Women Trafficking
ଚାକିରିର ପ୍ରଲୋଭନ ଦେଖାଇ ଦୁଇ ଭଉଣୀଙ୍କୁ ବିକି ଦେଲା ଖୁଡି । ୨ ଲକ୍ଷ ୨୦ ହଜାର ଟଙ୍କାରେ ବିକି ଦେଇଥିବା ନେଇ ଖବର ପ୍ରଘଟ ପରେ ମୟୁରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳରେ ଚାଞ୍ଚଲ୍ୟ। ବିଶୋଇ ଥାନା ଅଞ୍ଚଳର ଦୁଇ ଯୁବତୀଙ୍କୁ ଜଣେ ମହିଳା ଓ ବାପି ନାମକ ଜଣେ ଯୁବକ ଚାକିରି କରାଇ ଦେବାକୁ କହି ଗତବର୍ଷ ଡିସେମ୍ବର ୬ ତାରିଖରେ ରାଉଲକେଲାକୁ ନେଇ ଯାଇଥିଲେ। ପରେ ଟ୍ରେନିଂ ଦିଆଯିବ କହି ରାଉରକେଲାରୁ ଯୁବତୀଙ୍କୁ ରାଜସ୍ଥାନ ନେଇଥିଲେ । ସେଠାରେ ଏକ ଲଜ୍ ରେ ରହିବା ପରେ ଯୁବତୀଙ୍କୁ ବିକି ଦେଇଥିବା ଜଣାପଡିଥିଲା । ଦୁଇ ଯୁବତୀ ତାଙ୍କ ବାପାଙ୍କୁ ଫୋନ କରି ସବୁକଥା କହିଥିଲେ ।
ବାପି ଓ ମହିଳା ଜଣଙ୍କ ତାଙ୍କୁ ବିକ୍ରି କରିଦେଇଥିବା କହିଥିଲେ । ଯୁବତୀଙ୍କ ବାପା ବିଶୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବିଶୋଇ ଥାନା ଅଧିକାରୀ ରାଜସ୍ଥାନ ଯାଇ ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଆଉ ଜଣକୁ ମଧ୍ୟପ୍ରଦେଶରୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ବିଶୋଇ ଅଣାଯାଇଥିବା ବେଳେ ୟୁବତୀଙ୍କୁ କିଣିଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710478514.jpg)