Loot
ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀର ଆପାର୍ଟମେଣ୍ଟ । ପାହାଳ ଥାନା ଭୀମପୁରରେ ଥିବା କଲ୍ୟାଣୀ ହାଇଟ୍ସ ଆପାର୍ଟମେଣ୍ଟର ୩ ଫ୍ଲାଟରୁ ଲୁଟ ହୋଇଛି। ଘରେ କେହି ନଥିବା ବେଳେ କବାଟ ଭାଙ୍ଗି ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗୋଟିଏ ଫ୍ଲାଟରୁ ୬ ମୁଦି, ୧୦ ସୁନା ଚେନ, ୮ ସୁନା ଲକେଟ୍, ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୩ଟି ପ୍ଲଟରୁ ୩୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟ ହୋଇଛି।
ଘଟଣାସ୍ଥଳରେ ପାହାଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ତଦନ୍ତ କରିବା ସହ ଘର ମାଲିକଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛି। ତେବେ ଲୁଟେରାଙ୍କ ବାବଦରେ ପୋଲିସ ଏଯାଏଁ ଟେର ପାଇନାହିଁ ।
ସେପଟେ ଆଜି ପୁଣି ଭୁବନେଶ୍ୱରରେ ସିରିଜ୍ ଲୁଟ୍ ଖବର ସାମ୍ନାକୁ ଆସିଛି । ପଟିଆ ରୟାଲ ଗାର୍ଡେନ୍ର ୨ଟି ଡୁପ୍ଲେକ୍ସରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ୯ ଲକ୍ଷରୁ ଅଧିକ ଟଙ୍କାର ହୀରା, ସୁନା ଗହଣା ଲୁଟି ନେଇଛନ୍ତି ଲୁଟେରା । ଲକ୍ଷାଧିକ ନଗଦ ଟଙ୍କା ମଧ୍ୟ ଲୁଟେରା ଲୁଟି ନେଇଥିବା ପୋଲିସ ସୂଚନା ଦେଇଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Loot_1706701918.jpg)