Archana Nag
ଇଡି ହାତରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଡାଏରୀ । ଭୁବନେଶ୍ୱର ଖଣ୍ଡଗିରି ଥାନାରୁ ଅର୍ଚ୍ଚନାଙ୍କ ୨ଟି ଡାଏରୀ ସଂଗ୍ରହ କରିଛି ଇଡି । ଏହି ଡାଏରୀରୁ ହନିଟ୍ରାପ୍ କଳାସାମ୍ରାଜ୍ୟ ଗୁମର ଖୋଲିବା ନେଇ ଆଶା କରାଯାଉଛି । ଡାଏରୀରେ ବହୁ ବଡ଼ବଡ଼ିଆଙ୍କ ନାଁ ଥିବା ପୂର୍ବରୁ ଚର୍ଚ୍ଚା ହେଉଥିଲା । ଏପଟେ ଡିଜିଟାଲ ଏଭିଡେନ୍ସ ପାଇଁ ରାଜ୍ୟ ଫୋରେନସିକ ଲ୍ୟାବ୍କୁ ଯାଇ ରିପୋର୍ଟ ମାଗିଛି ଇଡି । ଏପର୍ଯ୍ୟନ୍ତ ଡିଜିଟାଲ ଏଭିଡେନସ୍ ରିପୋର୍ଟ ଦେଇନି ରାଜ୍ୟ ଫୋରେନସିକ ଲ୍ୟାବ ।
ଗତକାଲି ମଧ୍ୟ ଖାଲି ହାତରେ ଫେରିଥିଲେ ଇଡି ଅଧିକାରୀ । ଅର୍ଚ୍ଚନା ଏବଂ ଜଗବନ୍ଧୁ ତଦନ୍ତରେ ସହଯୋଗ କରୁନଥିବା ବେଳେ ଏହି ଡିଜିଟାଲ ଏଭିଡେନସ୍କୁ ଆଧାର କରି ଜେରା କରିବାକୁ ଯୋଜନା କରିଥିଲା ଇଡି । ହେଲେ ତାହା ଏପର୍ଯ୍ୟନ୍ତ ନ ମିଳିଥିବାରୁ ତଦନ୍ତରେ ପ୍ରଭାବ ପଡୁଥିବା ଜଣାପଡିଛି । କଣ ପାଇଁ ଫୋରେନ୍ସିକ୍ ଟିମ୍ ଡିଜିଟାଲ ଏଭିଡେନ୍ସ ଦେବାରେ ବିଳମ୍ବ କରୁଛି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏନେଇ ଫୋରେନସିକ ବିଭାଗର ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671248410.jpg)