Advertisment

Allegations of Sexual Exploitation: ଶିକ୍ଷା ମନ୍ଦିରରେ ପାପର ପୂଜାରୀ; ଗୋଟି ଗୋଟି କରି ଖୋଲୁଛି ପେଡ଼ି...

ପୁଣି ଫେଭର୍ ନିର୍ଯାତନା...ପୁଣି ଆତ୍ମହତ୍ୟା...FM କି GM ନୁହେଁ, ବାଲେଶ୍ବର ଭୋଗରାଇ ସ୍ଥିତ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନରୁ ଆସିଛି ସଂଗୀନ ମାମଲା।

ଅଦ୍ୟତନ ହୋଇଛି
Allegations of Sexual Exploitation by Teachers across Odisha Campuses

Allegations of Sexual Exploitation by Teachers across Odisha Campuses

Advertisment

କ୍ୟାମ୍ପସରେ କଳଙ୍କିତ କାହାଣୀ। ଅଭିଯୋଗର ତାଲିକା ଯଦି ଦେଖିବା, ତେବେ ବହୁତ ଲମ୍ବା। ପ୍ରେମ-ପ୍ରତାରଣା ସହ ଯୌନ ନିର୍ଯାତନା ଭଳି ମାଳ ମାଳ ସଂଗୀନ ଅଭିଯୋଗ ଆସିଛି। ପୁଳା ପୁଳା ଅଧ୍ୟାପକ ଛନ୍ଦି ହୋଇଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କେଉଁ ଘଟଣାର କମ୍ପ୍ରମାଇଜ୍ ହୋଇଯାଇଛି ତ ଆଉ କେଉଁଠି ଆକ୍ସନ୍ ଶୂନ୍। ଭୋଗରାଇ, କେନ୍ଦୁଝର ଓ ଜଗତସିଂହପୁରରୁ ଜାଣିବା ଶିକ୍ଷା ମନ୍ଦିରରେ କିଛି ଅଧ୍ୟାପକଙ୍କ ବ୍ୟାଭିଚାରର ବଦନାମ୍ କାହାଣୀ...

Advertisment

ଶିକ୍ଷା ମନ୍ଦିରରେ ପାପର ପୂଜାରୀ...ଗୋଟି ଗୋଟି କରି ଖୋଲୁଛି ପେଡ଼ି...ପୁଣି ଫେଭର୍ ନିର୍ଯାତନା...ପୁଣି ଆତ୍ମହତ୍ୟା...FM କି GM ନୁହେଁ, ବାଲେଶ୍ବର ଭୋଗରାଇ ସ୍ଥିତ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନରୁ ଆସିଛି ସଂଗୀନ ମାମଲା। ଆଉ ସେହି ମାମଲା ପଛର ମୁଖ୍ୟ ଚରିତ୍ର ହେଉଛନ୍ତି ବାଣିଜ୍ୟ ବିଭାଗର ଯୁଗଜ୍ୟୋତି ଚାନ୍ଦ ସାର୍। ପରିବାର ଲୋକଙ୍କ ଅଭିଯୋଗ, ପ୍ଲସ ଥ୍ରୀ ତୃତୀୟ ବର୍ଷରେ ପଢୁଥିବା ତାଙ୍କ ଝିଅଙ୍କୁ ନିଜ ଫର୍ ରେ ରହିବାକୁ କହୁଥିଲେ। ତାଙ୍କ କଥା ମାନିବାକୁ ତାଗିଦ୍ କରୁଥିଲେ। କିନ୍ତୁ ଝିଅ ସହମତି ନହେବାରୁ ତାଙ୍କ ମେଧାବୀ ଝିଅଙ୍କୁ କମ୍ ମାର୍କ ଦେଇଥିଲେ। ଶେଷରେ ନିର୍ଯାତନା ସହିନପାରି ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ୨୦୨୧ ଜୁଲାଇର ଏହି ଘଟଣାକୁ ଆଜି ୪ ବର୍ଷ ବିତିଯାଇଛି। ତଥାପି ନା ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ ଆକ୍ସନ ହୋଇଛି ନା ମୃତ ଛାତ୍ରୀଙ୍କୁ ନ୍ୟାୟ ଦିଆଯାଇଛି। କମର୍ଦ୍ଧା ଥାନାର ଦ୍ବାରସ୍ଥ ବି ହୋଇଛନ୍ତି ପରିବାର ଲୋକେ। କିନ୍ତୁ ନ୍ୟାୟ ନମିଳିବାରୁ ଏବେ ପୀଡ଼ିତାଙ୍କ ଭଉଣୀ ସୋସିଆଲ୍ ମିଡ଼ିଆ ଜରିଆରେ ବିଭିନ୍ନ ବର୍ଗଙ୍କୁ ନ୍ୟାୟ ପାଇଁ ନିବେଦନ କରିଛନ୍ତି। ପୋଲିସ ପକ୍ଷରୁ କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ବର୍ଷେ ତଳର ଆଉ ଏକ ଅଭିଯୋଗ ଶୁଣିଲେ ତ ମୁଣ୍ଡରେ ହାତଦେଇଦେବେ ଆପଣ। କେନ୍ଦୁଝର DD ୟୁନିଭର୍ସିଟିର ଜଣେ ଇଂରାଜୀ ଅଧ୍ୟାପକଙ୍କୁ କେମିତି ଘେରିଥିଲେ ଛାତ୍ର, ତା’ର ଦୃଶ୍ୟ ସମସ୍ତେ ଦେଖିଛନ୍ତି। ଜଣେ ଛାତ୍ରୀଙ୍କ ସହ ଅସଂଯତ ଅବସ୍ଥାରେ ଥିବାବେଳେ ସଂପୃକ୍ତ ସାରଙ୍କୁ ତାଙ୍କ ସରକାରୀ ବାସଭବନରେ ହଲାପଟା କରିଥିଲେ ଛାତ୍ରଗୋଷ୍ଠୀ। ଏ ସଂପର୍କରେ ତାଙ୍କୁ ସୋ କଜ୍ ନୋଟିସ୍ ମଗାଯିବା ସହ ଇଂରାଜୀ ବିଭାଗର ସଂଯୋଜକ ପଦରୁ ବହିଷ୍କାର କରାଯାଇଥିଲା। ଏପରିକି ସରକାରୀ ବାସଭବନରେ ରହିବାକୁ ବାରଣ ବି କରାଯାଇଥିଲା। ହେଲେ ଏବେ ଯାଏଁ ଆକ୍ସନ୍ ଶୂନ୍।

Advertisment

ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି, ଜଗତସିଂହପୁର ଜିଲ୍ଲା କୁର୍ତ୍ତାଙ୍ଗ ସ୍ଥିତ ସ୍ୱାମୀ ଅରୁପାନନ୍ଦ ଶିକ୍ଷା ବିଦ୍ୟାଳୟରେ। ଗଣିତ ଅଧ୍ୟାପକ ଶାଶ୍ବତ ମହାନ୍ତିଙ୍କ ବିରୋଧରେ ଆସିଥିଲା ପ୍ଲସ ଟୁ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ମାମଲାକୁ ୭ ମାସ ବିତିଗଲାଣି। ଆକ୍ସନର ନାଁ ଗନ୍ଧ ନାହିଁ। ବରଂ କଲେଜ ଅଧ୍ୟକ୍ଷ ଓ ଅଭିଯୁକ୍ତ ଅଧ୍ୟାପକ ଘଟଣାର ସମାଧାନ ହୋଇସାରିଥିବା କହିଛନ୍ତି। ଅଭିଯୋଗକାରିଣୀ ଛାତ୍ରୀଙ୍କ କଂପ୍ରମାଇଜ୍ ପିଟିସନ ପରେ କମିଟି ବସି ସମାଧାନ ସରିଥିବା ଅଧ୍ୟକ୍ଷ କହିଛନ୍ତି।

ଏଭଳି ନାନା ଘଟଣା ପରେ ତତ୍ପର ରାଜ୍ୟ ସରକାର। ସବୁ ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ମହିଳା ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ ହେଲପଲାଇନ ନମ୍ବର 181 ଜାରି କରିଛି। ତାସହ POSH ଆକ୍ଟ ଉପରେ ସଚେତନତା କର୍ମଶାଳା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Advertisment
Sexual Harassment Crime News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ