Advertisment

Bunty-Babli Row: ୪୨୦ ବଣ୍ଟି-ବବଲି ଯୋଡ଼ିଙ୍କ ଲମ୍ବୁଛି ଦାମୀ ଗାଡ଼ି ଲିଷ୍ଟ୍; ୩ କୋଟିର ମର୍ସିଡିଜ୍ ସିଜ୍

ଏଣେ ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ନ୍ୟାୟରେ ଆୟକର ବିଭାଗ ଗଲା ୪ଦିନ ହେଲା ବଣ୍ଟି-ବବଲି ଯୋଡ଼ିଙ୍କ ଗୁପ୍ତ ଆର୍ଥିକ ସାମ୍ରାଜ୍ୟ ଭିତରକୁ ଯେତିକି ପଶୁଛି ଅନୀଲ-ହଂସିତାଙ୍କ ସଂପତ୍ତିର ରହସ୍ୟ ସେତିକି ଭେଦୁଛି। ବର୍ତ୍ତମାନ ସୁଦ୍ଧା ଏମାନଙ୍କ ସଂପତ୍ତି ୧୦୦ କୋଟି ପାର୍ କରି ସାରିଥିବାବେଳେ ତାଭିତରେ ରହିଛି ୫୮ କୋଟିର ବେନାମୀ ସଂପତ୍ତି।

undefined

Fraudsters Hansita-Anil

Advertisment

ଲମ୍ବି ଚାଲିଛି ଅନୀଲ- ହଂସିତା ଠକ ଯୋଡ଼ିଙ୍କ ଲଗଜରି ଫ୍ଲାଟ୍ ଓ ଇମ୍ପୋର୍ଟେଡ୍ କାର ତାଲିକା। ଆଜି ୩କୋଟିର ଏକ ମର୍ସିଡିଜ୍ କାରକୁ ଏକ ପରିତ୍ୟକ୍ତ ସ୍ଥାନରୁ ପୋଲିସ୍ ସିଜ୍ କରିବା ପରେ କେବଳ କାର୍ ସଂଖ୍ୟା ୭ ଛୁଇଁଛି। ତେଣେ ୫୮ କୋଟିର ବେନାମୀ ସହ ପ୍ରାୟ ଶହେ କୋଟିର ସଂପତ୍ତିର କେମିତି ମାଲିକ ହେଲେ ଏହି 420 ଯୋଡ଼ି, ସେ ରହସ୍ୟ ଭେଦିବାକୁ ଦିନିକିଆ ରିମାଣ୍ଡରେ ଉଭୟଙ୍କୁ ଆୟକର ଅଧିକାରୀଙ୍କ ମାରାଥନ ଜେରା ପରେ ପୁଣି ଜେଲ୍ ପଠାଇ ଦିଆଯାଇଛି। ଆସନ୍ତା ୧୩ରେ ସେମାନଙ୍କ ଜାମିନ ଆବେଦନର ଶୁଣାଣି ରହିଛି।

Advertisment

ପୁଳା ପୁଳା ଲଗଜରି ଫ୍ଲାଟ୍। ଯେଉଁ ଇମ୍ପୋର୍ଟେଡ୍ କଂପାନୀ ଖୋଜିବ, ସେ ବ୍ରାଣ୍ଡର ଦାମୀ କାର୍। ତା ସଙ୍ଗକୁ ହାଇପ୍ରୋଫାଇଲ ଲାଇଫ୍ ଷ୍ଟାଇଲ୍। ୫୦ ଲକ୍ଷ ଉଡ଼ାଇ ବାର୍ଥ ଡେ ସେଲିବ୍ରେସନ। ଗତ ଡିସେମ୍ବର ୨୪ର ବର୍ଥ ଡେ ପାର୍ଟିଆଖି ଝଲସା ପର୍ଟିରେ କେକ୍ କାଟୁଥିବା ସେଇ ଅନୀଲ ମହାନ୍ତି ଯିଏ ଗଲାକାଲି ପୋଲିସ ହେପାଜତରେ ଥାଇ ବି ଗଣମାଧ୍ୟମ କ୍ୟାମେରା ଆଗରେ ଦେଖାଉଥିଲେ ରୋବାବ୍। ଆଉ ପୋର୍ସେ କାରର ଅନ୍ୟ ଏକ ପାଖରେ ଛିଡ଼ା ହୋଇ ଫଟୋ ପୋଜ୍ ଦେଉଥିବା ଇଏ ସେଇ ଫୋର-ଟ୍ବେଣ୍ଟିଂ ଲେଡି ହଂସିତା- ଯିଏ କାନ୍ଦର ନାଟକ କରି ନିଜକୁ ଗଣମାଧ୍ୟମ ଆଗରେ ନିର୍ଦ୍ଦୋଷ ବୋଲି କହି ଚାଲିଥିଲେ ।

ଏଣେ ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ନ୍ୟାୟରେ ଆୟକର ବିଭାଗ ଗଲା ୪ଦିନ ହେଲା ବଣ୍ଟି-ବବଲି ଯୋଡ଼ିଙ୍କ ଗୁପ୍ତ ଆର୍ଥିକ ସାମ୍ରାଜ୍ୟ ଭିତରକୁ ଯେତିକି ପଶୁଛି ଅନୀଲ-ହଂସିତାଙ୍କ ସଂପତ୍ତିର ରହସ୍ୟ ସେତିକି ଭେଦୁଛି। ବର୍ତ୍ତମାନ ସୁଦ୍ଧା ଏମାନଙ୍କ ସଂପତ୍ତି ୧୦୦ କୋଟି ପାର୍ କରି ସାରିଥିବାବେଳେ ତାଭିତରେ ରହିଛି ୫୮ କୋଟିର ବେନାମୀ ସଂପତ୍ତି। ତାସହ ଆହୁରି ୧୭ କୋଟିର ବେନାମୀ ସଂପତ୍ତି ବି ବିଲଡରଙ୍କ ପାଖରେ ରହିଛି। ପୂର୍ବରୁ ପୋର୍ସେ, ଜାଗୁଆର୍, BMW ଭଳି ୬ଟି ଦାମୀ କାର୍ ପରେ ଆଜି ୩କୋଟି ଟଙ୍କାର ଏକ ମର୍ସିଡିଜ କାର ବି ସିଜ୍ କରିଛି ପୋଲିସ୍।

Advertisment

ଅଧିକ ପଢ଼ନ୍ତୁ: କାନ୍ଦିଲେ ହଂସିତା ଅଭିଲିପ୍ସା, କହିଲେ ସବୁ ସତ କହିବି ...

ଏକ ପରିତ୍ୟକ୍ତ ସ୍ଥାନରେ କାରଟି ଲୁଚାଇ ରଖାଯାଇଥିଲା, ଯାହାକୁ ଠାବ କରିବାରେ ସକ୍ଷମ ହୋଇଠି ଆୟକର ବିଭାଗ। ଏମିତି ଆଉ ଅଧିକ ଗାଡ଼ି ଅଛି କି ନାହିଁ ?ତାର ବି ବିସ୍ତୃତ ତଥ୍ୟ ମାଗିଛି ଭୁବନେଶ୍ବର ଆରଟିଓଙ୍କୁ। ସେପଟେ ଗତ ୨୪ ତାରିଖରେ ଅନୀଲଙ୍କ ବର୍ଥ ଡେ ପାର୍ଟିକୁ ଯାଇଥିବା ଭଦ୍ରକ ଜିଲ୍ଲାର ଜଣେ ବିରୋଧୀ ଦଳର ବିଧାୟକ ବି ଏବେ ଆୟକର ସ୍କାନରରେ। ତାଙ୍କ ସହ କଟକ ଓ କଳାହାଣ୍ଡି ଜିଲ୍ଲାର ଆଉ ୨ଜଣ ପୂର୍ବତନ ମନ୍ତ୍ରୀଙ୍କୁ ବି ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ନୋଟିସ୍ କରିବା ସୂଚନା ମିଳିଛି।

ଏସବୁ ଭିତରେ ପ୍ରଶ୍ନ, କେମିତି ଏତେ ସବୁ ଦାମୀ ଫ୍ଲାଟ୍ ଓ କାରର ମାଲିକ ହେଲେ ବଣ୍ଟି-ବବଲି ଯୋଡ଼ି? କାହା ଛତ୍ରଛାୟା ତଳେ ବଡ଼ ବଡ଼ିଆଙ୍କୁ ଲଗାଉଥିଲେ ଚୂନ? ଏସବୁର ରହସ୍ୟ ଭେଦିବା ଲାଗି ଦିନିକିଆ ରିମାଣ୍ଡରେ ଆଣି ଗତକାଲି ଅନୀଲ ଓ ହଂସିତାଙ୍କୁ ମାରାଥନ୍ ଜେରା କରିବା ପରେ ଆଜି କୋର୍ଟରେ ହାଜର କରିଛି କମିଶନରେଟ୍ ପୋଲିସର ସ୍ପେଶାଲ୍ କ୍ରାଇମ ୟୁନିଟ୍। ତେବେ ଆଉ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ ନକରିବାରୁ ଦୁହିଁଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି। ଆସନ୍ତା ୧୩ ତାରିଖ ଦିନ ଉଭୟଙ୍କ ଜାମିନ ଆବେଦନର ଶୁଣାଣି ଥିବାବେଳେ ସେଦିନ ପୋଲିସ କେସ୍ ଡାଏରୀ ମଧ୍ୟ ଦାଖଲ କରିବ ବୋଲି ସୂଚନା ମିଳିଛି।

Advertisment

ଅଧିକ ପଢ଼ନ୍ତୁ: ୪୨୦ ବଣ୍ଟି-ବବଲି ଯୋଡ଼ିଙ୍କ ହାଇଡ୍ରାମା; କ୍ୟାମେରା ଆଗରେ କାନ୍ଦି କହିଲେ, ଆମେ ନିର୍ଦ୍ଦୋଷ..

Bhubaneswar Commissionerate Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ