ଥାନା ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, NHRCଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚରେ ମାମଲା ରୁଜୁ

ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ କ୍ରାଇମବ୍ରାଞ୍ଚରେ ଏକ ମାମଲା ରୁଜୁ ହୋଇଛି । ଜଣେ ମହିଳା ଡିଏସପି ମାମଲାର ତଦନ୍ତ କରୁଥିବା ପୋଲିସ ଡିଜି ଅରୁଣ ଷଡଙ୍ଗୀ ସୂଚନା ଦେଇଛନ୍ତି ।

Rape Allegation

ଥାନା ଆଇଆଇସିଙ୍କ ବିରୋଧରେ ଆସିଲା ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ । ଆଉ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଏସଆଇ। କନ୍ଧମାଳ ଫିରିଙ୍ଗିଆ ଥାନା ଆଇଆଇସି ରମେଶ ପ୍ରଧାନଙ୍କ ବିରୋଧରେ ରାଜ୍ୟ ପୋଲିସର କାର୍ଯ୍ୟରତ ଜଣେ ମହିଳା ଏସଆଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ୨୦୧୯ ମସିହାରୁ ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ମାମଲା ରୁଜୁ କରି ନ ଥିଲା । ଏନେଇ ମହିଳା ଏସଆଇ ଜଣଙ୍କ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ କ୍ରାଇମବ୍ରାଞ୍ଚରେ ଏକ ମାମଲା ରୁଜୁ ହୋଇଛି । ଜଣେ ମହିଳା ଡିଏସପି ମାମଲାର ତଦନ୍ତ କରୁଥିବା ପୋଲିସ ଡିଜି ଅରୁଣ ଷଡଙ୍ଗୀ ସୂଚନା ଦେଇଛନ୍ତି । ୨୦୧୯ ମସିହାରେ ଗଞ୍ଜାମରେ ମହିଳା ଏସଆଇ ଜଣଙ୍କ ଥିବା ବେଳେ ତାଙ୍କ ଉପରିସ୍ଥ ଅଫିସର ଭାବେ କାର୍ଯ୍ୟରତ ଆଇଆଇସି ରମେଶ ପ୍ରଧାନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଏନେଇ ପୋଲିସ ମାମଲା ରୁଜୁ ନ କରିବାରୁ ମହିଳା ଜଣଙ୍କ NHRCର ଦ୍ୱାରସ୍ଥ ହୋଇଥିଲେ ।