍କୁଟ୍ ? କିଣିଲାବେଳେ ଭଲକି ଦେଖୁଛନ୍ତି ତ ମ୍ୟାନୁଫାକଚରିଂ ଓ ଏକ୍ସପାୟାରୀ ଡେଟ୍ ? କାରଣ ଆଜିକାଲି ବଜାରରେ ଏମିତି ଅନେକ ପାଟି ସୁଆଦିଆ ବେକେରୀ ପ୍ରଡକ୍ଟ ବିକ୍ରି ହେଉଛି, ଯାହାର ନା ଅଛି କମ୍ପାନୀ ଲୋଗୋ ନା ଲେଖା ଅଛି ପ୍ରସ୍ତୁତି ତାରିଖ। ଆଉ କିଛିରେ ତ କମ୍ପାନୀ ବାଲା ଚାଲାକି କରି କେବଳ ବେଷ୍ଟ ବିଫୋର ତାରିଖ ଠାରି ଦେଇ ଦୋଷ ତୁଟେଇ ଦେଇଛନ୍ତି। ଗ୍ରାହକ କେମିତି ଜାଣିବ କେତେ ଦିନ ତଳୁ ତିଆରି ହୋଇଛି ପ୍ରଡକ୍ଟ ? ରାଜଧାନୀରେ ସଚେତନ ଗ୍ରାହକଙ୍କ ପାଖରୁ ଏଭଳି ମାଳ ମାଳ ଅଭିଯୋଗ ଆସିବା ପରେ ହଠାତ୍ ଚେଇଁ ଉଠିଛି ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ। ଆଜି ଖାରବେଳନଗର ଅଞ୍ଚଳରେ ଏକ ବେକରୀ ଫ୍ୟାକ୍ଟ୍ରିରେ ଚଢ଼ଉ କରି ବିଏମ୍‌ସି ଅଧିକାରୀ ଅନସ୍ପଟ୍ ପ୍ରମାଣ ପାଇଛନ୍ତି। ସଂପୃକ୍ତ ବେକରୀ କମ୍ପାନୀକୁ ତାଗିଦ୍ କରିଛନ୍ତି ଓ ଫାଇନ୍ ବି କାଟିଛନ୍ତି।

Advertisment

ତେବେ ଚଢ଼ଉ ସମୟରେ ବିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ସ୍ପଷ୍ଟ ଭାବେ କହିଛନ୍ତି- ଏହା ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଫ୍-୨୦୦୬- ସେକ୍ସନ ୨୩ର ଖୋଲାଖୋଲି ଉଲ୍ଲଂଘନ। ଯେକୌଣସି ଖାଦ୍ୟ ସାମଗ୍ରୀ ୭ ଦିନରୁ ୩ ମାସ ଭିତରେ ବିକ୍ରୀ ପାଇଁ ଉଦ୍ଦିଷ୍ଟ ଥିଲେ, ପ୍ୟାକିଂରେ ମ୍ୟାନୁଫାକ୍ଚରିଂ ଓ ଏକ୍ସପାୟାରୀ ଡେଟ୍ ରହିବା ବାଧ୍ୟତାମୂଳକ। ଏସବୁ ନିୟମ ସଠିକ୍ ପାଳନ ହେଉଛି କି ନାହିଁ, ତାକୁ ଦେଖିବାକୁ ଆଗକୁ ସହର ସାରା ଚଢ଼ଉ ଚାଲିବ। ତାଗିଦ୍ ପରେ ବି ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ, ଦରକାର ପଡ଼ିଲେ ଫୁଡ୍ ଲାଇସେନ୍ସ ବି ବାତିଲ ହେବ।  ସେପଟେ ଆଜି ଚଢ଼ଉ ହୋଇଥିବା ବେକେରୀ ଫ୍ୟାକ୍ଟ୍ରିର କର୍ମଚାରୀ କହିଛନ୍ତି, ତ୍ରୁଟି ହୋଇଛି ଆଗକୁ ସୁଧାରି ଦେବେ।

ଖାଲି ରାଜଧାନୀ ନୁହେଁ, ସାରା ରାଜ୍ୟରେ ଏ ଚିତ୍ର ଉଣା ଅଧିକେ ସମାନ ଦୃଶ୍ୟ। କଟକର ରାସ୍ତାକଡ଼ର ଏକ ଦୋକାନରେ ବିକ୍ରି ଚାଲିଛି କେକ୍, ପାଉଁରୁଟି, ମୁଡୁକି ଓ ବିସ୍କୁଟ ସବୁ ପ୍ୟାକିଂ ହେଇଛି, ହେଲେ କେଉଁ କମ୍ପାନୀର କୋଉ ଗୋଟିକରେ ବି ଲେଖା ନାହିଁ ଗ୍ରାହକ କହୁଛନ୍ତି ଭଲ ଖାଉଛୁ କି ଖରାପ, ସେକଥା ଜାଣିନୁ।ଏଣେ ବ୍ୟବସାୟୀ କହୁଛନ୍ତି-ବର୍ଷ ବର୍ଷ ଧରି ଏମିତି ବେନାମୀ ସାମଗ୍ରୀ ବିକ୍ରି ଚାଲିଛି। ଏଣେ ବ୍ରହ୍ମପୁରର ଏ ଦୋକାନକୁ ଟିକେ ଦେଖନ୍ତୁ, କେମିତି ପାଉଁରୁଟି ଖଣ୍ଡ ଖଣ୍ଡ କଟାଯାଇ ବିନା ଲେବଲିଂରେ ପ୍ୟାକିଂ କରି ଗ୍ରାହକଙ୍କୁ ବିକ୍ରି ଚାଲିଛି।

Advertisment

ସେମିତି ଥାକରେ ଭଳିକି ଭଳି ବେକରୀ ଆଇଟମ୍ ରହିଛି। ହେଲେ ଅଧିକାଂଶରେ ମ୍ୟାନୁଫାକ୍ଚରିଂ କି ଏକ୍ସପାୟାରୀ ଡେଟ୍ ନାହିଁ। ବ୍ରହ୍ମପୁର ମହାନଗର କମିଶନର କହିଛନ୍ତି-ଏହାର ତଦାରଖ କରିବାକୁ ଫୁଡ୍ ଇନସ୍ପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି। ମ୍ୟାନୁଫାକ୍ଚରିଂ ହେଉ କି ଏକ୍ସପାୟାରି ଡେଟ୍ ବିକ୍ରି ପାଇଁ ଉଦ୍ଦିଷ୍ଟ ପ୍ରତି ପ୍ୟାକିଂ ଫୁଡ୍ ଉପରେ ରହିବା ନିହାତି ଜରୁରୀ। ତାସହ ଏସବୁର ମେକିଂ ଓ ପ୍ୟାକିଂ ବି ଅତ୍ୟନ୍ତ ସୁସ୍ଥ ପରିବେଶରେ କରାଯିବା ସେତିକି ଜରୁରୀ।

Odisha News Bhubaneswar BMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ