Advertisment

ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସୁଇସାଇଡ୍ ନୋଟ୍‌ ଜବତ

ମୃତ୍ୟୁର କାରଣ ଅସ୍ପଷ୍ଟ, ମୃତଦେହ ଜବତ କରି ପୋଲିସର ଛାନ୍‌ଭିନ୍ । ମୃତ ଛାତ୍ରୀ ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢୁଥିଲେ ।

ଅଦ୍ୟତନ ହୋଇଛି
Suicide

Suicide

Advertisment

ପୁଣି ଜଣେ ଛାତ୍ରୀଙ୍କ ଛୁଲନ୍ତା ମୃତଦେହ ଉଦ୍ଧାର । MCA ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆଚାର୍ଯ୍ୟ ବିହାରରେ ଥିବା ଏକ ଭଡ଼ା ଘରୁ ମିଳିଲା ମୃତଦେହ । ବେକରେ ଫାଶି ଲଗାଇଥିବା ଅବସ୍ଥାରେ ମିଳିଲା ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ, ମୃତଦେହ ଜବତ କରି ସହିଦନଗର ଥାନା ପୋଲିସର ଛାନ୍‌ଭିନ୍ । ପରେ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ଘଟଣାସ୍ଥଳରୁ ପୋଲିସ୍ ଏକ ସୁଇସାଇଡ୍ ନୋଟ୍ ପାଇଥିବା ସୂଚନା । ମୃତ ଛାତ୍ରୀ ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢୁଥିଲେ ।

Advertisment

ରାଜଧାନୀରେ ବିଜେବି କଲେଜ୍ ଛାତ୍ରୀ ରୁଚିକା ଅାତ୍ମହତ୍ୟାକୁ ନେଇ ତମ୍ବିତୋଫାନ ଚାଲିଥିବା ବେଳେ ଅାଜି ଅାଉ ଜଣେ ଛାତ୍ରୀ ଅାତ୍ମହତ୍ୟା କରିଛନ୍ତି  ଅାଚାଯର୍ୟ ବିହାରରେ ଥିବା ଏକ ଭଡ଼ା ଘରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି  ବେକରେ ଫାଶି ଲଗାଇଥିବା ଅବସ୍ଥାରେ ମୃତଦେହ ମିଳିଛି  ମୃତ ଛାତ୍ରୀଙ୍କ ନାଁ ଅାଶ୍ରିତା ସେନାପତି  ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜରେ ସେ ଏମସିଏ ପଢୁଥିଲେ  ତାଙ୍କ ଘର ଭଦ୍ରକ ତିହିଡିରେ ହୋଇଥିବା ବେଳେ ଗଲା ୫ ମାସ ହେଲା ଅାଚାଯର୍ୟବିହାରର ଭଡା ଘରେ ରହିଅାସୁଥିଲେ  ଅାଜି ପରିବାର ଲୋକ ତାଙ୍କୁ ଫୋନ୍ କରିବାରୁ ସେ ଉଠାଇନଥିଲେ  ପରେ ଘର କବାଟ ଭାଙ୍ଗି ଭିତରକୁ ପଶିଥିଲେ  ଘଟଣାସ୍ଥଳରୁ ଏକ ସୁସାଇଡ୍ ନୋଟ୍ ମିଳିଥିବା ପୋଲିସ ସୂଚନା ଦେଇଛି  ତେବେ ମୃତୁ୍ୟର କାରଣ ଅସ୍ପଷ୍ଟ ରହିଛି  ମୃତଦେହ ଜବତ କରି ପୋଲିସ ଛାନ୍ଭିନ୍ ଚଳାଇଛି  ..

୪ ଦିନ ପୂର୍ବରୁ ଠିକ୍‌ ଏମିତି ଜଣେ ଛାତ୍ରୀ ରୁଚିକା ମହାନ୍ତି ବିଜେବି କଲେଜ ହଷ୍ଟେଲ୍‌ରେ ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତ୍ୟୁକୁ ୪ ଦିନ ବିତିଛି । ହେଲେ କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ରୁଚିକା? ରାଗିଂ ଅଭିଯୋଗର ସତ୍ୟାସତ୍ୟ କେତେ? ରାଗିଂ ପଛରେ କିଏ ସାମିଲ? କିଏ ସେହି ତିନି ଜଣ ସିନିୟର? ଏସବୁ ପ୍ରଶ୍ନକୁ ନେଇ ଏବେ ଚାଲିଛି ଖୋଳତାଡ଼ । ରୁଚିକାଙ୍କ ସ୍କୁଲ, କଲେଜ ସାଙ୍ଗ, କଲେଜ୍ କତ୍ତୃପକ୍ଷଙ୍କ ସମେତ ଏଯାବତ ଶହେରୁ ଅଧିକ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି । ପୋଲିସ୍ ଟିମ୍ ରୁଚିକାଙ୍କ ଗାଁକୁ ଯାଇ ତଦନ୍ତ କରିଛି ।

Advertisment

ଅନ୍ୟପକ୍ଷେ, ଝିଅକୁ ନ୍ୟାୟ ଦାବିରେ ଏବେ ବି ରୁଚିକାଙ୍କ ବାପା ମାଆ କଲେଜ୍ ସମ୍ମୁଖରେ ଧାରଣାରେ ବସିଛନ୍ତି । ରୁଚିକାଙ୍କ ବାପା, ମାଆ ଓ ଭାଇ ବି ଛାତ୍ରଛାତ୍ରୀଙ୍କ ସହ ଧାରଣା ଦେଇଛନ୍ତି । ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ, ଆତ୍ମହତ୍ୟା ପାଇଁ ଦାୟୀ ଅଭିଯୁକ୍ତଙ୍କୁ ଚିହ୍ନଟ ଓ ରାଗିଂ ବନ୍ଦ ପାଇଁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଦାବିରେ ଗଣଧାରଣା ଜାରି ରହିଛି ।

ଏହାସହ ରାଗିଂ ପାଇଁ ମେଧାବୀ ଛାତ୍ରୀ ରୁଚିକାଙ୍କ ମୃତ୍ୟୁର ପ୍ରତିବାଦ ଓ ତାଙ୍କ ପରିବାରକୁ ନ୍ୟାୟ ଦାବି କରି ରାଜଧାନୀ, ତାଙ୍କ ଜନ୍ମମାଟି ଆଠଗଡ଼ର କଖଡ଼ି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କ୍ୟାଣ୍ଡେଲ ରାଲି କରାଯାଇଛି । ସେହିପରି ରୁଚିକା ଆତ୍ମହତ୍ୟା ଘଟଣା ନେଇ ହୁଲୁସ୍ତୁଲ ବିଧାନସଭା । ଗତକାଲି ପ୍ରଶ୍ନକାଳରେ ବିରୋଧୀ ଏ ପ୍ରସଙ୍ଗରେ ଆଲୋଚନା ଦାବି କରି ପ୍ରବଳ ହୋହଲ୍ଲା କରିଥିଲେ ।

Advertisment
Suicide Hostel Acharya Vihar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ