Advertisment

ଅର୍ଚ୍ଚନା ମାମଲାରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲା କଂଗ୍ରେସ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଗିରଫ ଘଟଣା । ବିଜେଡି ସରକାରକୁ ଟାର୍ଗେଟ କଲେ ପିସିସି ସଭାପତି ।

Archana Nag

Archana Nag

Advertisment

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଅର୍ଚ୍ଚନା ନାଗ ଗିରଫ ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନ ନେବା ଓଡ଼ିଶା ଲାଗି କଳଙ୍କିତ ଅଧ୍ୟାୟ । ଆଉ ଏଥିଲାଗି ସରକାର ଦାୟୀ ବୋଲି ପିସିସି ସଭାପତି ଅଭିଯୋଗ କରିଛନ୍ତି । ଅର୍ଚ୍ଚନା ନାଗଙ୍କ ସହ ବଡ଼ ବଡ଼ ନେତା ମନ୍ତ୍ରୀଙ୍କ ସଂପୃକ୍ତି ରହିଛି । ତେଣୁ ତଦନ୍ତରେ ଶିଥିଳତା ଦେଖାଦେଉଥିବା ସେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିରବତା ଭଙ୍ଗ କରନ୍ତୁ ବୋଲି ଦାବି କରିଛନ୍ତି ପିସିସି ସଭାପତି ।

Advertisment

ସେପଟେ ଅର୍ଚ୍ଚନା ନାଗ ଘଟଣାକୁ ନେଇ ଆସନ୍ତାକାଲି ନବୀନ ନିବାସ ଘେରିବ ବୋଲି ବିଜେପି କହିଛି । ଅର୍ଚ୍ଚନା ନାଗ ମାମଲାରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ । ଆଉ କେସକୁ ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ବିଜେପି ଦାବି କରିଛି । ସେପଟେ ଏନେଇ ମତ ରଖିଛନ୍ତି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି । ସେ କହିଛନ୍ତି ସମୟ ଆସିଲେ ସତ ପ୍ରମାଣିତ ହୋଇଯିବ ।

ଅନ୍ୟପଟେ ଇଡି ହାତରେ ଲାଗିସାରିଛି ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲା । ଅର୍ଚ୍ଚନା ବିରୋଧରେ ହୋଇଥିବା ଦୁଇଟି ଯାକ ଏଫ୍‌ଆଇଆର କପି ଏବେ ଇଡି ହାତରେ ଲାଗିଛି । କମିଶନରେଟ୍ ପୋଲିସ ପକ୍ଷରୁ ଏହି ଏଫ୍‌ଆଇଆର୍‌ କପିଗୁଡ଼ିକ ଇଡିକୁ ହସ୍ତାନ୍ତର କରାଯାଇଛି । ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ଦୁଇଟି ପୃଥକ ପୃଥକ FIR କପି ଇଡିକୁ ହସ୍ତାନ୍ତର କରିଛି କମିଶନରେଟ ପୋଲିସ ।

Advertisment

ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ବିରୋଧରେ ନୟାପଲ୍ଲୀ ଥାନାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା କରିଥିବା ଏଫ୍‌ଆଇଆର କପି ଇଡିକୁ ଦିଆଯାଇଥିବା ବେଳେ ଖଣ୍ଡଗିରି ଥାନାରେ ଅନ୍ୟ ପୀଡ଼ିତା ଦାଖଲ କରିଥିବା ଏଫ୍‌ଆଇଆର୍ ମଧ୍ୟ ପୋଲିସ ଇଡି ନିକଟରେ ଦାଖଲ କରିଛି । ଇଡିକୁ ଏଫ୍‌ଆଇଆର କପି ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନେଇ ବାଟ ଫିଟିଛି ।

ଏବେ ପ୍ରଶ୍ନ ଉଠୁଛି ଅର୍ଚ୍ଚନା ଠୁଳ କରିଥିବା ଅମାପ ସମ୍ପତ୍ତିର ଛାନଭିନ୍ କରିବ କି ଇଡି ? ଏତେ ପରିମାଣର ସମ୍ପତ୍ତି ଠୁଳ କରିଥିବା ଅର୍ଚ୍ଚନାଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିବ କି ଇଡି ? କେଉଁଠୁ ଆସିଲା ଏତେ ସମ୍ପତ୍ତି ? କିଏ ଏହାର ପ୍ରକୃତ ମାଲିକ ? ବ୍ୟାଙ୍କରେ ହୋଇଥିବା ଏତେ ଟଙ୍କାର କାରବାର ପଛରେ କେଉଁମାନଙ୍କର ହାତ ରହିଛି ? ଏସବୁ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି । 

Advertisment

ଅନ୍ୟପଟେ ଗତକାଲି ସାମ୍ନାକୁ ଆସିଥିଲା ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । କୋର୍ଟରେ ହାଜର ହୋଇଥିଲା ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା । ଏଥର ଭିସି ନୁହେଁ ବ୍ୟକ୍ତିଗତ ହାଜିରା ଦେଇଥିଲା । ତିନ ସପ୍ତାହ ହେଲା ଯାହାକୁ ନେଇ ଉଠୁଥିଲା ପଡୁଥିଲା ସାରା ଓଡିଶା । ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିବା ସେହି ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗତକାଲି ସାମ୍ନାକୁ ଆସିଥିଲା । ଝାରପଡା ଜେଲରୁ ଭୁବନେଶ୍ୱର କୋର୍ଟ, ଏକଦମ୍ ଟାଇଟ୍ ସିକ୍ୟୁରିଟିରେ ଆସିଥିଲା ଅର୍ଚ୍ଚନା । କୋର୍ଟ ଭ୍ୟାନକୁ ଢାଙ୍କି ଦିଆଯାଇଥିବା ବେଳେ ଘେରି ରହିଥିଲେ ମାଳ ମାଳ ମହିଳା ପୋଲିସ । କଡା ସୁରକ୍ଷା ବଳୟ ଭିତରେ ଏସଡିଜେଏମ୍ କୋର୍ଟରେ ହାଜର କରାଇଥିଲା ପୋଲିସ । ଭିଡ ଭିତରେ ଗଣମାଧ୍ୟମକୁ ଅର୍ଚ୍ଚନା କହିଥିଲା, ତଥ୍ୟ ପ୍ରମାଣ ନଥାଇ ମିଛ ଖବର ପ୍ରସାରଣ କରନ୍ତୁନି ।

ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ କରି ୩ କୋଟି ଟଙ୍କା ମାଗିବା ମାମଲାରେ କୋର୍ଟରେ ହାଜର କରାଯାଇଥିଲା ଅର୍ଚ୍ଚନାକୁ । କୋର୍ଟରେ ଅର୍ଚ୍ଚନାର ଓକିଲ କହିଥିଲେ, ଅର୍ଚ୍ଚନା ନିର୍ଦ୍ଦୋଷ । ତାଙ୍କୁ ଜାମିନ ଦିଆଯାଉ । ଏହା ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଶୁଣାଣି ସରିବା ପରେ ଅର୍ଚ୍ଚନାକୁ ପୁଣି ଝାରପଡ଼ା ଜେଲ୍‌କୁ ଫେରାଇ ନିଆଯାଇଥିଲା । ଏହି ସମୟରେ ଗଣମାଧ୍ୟମକୁ ଅର୍ଚ୍ଚନା କହିଥିଲେ, ଅପେକ୍ଷା କରନ୍ତୁ, ତଦନ୍ତ ହେଲେ ସବୁ ସତ ସାମ୍ନାକୁ ଆସିବ ।

Fraud Lady Blackmailer Archana Nag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ