Advertisment

ନୃଶଂସ ପୁଅ !! ମାଆର ଚୁଟି ଝିଙ୍କି ପିଠିରେ ବିଧା ଗୋଇଠା ଥୋଇଲା..

ଏମିତି ପୁଅ ଥାଇ କେତେ, ନଥାଇ କେତେ ? ଜମି ଖଣ୍ତିକ ପାଇଁ ବାପାମାଆଙ୍କୁ ନୃଶଂସ ଭଳି ପିଟିଲା।

author-image
Manoranjan Behera
ଅଦ୍ୟତନ ହୋଇଛି
Son Beats Old Father & Mother

Son Beats Old Father & Mother

ରାକ୍ଷସ ପାଲିଟିଲା ପୁଅ। ଯିଏ ପାଳିପୋଷି ଏତେ ବଡ଼ କଲା, ତାହାରି ଚୁଟିକୁ ଝିଙ୍କି ଗୋଇଠା ବିଧା ମାରିଲା। ଜନ୍ମକଲା ବାପାମାଆଙ୍କୁ ନିର୍ଧୁମ ପିଟିଲା। ଏଭଳି ଅଭାବନୀୟ ଘଟଣା ଆନ୍ଧ୍ରପ୍ରଦେଶ ଅନ୍ନାମୟା ଜିଲ୍ଲାରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Advertisment

ଏମିତି ପୁଅ ଥାଇ କେତେ, ନଥାଇ କେତେ ? ଜମି ଖଣ୍ତିକ ପାଇଁ ବାପାମାଆଙ୍କୁ ନୃଶଂସ ଭଳି ପିଟିଲା। ଜମିବାଡ଼ି ବିବାଦକୁ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି। ଆନ୍ଧ୍ରପ୍ରଦେଶ ଅନ୍ନାମୟା ଜିଲ୍ଲା ମଦନପାଲ୍ଲିର ଶ୍ରୀନିବାସୁଲୁ ରେଡ୍ଡି ନାମକ ଜଣେ ବ୍ୟକ୍ତି ନିଜ ପିତାମାତାଙ୍କୁ ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏମିତିକି ନିର୍ଯାତନା ବେଳର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଜମିବାଡ଼ି ବିବାଦ ନେଇ ରେଡ୍ଡି ବହୁଦିନ ହେଲା ବାପାମାଆଙ୍କ ଉପରେ ଏଭଳି ଅତ୍ୟାଚାର କରୁଥିବାର ଅଭିଯୋଗ ବି ହୋଇଛି।

ଭିଡିଓରେ ଦେଖିବାକୁ ମିଳୁଛି ରେଡ୍ଡି ବାପାମାଆଙ୍କୁ ଅଶ୍ଲୀଳ ଭାଷାରେ ଗାଳିଦେବା ସହ ମାଆ ତଳେ ବସିଥିବା ବେଳେ ତାଙ୍କ ଚୁଟିକୁ ଝିଙ୍କି ତାଙ୍କୁ ମାଟିରେ ଘୋଷାଡ଼ି ନେଉଛି। ଏହାପରେ ମାଆର ପିଠିକୁ ବିଧା ଓ ଗୋଇଠା ମାରିବାରେ ଲାଗିଛି। ଏତିକିରେ ମନ ପୁରିଲାନି ଯେ ମାଆକୁ ଲଗାତାର ଚାପୁଡ଼ା ମାରିଚାଲିଛି। ପାଖରେ ବସିଥିବା ବାପାକୁ ବି ସମାନ ଅବସ୍ଥା କରିଛି।

Advertisment

ଦରମରା ବୃଦ୍ଧ ଦମ୍ପତି ଉଭୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ଥାନା ଅଧିକାରୀ ସେମାନଙ୍କୁ ଭେଟିବା ସହ ତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି। ପୋଲିସ ଇନ୍ସପେକ୍ଟର ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୃଦ୍ଧ ଦମ୍ପତିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହାର ଭିଡିଓ ଏତେ ଭୟଙ୍କର ଓ ନିନ୍ଦନୀୟ ଯେ, ତାକୁ ଦେଖାଇବା କଷ୍ଟକର।

Son Beats Old Father
Advertisment
Advertisment