Advertisment

OSSC ପରୀକ୍ଷାରେ ଦୁର୍ନୀତିର ଗନ୍ଧ ବାରିଲେ ଆଶାୟୀ

ଆବଶ୍ୟକ ପଡ଼ିଲେ ବିରଞ୍ଚିଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ଏସ୍‌ପି ଆର. ପ୍ରକାଶ ସୂଚନା ଦେଇଛନ୍ତି। ଭିଜିଲାନ୍ସ ଚଢାଉ ବେଳେ କଟକ ଓ ଭୁବନେଶ୍ୱରରେ ବିରଞ୍ଚିଙ୍କ କୋଟି କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା। ଦେଢ଼ କିଲୋ ଓଜନର ସୁନା ଅଳଙ୍କାର ସହ ନଗଦ ୨୫ ଲକ୍ଷ ଟଙ୍କା, ୧୪ଟି ପ୍ଲଟ ଏବଂ ୨ଟି ଦୁଇ ତାଲା ଘର ସମେତ ୪ଟି କୋଠା ଠାବ କରିଥିଲା ଭିଜିଲାନ୍ସ

OSSC ପରୀକ୍ଷାରେ ଦୁର୍ନୀତିର ଗନ୍ଧ ବାରିଲେ ଆଶାୟୀ

OSSC aspirants

Advertisment

ଭୁବନେଶ୍ୱର: OSSCର କୁବେର ପିଏସ୍ ବିରଞ୍ଚି ନାରାୟଣ ସାହୁ ଗିରଫ ଘଟଣାରେ ଭିଜିଲାନ୍ସ ତଦନ୍ତକୁ ଆହୁରି ଦୃଢ କରିଛି। ବିରଞ୍ଚିଙ୍କ ପତ୍ନୀ ଓ ଶାଳକଙ୍କ ନାଁରେ ତଦନ୍ତକାରୀ ସଂସ୍ଥା ଭିଜିଲାନ୍ସ ମାମଲା ରୁଜୁ କରିଛି। ଟଙ୍କା ନେବା ଓ ରଖିବା ମାମଲାରେ ସହଯୋଗ କରିଥିବାରୁ ଏହି ମାମଲା ରୁଜୁ କରିଛି ଭିଜିଲାନ୍ସ। ଏହାସହ ବିରଞ୍ଚିଙ୍କ ଭୁବନେଶ୍ୱର ସ୍ଥିତ କୋଳଥିଆ ନିକଟରେ ଥିବା ଘରେ ଟଙ୍କା ଡିଲ୍ ନେଇ ଯାଂଚ କରାଯିବ। ଖୁବଶୀଘ୍ର ବିରଞ୍ଚିଙ୍କ ପତ୍ନୀ ଓ ଶାଳକଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସୂଚନା ମିଳିଛି।

Advertisment

ଆବଶ୍ୟକ ପଡ଼ିଲେ ବିରଞ୍ଚିଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ଏସ୍‌ପି ଆର. ପ୍ରକାଶ ସୂଚନା ଦେଇଛନ୍ତି। ଭିଜିଲାନ୍ସ ଚଢାଉ ବେଳେ କଟକ ଓ ଭୁବନେଶ୍ୱରରେ ବିରଞ୍ଚିଙ୍କ କୋଟି କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା। ଦେଢ଼ କିଲୋ ଓଜନର ସୁନା ଅଳଙ୍କାର ସହ ନଗଦ ୨୫ ଲକ୍ଷ ଟଙ୍କା, ୧୪ଟି ପ୍ଲଟ ଏବଂ ୨ଟି ଦୁଇ ତାଲା ଘର ସମେତ ୪ଟି କୋଠା ଠାବ କରିଥିଲା ଭିଜିଲାନ୍ସ। ଏହାସହ ୫୬ ଲକ୍ଷ ଟଙ୍କାର ବୀମା ସାଙ୍ଗକୁ ଅନ୍ୟ ଦାମୀ ସାମଗ୍ରୀ ବି ଜବତ ହୋଇଥିଲା। 

ଏହି ଘଟଣା ପରେ ଆଶା ଆଶଙ୍କାରେ ossc ଆଶାୟୀ ପ୍ରାର୍ଥୀ। ବର୍ଷ ବର୍ଷ ଧରି ଦେଉଥିବା ପରୀକ୍ଷାରେ ଦୁର୍ନୀତିର ଗନ୍ଧ ବାରିଛନ୍ତି ଆଶାୟୀ। ଗାଁରୁ ଆସି ଭୁବନେଶ୍ୱରରେ ରହି ସରକାରୀ ଚାକିରୀଟିଏ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ପ୍ରାର୍ଥୀ ଏହାର ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ନ ହେଲେ ଏମିତି ଅନେକ ଅଯୋଗ୍ୟ ଚାକିରୀ ପାଇଯିବେ, ଆଉ ପରିଶ୍ରମ କରୁଥିବା ମେଧାବୀ ପିଲାଟି ଚାକିରିରୁ ବଞ୍ଚିତ ହେବେ ବୋଲି ସେମାନେ କହିଛନ୍ତି।

Advertisment

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ସଦସ୍ୟଙ୍କ ପିଏସ୍‌ଙ୍କ ଧନକୁ ନେଇ ସାରା ରାଜ୍ୟରେ ହଇଚଇ। ୩ୟ ଶ୍ରେଣୀ କର୍ମଚାରୀ। ଦରମା ପାଖାପାଖି ୬୦ ହଜାର।ହେଲେ କେବଳ ସରକାରୀ ଚାକିରୀରେ କେଉଁଠୁ ଆସିଲା ଅଚଳାଚଳ ସମ୍ପତ୍ତି ? ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ସଦସ୍ୟଙ୍କ ଜଣେ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁ କେମିତି ବନିଗଲେ କୋଟିପତି ? ଆଖି ଖୋସି ହୋଇଗଲା ଭଳି ଅମାପ ସମ୍ପତ୍ତି ଅର୍ଜନ କରିବାର ବାଟ କେଉଁଠୁ ପାଇଲେ ବାବୁ ବିରଞ୍ଚି ? ଏମିତି ଅସମାହିତ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।

Odisha News Vigilance Raid Education Department OSSC Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ