/odishatv-khabar/media/post_attachments/uploadimage/library/16_9/16_9_0/Loot_1711714278.jpg)
Loot
କେନ୍ଦୁଝର ଜିଲା ଆନନ୍ଦପୁରରେ ସ୍ପଷ୍ଟ ଦିବାଲୋକରେ ଦମ୍ପତିଙ୍କ ଠାରୁ ଲୁଟ୍। NH ୨୦ ବୀରଗୋବିନ୍ଦପୁର ନିକଟରେ ୩ ରାଉଣ୍ଡ ଫାଙ୍କା ଗୁଳି କରି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ। ସ୍କୁଟିରେ ଯାଉଥିବା ଦମ୍ପତିଙ୍କୁ ପ୍ରଥମେ ଧକ୍କା ଦେଇଥିଲେ ଓ ପରେ ପରେ ବନ୍ଧୁକ ଦେଖାଇ ପତ୍ନୀଙ୍କ ବେକରୁ ସୁନା ହାର, ମଙ୍ଗଳସୁତ୍ର ଓ କାନଫୁଲ ଲୁଟି ନେଇଥିବା ଅଭିଯୋଗ ହୋଇଛି।
Advertisment
ଭୟଭୀତ କରିବାକୁ ଫାଙ୍କା ଗୁଳିଚାଳନା କରି ଚମ୍ପଟ ମାରିଥିଲେ ଲୁଟେରା। ଦମ୍ପତି ନିଗମ ପ୍ରସାଦ ସାହୁ ଓ ତାଙ୍କ ପତ୍ନୀ ଲଛମାରାଣୀ ସାହୁଙ୍କଠାରୁ ଲୁଟ ହୋଇଛି। ଏକ କଳା ପଲସରରେ ଆସି ୩ ମୁଖାପିନ୍ଧା ଦୃର୍ବୃତ୍ତ ଲୁଟ କରି ନୈଥିବା ଅଭିଯୋଗ ହୋଇଛି। ଘଟଣାର ଖବର ପାଇ ଘଷିପୁରା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)