Advertisment

ଅର୍ଚ୍ଚନା ମାମଲାରେ ଇଡି ଆରମ୍ଭ କରିବ କି ତଦନ୍ତ ? ୨ଟି ଯାକ FIR ନେଇ କରୁଛି ତର୍ଜମା...

ଇଡିକୁ ଏଫ୍‌ଆଇଆର କପି ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନେଇ ବାଟ ଫିଟିଛି ।

ଅଦ୍ୟତନ ହୋଇଛି
Archana Case In ED

Archana Case In ED

Advertisment

ଇଡି ହାତରେ ଲାଗିଲା ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲା । ଅର୍ଚ୍ଚନା ବିରୋଧରେ ହୋଇଥିବା ଦୁଇଟି ଯାକ ଏଫ୍‌ଆଇଆର କପି ଏବେ ଇଡି ହାତରେ ଲାଗିଛି । କମିଶନରେଟ୍ ପୋଲିସ ପକ୍ଷରୁ ଏହି ଏଫ୍‌ଆଇଆର୍‌ କପିଗୁଡ଼ିକ ଇଡିକୁ ହସ୍ତାନ୍ତର କରାଯାଇଛି । ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ଦୁଇଟି ପୃଥକ ପୃଥକ FIR କପି ଇଡିକୁ ହସ୍ତାନ୍ତର କରିଛି କମିଶନରେଟ ପୋଲିସ ।

Advertisment

ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ବିରୋଧରେ ନୟାପଲ୍ଲୀ ଥାନାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା କରିଥିବା ଏଫ୍‌ଆଇଆର କପି ଇଡିକୁ ଦିଆଯାଇଥିବା ବେଳେ ଖଣ୍ଡଗିରି ଥାନାରେ ଅନ୍ୟ ପୀଡ଼ିତ ଯୁବତୀ ଦାଖଲ କରିଥିବା ଏଫ୍‌ଆଇଆର୍ ମଧ୍ୟ ପୋଲିସ ଇଡି ନିକଟରେ ଦାଖଲ କରିଛି । ଇଡିକୁ ଏଫ୍‌ଆଇଆର କପି ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନେଇ ବାଟ ଫିଟିଛି ।

ଏବେ ପ୍ରଶ୍ନ ଉଠୁଛି ଅର୍ଚ୍ଚନା ଠୁଳ କରିଥିବା ଅମାପ ସମ୍ପତ୍ତିର ଛାନଭିନ୍ କରିବ କି ଇଡି ? ଏତେ ପରିମାଣର ସମ୍ପତ୍ତି ଠୁଳ କରିଥିବା ଅର୍ଚ୍ଚନାଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିବ କି ଇଡି ? କେଉଁଠୁ ଆସିଲା ଏତେ ସମ୍ପତ୍ତି ? କିଏ ଏହାର ପ୍ରକୃତ ମାଲିକ ? ବ୍ୟାଙ୍କରେ ହୋଇଥିବା ଏତେ ଟଙ୍କାର କାରବାର ପଛରେ କେଉଁମାନଙ୍କର ହାତ ରହିଛି ? ଏସବୁ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି । 

Advertisment

ଅନ୍ୟପଟେ ଗତକାଲି ସାମ୍ନାକୁ ଆସିଥିଲା ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । କୋର୍ଟରେ ହାଜର ହୋଇଥିଲା ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା । ଏଥର ଭିସି ନୁହେଁ ବ୍ୟକ୍ତିଗତ ହାଜିରା ଦେଇଥିଲା । ତିନ ସପ୍ତାହ ହେଲା ଯାହାକୁ ନେଇ ଉଠୁଥିଲା ପଡୁଥିଲା ସାରା ଓଡିଶା । ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିବା ସେହି ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗତକାଲି ସାମ୍ନାକୁ ଆସିଥିଲା । ଝାରପଡା ଜେଲରୁ ଭୁବନେଶ୍ୱର କୋର୍ଟ, ଏକଦମ୍ ଟାଇଟ୍ ସିକ୍ୟୁରିଟିରେ ଆସିଥିଲା ଅର୍ଚ୍ଚନା । କୋର୍ଟ ଭ୍ୟାନକୁ ଢାଙ୍କି ଦିଆଯାଇଥିବା ବେଳେ ଘେରି ରହିଥିଲେ ମାଳ ମାଳ ମହିଳା ପୋଲିସ । କଡା ସୁରକ୍ଷା ବଳୟ ଭିତରେ ଏସଡିଜେଏମ୍ କୋର୍ଟରେ ହାଜର କରାଇଥିଲା ପୋଲିସ । ଭିଡ ଭିତରେ ଗଣମାଧ୍ୟମକୁ ଅର୍ଚ୍ଚନା କହିଥିଲା, ତଥ୍ୟ ପ୍ରମାଣ ନଥାଇ ମିଛ ଖବର ପ୍ରସାରଣ କରନ୍ତୁନି ।

ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ କରି ୩ କୋଟି ଟଙ୍କା ମାଗିବା ମାମଲାରେ କୋର୍ଟରେ ହାଜର କରାଯାଇଥିଲା ଅର୍ଚ୍ଚନାକୁ । କୋର୍ଟରେ ଅର୍ଚ୍ଚନାର ଓକିଲ କହିଥିଲେ, ଅର୍ଚ୍ଚନା ନିର୍ଦ୍ଦୋଷ । ତାଙ୍କୁ ଜାମିନ ଦିଆଯାଉ । ଏହା ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଶୁଣାଣି ସରିବା ପରେ ଅର୍ଚ୍ଚନାକୁ ପୁଣି ଝାରପଡ଼ା ଜେଲ୍‌କୁ ଫେରାଇ ନିଆଯାଇଥିଲା । ଏହି ସମୟରେ ଗଣମାଧ୍ୟମକୁ ଅର୍ଚ୍ଚନା କହିଥିଲେ, ଅପେକ୍ଷା କରନ୍ତୁ, ତଦନ୍ତ ହେଲେ ସବୁ ସତ ସାମ୍ନାକୁ ଆସିବ ।

Advertisment

ED Archana Nag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ