Crime Against Women
‘ଭୁବନେଶ୍ୱର ଚାଲ । ଆଲବମରେ ରୋଲ ମିଳିବ । ହିରୋଇନ ହେବ ।’ ଏଭଳି କିଛି ଲୋଭ ଦେଖାଇ ରାଜଧାନୀର ଏକ ଭଡା ଘରେ ରଖି ୭ ମାସ ଧରି ଜଣେ ମହିଳାଙ୍କୁ କରାଯାଇଥିଲା ଦୁଷ୍କର୍ମ । ଏପରିକି ହାତ ଗୋଡ ବାନ୍ଧି ଉଲଗ୍ନ ଅବସ୍ଥାରେ ଭିଡିଓ କରାଯାଇଥିଲା । ବାହାରୁ ଗ୍ରାହକଙ୍କୁ ଆଣି ଜବରଦସ୍ତ ଶାରୀରିକ ସମ୍ପର୍କ ରଖାଯାଉଥିଲା । ଫୁଲବାଣୀର ଜଣେ ଯୁବକ ନାଁରେ ଏଭଳି ଅଭିଯୋଗ ଆସିଛି ।
ଜଣେ ପୀଡିତା ଏହି ଅଭିଯୋଗ ଆଣି ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗତକାଲି ସେ ଏୟାରଫିଲଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଥାନା ଅଧିକାରୀ ମାମଲା ଗ୍ରହଣ କରୁନଥିବା ସେ ଅଭିଯୋଗ କରିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀ ଜେଲରେ ଥିବା ବେଳେ ୨୦୨୦ ଡିସେମ୍ବର ୨୩ରେ ତାଙ୍କୁ ଭୁବନେଶ୍ୱର ଆଣି ସୁନ୍ଦରପଦା ଅଞ୍ଚଳରେ ରଖିଥିଲା ଅଭିଯୁକ୍ତ ।
ପରେ କୌଶଳ କ୍ରମେ ୨୦୨୧ ଜୁଲାଇ ୨୩ ରେ ସେ ପାଚେରୀ ଡେଇଁ ନିଜ ଘର ଫୁଲବାଣୀକୁ ପଳେଇ ଥିଲା । ଏବେ ୨୦୨୨ ଜାନୁଆରୀ ୮ରେ ପୁନଃ ତାଙ୍କୁ ଅପହରଣ କରି ସମ୍ବଲପୁର ନେଇ ୮ ଦିନ ରଖିବା ସହ ମୁହଁ ଖୋଲିଲେ ତାଙ୍କୁ ଓ ତାଙ୍କ ପୁଅକୁ ଜୀବନରେ ମାରି ଦେବାକୁ ଧମକ ଦେଇଛି ଅଭିଯୁକ୍ତ । ବଡ଼ କଥା ହେଉଛି, ଜାନୁୟାରୀ ୬ ରେ ଧମକ ଚମକ ଦିଆ ଯିବା ଓ ୮ରେ ନିଖୋଜ ହେବା ନେଇ ଥାନାରେ ଏତଲା ଦାୟର ପରେ ବି କୌଣସି ଆକ୍ସନ ନେଇ ନାହିଁ ଫୁଲବାଣୀ ଟାଉନ ଥାନା ପୋଲିସ । ଏସଂପର୍କରେ ପୋଲିସ କିମ୍ୱା ଅଭିଯୁକ୍ତର ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642781987.jpg)