Advertisment

ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାର ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

୧୦ ବର୍ଷ ପରେ ମାମଲାରେ ଏପରି ମୋଡ ଏବେ ପୋଲିସ୍‌ର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲା

ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲା

Advertisment

ପୁରୀ: ପୁରୀର ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟା ମାମଲାର ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ। ୨୦୧୨ ଅଗଷ୍ଟ ୨୨ରେ ଘଟିଥିବା ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସର୍ବେଶ୍ୱର ଆପଟଙ୍କ ସମେତ ୮ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ପୁରୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍। ଆଜି ଶୁଣାଣୀ ସମୟରେ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ତଥ୍ୟ ପ୍ରମାଣକୁ କୋର୍ଟ ଖାରଜ କରି ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। 

Advertisment

ଗୁନଙ୍କୁ ହତ୍ୟା କରାଯାଇଥିବା ବନ୍ଧୁକର ବାଲାଷ୍ଟିକ୍ ରିପୋର୍ଟର ବି କୌଣସି ପ୍ରମାଣ ମିଳିନଥିଲା। ତାସହ ଠୋସ୍ ସାକ୍ଷ୍ୟ ପ୍ରମାଣ ବି ମିଳିନଥିଲା। ଏପରିକି ଗୁନଙ୍କ ଉପରେ ସର୍ବେଶ୍ୱର ଆପଟ ଗୁଳି ଚଲାଇବା ଅଭିଯୋଗ ଥିଲା ଯାହା କୋର୍ଟରେ ପ୍ରମାଣିତ ହୋଇପାରିନି।

୨୦୧୨ ସେପ୍ଟେମ୍ବର ୧୨ରେ କାଉନସିଲର ତଥା ପରିଚାଳନା କମିଟି ସଦସ୍ୟ ବରିଷ୍ଠ ସେବାୟତ ତଳୁଛ ଭଗବାନ ମହାପାତ୍ରଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା।ପୁରୀ ମଣିକର୍ଣ୍ଣିକା ସାହି ପଞ୍ଚୁଆତି ଜାଗା ଘର ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା।

Advertisment

ଟାଉନ ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ସର୍ବେଶ୍ୱର ଆପଟ, କୃଷ୍ଣଚନ୍ଦ୍ର ପ୍ରତିହାରୀ ସମେତ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ତେବେ ୧୦ ବର୍ଷ ପରେ ମାମଲାରେ ଏପରି ମୋଡ ଏବେ ପୋଲିସ୍‌ର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

Puri Guna Singhari Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ