Advertisment

ପୁଣି CBIରେ ହାଜର ହେଲେ ବାପା ମହିମା ମିଶ୍ର - ପୁଅ ଚନ୍ଦନ ମିଶ୍ର

ଆଜି ସକାଳୁ ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଛି ସିବିଆଇ । ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲାଣ ମଧ୍ୟ କରିଛି ।

ଅଦ୍ୟତନ ହୋଇଛି
Mahima Mishra

Mahima Mishra

Advertisment

ପୁଣି ସିବିଆଇରେ ହାଜର ହେଲେ ବାପା-ପୁଅ । ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ବଡ଼ ପୁଅ ଚନ୍ଦନ ମିଶ୍ର ସିବିଆଇରେ ହାଜର ହୋଇଛନ୍ତି । ପୁଣି ଥରେ ତାଙ୍କୁ ସିବିଆଇ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏବେ ଉଭୟ ବାପା ପୁଅଙ୍କୁ ଜେରା କରୁଛି ସିବିଆଇ । ପାରାଦୀପ ପୋର୍ଟ ଲାଞ୍ଚ ମାମଲାରେ ଚନ୍ଦନ ମିଶ୍ର ସିବିଆଇରେ ହାଜର ହୋଇଥିବା ନେଇ ସୂଚନା ରହିଛି । ଗତକାଲି ମହିମା ମିଶ୍ର ଓ ପୁଅ ଚନ୍ଦନଙ୍କୁ ମଧ୍ୟ ଜେରା କରିଥିଲା ସିବିଆଇ ।

Advertisment

ତେବେ ଆଜି ସକାଳୁ ଏହି ଲାଞ୍ଚ ମାମଲାରେ ମହିମା ମିଶ୍ରଙ୍କ  ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଛି ସିବିଆଇ । ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲାଣ ମଧ୍ୟ କରିଛି । ପ୍ରଥମେ ସିବିଆଇ ଅଫିସ୍‌କୁ ଡକାଇ ଜେରା କରାଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଆଜି ଭୋର୍‌ରେ ଚର୍ଚ୍ଚିତ ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସରେ ହାଜର ହୋଇଥିଲେ । ଲାଞ୍ଚ କାରବାର ମାମଲାର ଅଭିଯୁକ୍ତ ତାଲିକାରେ ଚର୍ଚ୍ଚିତଙ୍କ ନାଁ ରହିଛି । 

ଅନ୍ୟପଟେ ଏହି ଲାଞ୍ଚ ମାମଲାରେ ସିବିଆଇ ଅନ୍ୟ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ଘନ ଘନ ଜେରା କରୁଛି । ପାରାଦୀପ ବନ୍ଦରର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ଏବଂ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡର ଡିଜିଏମ୍ ସୂର୍ଯ୍ୟ ସାହୁଙ୍କୁ ସିବିଆଇ ରିମାଣ୍ଡରେ ନେଇଛି । ଏମାନଙ୍କଠାରୁ ସିବିଆଇ ୬୦ ଲକ୍ଷ ଟଙ୍କାର ଗୁମର ଖୋଲିବ ।

Advertisment

ଲାଞ୍ଚ ନେଇ କାର୍ଗୋ ଅପରେଟ କରୁଥିବା ସଂସ୍ଥାକୁ ସରୋଜ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ପାରାଦୀପ ବନ୍ଦରକୁ ବହୁତ କ୍ଷତି ସହିବାକୁ ପଡ଼ିଛି। ପ୍ରାୟ ୬୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିବାର ଅଭିଯୋଗ ହୋଇଛି। ଗିରଫ ହୋଇଥିବା ଚତୁର୍ଥ ବ୍ୟକ୍ତି ହେଲେ KCT ଗ୍ରୁପ୍ ପୋର୍ଟ ଅପରେସନ ମ୍ୟାନେଜର ଶଙ୍ଖଶୁଭ ମିତ୍ର ।

Mahima Mishra Charchit Mishra Chandan Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ