Advertisment

ଛାତ୍ରୀଙ୍କ ଜୀବନ ପ୍ରତି ବିପଦ ! ଶରୀର ପୋଡ଼ିଯାଇଛି ୯୫ ପ୍ରତିଶତ , ୪୮ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ

କେଉଁ ପରିସ୍ଥିତିରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିବା ଯାଏଁ କଥା ଗଲା ? ଏଥିରେ ଆସିଷ୍ଟାଣ୍ଟ୍ ପ୍ରଫେସର୍ ସମୀର କୁମାର ସାହୁଙ୍କର କଣ ସଂପୃକ୍ତି ରହିଛି ? ଅଭିଯୋଗ ଉପରେ କଲେଜ ପ୍ରଶାସନ, ପ୍ରିନ୍ସିପାଲ ଓ ଇଣ୍ଟରନାଲ କମ୍ପ୍ଲେଣ୍ଟ୍ କମିଟିର ଭୂମିକା କଣ ଥିଲା ?

AIIMS

AIIMS

Advertisment

ଏମ୍ସରେ ସଂକଟାପନ୍ନ ଅବସ୍ଥାରେ ଚାଲିଛି ବାଲେଶ୍ବର FM କଲେଜ ଛାତ୍ରୀଙ୍କ ଚିକିତ୍ସା । ପୀଡ଼ିତାଙ୍କ ଶରୀରର ୯୦ରୁ ୯୫ ପ୍ରତିଶତ ପୋଡ଼ିଯାଇଛି । ଆସନ୍ତା ୨୪ରୁ ୪୮ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ । ଗତକାଲିଠୁ ସ୍ବାସ୍ଥ୍ୟାବସ୍ଥାରେ ସେଭଳି କିଛି ସୁଧାର ଆସିନଥିବା ସୂଚନା ଦେଇଛନ୍ତି ଏମ୍ସ AIIMS ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ । ପୀତିଡ଼ାଙ୍କୁ ICU ଭେଣ୍ଟିଲେଟରରେ ରଖାଯାଇଛି । ନିଆଁ ଲାଗିବା ଯୋଗୁ ଇଣ୍ଟରନାଲ୍ ଆଘାତ ହୋଇଛି । ପ୍ରଭାବିତ ହୋଇଛି ପୀଡ଼ିତାଙ୍କର କିଡନୀ । ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ଚିକିତ୍ସା କରୁଛନ୍ତି । ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାର ତଦାରଖ ପାଇଁ ଏମ୍ସ ତରଫରୁ ଗଠନ ହୋଇଛି ୮ ଜଣିଆ ବିଶେଷଜ୍ଞ କମିଟି । ଏହି କମିଟି ପୀଡ଼ିତାଙ୍କର ଚିକିତ୍ସା ତଦାରଖ କରିବ । କମିଟିରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ରହିଛନ୍ତି। ...

Advertisment

FM କଲେଜରେ ତିନି ଜଣିଆ ତଦନ୍ତ କମିଟି । ନିର୍ଯାତନା ଅଭିଯୋଗ ଏବଂ ଆତ୍ମହତ୍ୟା ଉଦ୍ୟମ ମାମଲାର ତଦନ୍ତ ଆରମ୍ଭ କରିଛି କମିଟି । ଆଜି ପ୍ରଥମ ଦିନରେ କଲେଜ କର୍ତ୍ତୃପକ୍ଷଙ୍କୁ ପଚରାଉଚରା ହୋଇଛି । କେଉଁ ପରିସ୍ଥିତିରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିବା ଯାଏଁ କଥା ଗଲା ? ଏଥିରେ ଆସିଷ୍ଟାଣ୍ଟ୍ ପ୍ରଫେସର୍ ସମୀର କୁମାର ସାହୁଙ୍କର କଣ ସଂପୃକ୍ତି ରହିଛି ? ଅଭିଯୋଗ ଉପରେ କଲେଜ ପ୍ରଶାସନ, ପ୍ରିନ୍ସିପାଲ ଓ ଇଣ୍ଟରନାଲ କମ୍ପ୍ଲେଣ୍ଟ୍ କମିଟିର ଭୂମିକା କଣ ଥିଲା ? କେହି ବ୍ୟକ୍ତିବିଶେଷ କିମ୍ବା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ତ୍ରୁଟି ରହିଛି କି ? ତଦନ୍ତ ସମୟରେ ଅନ୍ୟ କୌଣସି ଘଟଣା ସାମ୍ନାକୁ ଆସୁଛି କି ? ଆଦି ପ୍ରସଙ୍ଗରେ ଛାନଭିନ ଚଳାଇଛି ଟିମ୍ । ୩ ଜଣିଆ କମିଟିରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ IAS କାଳିପ୍ରସନ୍ନ ମହାପାତ୍ର, ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ ମୌସୁମୀ ନାୟକ, ବିଜେବି ଅଟୋନମସ୍ କଲେଜ ପ୍ରଫେସର ଝୁମକି ରଥ ରହିଛନ୍ତି ।

ସେପଟେ ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ NCWଙ୍କ ହସ୍ତକ୍ଷେପ । ନିଜ ଆଡ଼ୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିଶନ। ୩ ଦିନରେ ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମହିଳା କମିଶନ । ଘଟଣାକୁ ନିନ୍ଦା କରିବା ସହ ପୀଡ଼ିତାଙ୍କୁ ସବୁପ୍ରକାର ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି NCW ଅଧ୍ୟକ୍ଷା । ଏଥିସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

FM କଲେଜ ଛାତ୍ରୀ ଆତ୍ମାହୂତି ଉଦ୍ୟମ ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଘଟଣାରେ ଉଚ୍ଚଶିକ୍ଷା ବିଭାଗ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେବା ବି ସ୍ବାଗତଯୋଗ୍ୟ ପଦକ୍ଷେପ। ଘଟଣା ଉପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି। ତେବେ ଛାତ୍ରଛାତ୍ରୀମାନେ ହିଂସାତ୍ମକ କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ସେ ନିବେଦନ କରିଛନ୍ତି ।

Bhubaneswar AIIMS Patient
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ