AIIMS Doctor
ପ୍ରେମ ଓ ପ୍ରତାରଣା କରି ଗିରଫ ହେଲେ ଏମ୍ସ ଡାକ୍ତର । ଭୁବନେଶ୍ୱର ଏମ୍ସର ଜଣେ ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ଜଣେ ଯୁବତୀଙ୍କ ସହ ସମ୍ପର୍କ ସ୍ଥାପନ କରି ପରେ ତାଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଭୁବନେଶ୍ୱର ମହିଳା ଥାନା ପୋଲିସ ଡାକ୍ତରଙ୍କୁ ଗିରଫ କରିଛି । ଗିରଫ ଡାକ୍ତରଙ୍କ ନାଁ ଜୟଦୀପ ଦାସଗୁପ୍ତା ।
ଅଭିଯୋଗ ଅନୁସାରେ ସମ୍ପୃକ୍ତ ଯୁବତୀଙ୍କ ବାପା ଏମ୍ସ କାର୍ଡିଓଲୋଜି ବିଭାଗରେ ଚିକିତ୍ସିତ ହେଉଥିଲେ । ଏହି ସମୟରେ ଡାକ୍ତର ଦାସଗୁପ୍ତା ସଂପୃକ୍ତ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ । ବାପାଙ୍କ ଡିସଚାର୍ଜ ପାଇଁ ଯୁବତୀଙ୍କଠାରୁ ଫୋନ୍ ନମ୍ବର ଆଦାୟ କରିଥିଲେ ଡାକ୍ତର । ତେବେ ଯୁବତୀ ଜଣଙ୍କ ଟେଲିଫୋନ ନମ୍ବର ଦେବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥିଲା । ପରେ ୨ ବର୍ଷ ପ୍ରେମ ସଂପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ତେବେ ଏନେଇ ସଂପୃକ୍ତ ଡାକ୍ତରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666099785.jpg)