Advertisment

ସ୍ତ୍ରୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ହ୍ୟୁମାନ୍‌ ! କହିଲେ,‘ମୁ କ’ଣ ମର୍ଡରର୍‌’

ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସବୁ ମିଛ କହିଲେ ଗାୟକ

ଅଦ୍ୟତନ ହୋଇଛି
Humane Sagar Statement

Humane Sagar after coming out of Police Station

Advertisment

ଥାନାରୁ ବାହାରିବା ପରେ ପତ୍ନୀ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ପ୍ଲେ ବ୍ୟାକ୍ ସିଙ୍ଗର୍ ହ୍ୟୁମାନ ସାଗର(Humane Sagar) । ଗତକାଲି ଅଭିଯୋଗ ଆସିବର ପରେ ଆଜି ଉଭୟ ସ୍ୱାମୀସ୍ତ୍ରୀ ଥାନାରେ ହାଜର ହୋଇଥିଲେ । ଆଉ ତା’ପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସବୁ ମିଥ୍ୟା ବୋଲି ସେ କହିଛନ୍ତି । ଏପରିକି ଶ୍ୱଶୁର ଆଣିଥିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ମୁଁ କାହିଁକି ହତ୍ୟା ଉଦ୍ୟମ କରିବି, ମୁଁ କଣ ମର୍ଡରର ବୋଲି କହିଛନ୍ତି । ଏହାସହ ସେ ଧର୍ମ ପରିବର୍ତ୍ତନ ପାଇଁ ସ୍ତ୍ରୀ ଉପରେ ଆଦୌ ଚାପ ପକାଇନଥିବା ପ୍ରକାଶ କରିଛନ୍ତି ।

Advertisment

ତେବେ ମହିଳା ଥାନାରେ ଆଲୋଚନା ପରେ ଏସିପି ଅମିତାଭ ମହାପାତ୍ର ମାମଲା ସମ୍ପର୍କରେ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ ଉଭୟ ପକ୍ଷ ୨ ଦିନ ସମୟ ନେଇଛନ୍ତି । ଆଲୋଚନା ହେବା ପରେ ସେମାନେ ୨ ଦିନ ପରେ ପୁଣି ଆସିବେ ବୋଲି କୁହାଯାଇଛି । ଆଉ ଏହି ୨ ଦିନ ମଧ୍ୟରେ ଆପୋସ ସମାଧାନ ନହେଲେ ମାମଲା ହେବ । ଆଉ ମାମଲା ରୁଜୁ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ  ।

ଅଧିକ ପଢ଼ନ୍ତୁ: ବୋହୂ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ହ୍ୟୁମାନଙ୍କ ମାଆ

ଆଜି ହ୍ୟୁମାନ ସାଗର ଓ ପତ୍ନୀ ଶ୍ରେୟା ଆଜି ଥାନାରେ ହାଜର ହୋଇଥିଲେ । ଆଉ ଏହାରି ଭିତରେ ଗୁରୁତର ଅଭିଯୋଗ କରିଛନ୍ତି ଶ୍ରେୟାଙ୍କ ଓକିଲ । ହ୍ୟୁମାନ ପତ୍ନୀଙ୍କ ଧର୍ମ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିଲେ । ବାରମ୍ବାର ଏନେଇ ଜୋରଜବରଦସ୍ତି କରୁଥିଲେ। ନିଶାଶକ୍ତ ଅବସ୍ଥାରେ ପତ୍ନୀଙ୍କୁ ମାଡ଼ ମାରିବା ସହ ଅକଥନୀୟ ଅତ୍ୟାଚାର କରୁଥିଲେ । ଏମିତିକି ଝିଅର ତଣ୍ଟିଚିପି ମାରିଦେବାକୁ ଚେଷ୍ଟା କରିଥିଲେ । ଗତ କିଛି ମାସ ତଳେ ଝିଅଙ୍କୁ ଏତେ ମାଡ଼ ମାରିଥିଲେ କି ହ୍ୟୁମାନଙ୍କ ଘରକୁ ଯାଇ ପରିବାରଲୋକେ ଆଣିଥିଲେ ।

Advertisment

ସେପଟେ ଆଉ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି ଶ୍ରେୟାଙ୍କ ବାପା । ହ୍ୟୁମାନଙ୍କ ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିଲା । ତେଣୁ ଘରେ ସବୁ ବେଳେ ଝଗଡ଼ା ହେଉଥିବା ସେ କହିଛନ୍ତି । ନିର୍ଯାତନା ଅତ୍ୟଧିକ ହେବାରୁ ୫ ମାସ ହେଲା ଝିଅ ତାଙ୍କ ପାଖରେ ଥିବା ସେ କହିଛନ୍ତି । ବାହାଘର ପରେ ହ୍ୟୁମାନ ସବୁବେଳେ ତାଙ୍କୁ ବ ଯୌତୁକ ମାଗୁଥିଲେ । ଏଥିପାଇଁ ଥରେ ୧୦ ଲକ୍ଷ ଓ ୫ ଲକ୍ଷ ଟଙ୍କା ଦିଆଯାଇଥିଲା । ସମାଧାନ ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଥାନାକୁ ଆସିଛୁ ବୋଲି କହିଛନ୍ତି ।

Odia Singer Humane Sagar Humane Sagar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ