Advertisment

Woman Dies:ଏଥର ରାକ୍ଷୀ ବାନ୍ଧିପାରିବିନି, ମୋ ସ୍ବାମୀ ଓ ଶାଶୁଘର ଲୋକଙ୍କୁ କ୍ଷମା ଦେବନି...ଏତିକି ଲେଖି ଝୁଲି ପଡ଼ିଲେ

ରାମ ବାବୁ ପ୍ରତିଦିନ ମଦ ପିଇ ଘରକୁ ଆସିବା ସହ ଶ୍ରୀବିଦ୍ୟାଙ୍କୁ ମାଡ଼ ମାରୁଥିଲେ। ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ଚାଲିଥିଲେ ବୋଲି ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି।

Woman Dies

Woman Dies

Advertisment

୬ମାସ ତଳେ ଧୁମଧାମରେ ବିବାହ ହୋଇଥିଲା । ଆଜି କିନ୍ତୁ ଆଉ ନାହାନ୍ତି । ଶାଶୁଘର ଲୋକ ଏତେ ନିର୍ଯାତନା ଦେଲେ ଯେ ଶେଷରେ ଝୁଲିପଡ଼ିଲେ । ମୃତ୍ୟୁ ବେଳକୁ ମାତ୍ର ୨୪ବର୍ଷ ହୋଇଥିଲା । ଶିକ୍ଷୟିତ୍ରୀ ଭାବେ ଚାକିରି ବି କରିଥିଲେ । କିନ୍ତୁ ଭଲ ପାଇବା ଓ ସମ୍ମାନ ମିଳିଲାନି ଶାଶୁଘରେ । ଘଟଣା ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ଜିଲ୍ଲାର ।

Advertisment

ଆତ୍ମହତ୍ୟା ପୂର୍ବରୁ ସେ ଛାଡ଼ି ଯାଇଥିବା ହାତ ଲେଖା ଚିଠିରେ ନିଜ ସ୍ୱାମୀ ଓ ଶାଶୁ ଘର ଲୋକଙ୍କୁ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି। ନିଜ ଭାଇଙ୍କ ଉଦ୍ଦେଶ୍ୟରେ ବେଶ ଭାବବିହ୍ୱଳ ବାର୍ତ୍ତା ଦେଇଛନ୍ତି । ଲେଖିଛନ୍ତି ଏଥର ଆଉ ରାକ୍ଷୀ ବାନ୍ଧି ପାରିବି ନାହିଁ ।

୨୪ ବର୍ଷୀୟ ଶ୍ରୀବିଦ୍ୟା । ୬ ମାସ ତଳେ ରାମ ବାବୁ ନାମକ ଜଣେ ଯୁବକଙ୍କ ସହ ବିବାହ ହୋଇଥିଲା ।ରାମ ବାବୁ ଜଣେ ଗାଁ ସର୍ଭେୟର ଭାବେ କାମ କରନ୍ତି ଓ ଶ୍ରୀବିଦ୍ୟା ଶିକ୍ଷୟିତ୍ରୀ ଥିଲେ । ବାହାଘର ବେଶ ଧୂମଧାମରେ ହୋଇଥିଲା । ପରେ ଦୁଇ ଜଣ ବେଶ ଖୁସି ରହିଥିଲେ। ବାହାଘରର ପ୍ରଥମ ମାସ ସବୁ କିଛି ଠିକ ଠାକ ଚାଲିଥିଲା।

Advertisment

ଏହାପରେ ରାମ ବାବୁ ପ୍ରତିଦିନ ମଦ ପିଇ ଘରକୁ ଆସିବା ସହ ଶ୍ରୀବିଦ୍ୟାଙ୍କୁ ମାଡ଼ ମାରୁଥିଲେ। ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ଚାଲିଥିଲେ ବୋଲି ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି।

ନିଜ ସୁଇସାଇଡ ନୋଟରେ ଶ୍ରୀବିଦ୍ୟା ସାମ୍ନା କରୁଥିବା ଇମୋସନାଲ ଓ ଫିଜିକାଲ କଷ୍ଟ କଥା ବଖାଣିଛନ୍ତି। ରାମବାବୁ ତାଙ୍କୁ ଅନ୍ୟ ମହିଳାମାନଙ୍କ ଆଗରେ କେମିତି ନିଚ୍ଚା କରି ଦେଖାନ୍ତି ଓ ତାଙ୍କୁ ମୂଲ୍ୟହୀନ ମଣିଷ ବୋଲି କୁହନ୍ତି, ସେକଥା ଶ୍ରୀବିଦ୍ୟା ଚିଠିରେ କହିଛନ୍ତି। ତାଙ୍କୁ ରାମୁବାବୁ ସବୁବେଳେ ବିଧା ଗୋଇଠା ଠାରୁ ଆରମ୍ଭ କରି ମୁଣ୍ଡକୁ ନେଇ ବେଡ୍‌ରେ ପିଟି ଦିଅନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି।

Advertisment

ଭାଇଙ୍କ ଉଦ୍ଦେଶ୍ୟରେ ଶ୍ରୀବିଦ୍ୟା ଲେଖିଛନ୍ତି, “ହାଏ ଭାଇ, ଏଥର ମୁଁ ତୁମ ହାତରେ ରାକ୍ଷୀ ବାନ୍ଧି ପାରିବି ନାହିଁ। ନିଜର ଯତ୍ନ ନେବ।” ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିବା ସହ ସହ ତାଙ୍କ ଜୀବନକୁ ବର୍ବାଦ କରିଥିବା ସ୍ୱାମୀ ଓ ଶାଶୁ ଘର ଲୋକଙ୍କୁ କୌଣସି ବି ପରିସ୍ଥିତିରେ କ୍ଷମା ନ ଦେବାକୁ ଶ୍ରୀବିଦ୍ୟା ଅନୁରୋଧ କରିଛନ୍ତି।

Andra Pradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ