Cyber Crime
ଯେତେ ଚେତାଇଲେ ବି ଚେତୁ ନାହାନ୍ତି ଲୋକ। ରାତାରାତି ବଡ ଲୋକ ହେବାର ସ୍ୱପ୍ନରେ ଠକ ହାତରେ ଟେକି ଦେଇଛନ୍ତି କୋଟି କୋଟି ଟଙ୍କା । ଏବେବି ଅନେକ ଲୋକ ଚିଟଫଣ୍ଡ ଠକେଇର ହେଉଛନ୍ତି ଶିକାର । ଠକଙ୍କ ତରିକା ବଦଳିଥିବା ବେଳେ ଅନଲାଇନ୍ ମାଧ୍ୟମରେ ଠକ ବିଛାଉଛନ୍ତି
ଜାଲ । କ୍ରିପ୍ଟୋ କରେନସିଂ ସଂସ୍ଥା ଟିବିସି ବିରୋଧରେ ଏଭଳି ଅଭିଯୋଗ ଆସିଛି, ଯାହାକୁ ନେଇ EOW ପାଖରେ ଅଭିଯୋଗ କରିଛନ୍ତି ଜମାକାରୀ ।
୪୫ ଦିନରେ ଡବଲ ହୋଇଯିବ ଟଙ୍କା । ୧୨ ହଜାର ଦେଲେ ରିଟର୍ଣ୍ଣ ପାଇବେ ଲକ୍ଷାଧିକ ଟଙ୍କା । ଯିଏ ଯେତେ ଜମାକାରୀ ଆଣି ଦେବ ସେତେ କମିଶନ ପାଇବ । ଏମିତି ଲୋଭ ଦେଖାଇ ଜାଲ ପକାଉଥିଲା ଅନଲାଇନ ଚିଟଫଣ୍ଡ ଠକ ରବୀନ୍ଦ୍ର ବିଶୋଇ । କହୁଥିଲା ଜମା ଟଙ୍କା ଦୁବାଇ ତେଲ କଂପାନିରେ ଲାଗୁଛି, ଏଣୁ ଟଙ୍କା ବୁଡିବାର ଭୟ ଜମା ବି ନାହିଁ । କ୍ରିପ୍ଟୋ କରେନିଂ ସଂସ୍ଥା ଟିବିଶି ପକ୍ଷରୁ ଓଡ଼ିଶାରେ କାମ କରୁଥିଲା ରବୀନ୍ଦ୍ର । ମମତା ନାୟକ ନାମକ ଜଣେ ମହିଳାଙ୍କୁ ନିଜ ପତ୍ନୀ ପରିଚୟ ଦେଇ ତାଙ୍କ ଆକାଉଣ୍ଟ ଜରିଆରେ କରୁଥିଲା ଟ୍ରାନାଜାକସନ୍ । ଠକେଇର ଶିକାର ହେବା ପରେ ଏବେ EOW ପାଖରେ ଅଭିଯୋଗକାରୀଙ୍କ ଲମ୍ବାଲାଇନ ଲାଗିଛି ।
ଲୋକଙ୍କୁ ଫସାଇବା ପାଇଁ ବଡ଼ ବଡ଼ ହୋଟେଲରେ ହେଉଥିଲା ମିଟିଂ । ଦିଆଯାଉଥିଲା ଆକର୍ଷଣୀୟ ପୁରସ୍କାର । ପଞ୍ଜାବରେ ବସି କ୍ରିପ୍ଟୋ କରେନ୍ସି ମାର୍କେଟିଂ ଚଳାଉଥିବା ଜଣେ ମହିଳା ଅନଲାଇନ ଜରିଆରେ କରୁଥିଲା କଣ୍ଟାକ୍ଟ । ପରେ ସଂପର୍କ ବଢାଇବା ସହ ଟିବିସି କମ୍ପାନୀ ବିଷୟରେ ବୁଝାଉଥିଲା । ସାରା ଭାରତ ବର୍ଷରେ ଏହି ଠକେଇ ସଂସ୍ଥା ଏବେ ଶହ ଶହ କୋଟି ଟଙ୍କା ଠକେଇ କରି ନେଇଥିବା ଅଭିଯୋଗ ହୋଇଛି । ଠକେଇ ଶିକାର ଲୋକମାନେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ, ପୋଲିସ କୌଣସି ପଦକ୍ଷେପ ନ ନେବାକରୁ ଶେଷରେ ଇଓଡବ୍ଲୁରେ ଅଭିଯୋଗ ହୋଇଛି ।
ଠକେଇ କରିବାକୁ ସାଇବର ଅପରାଧୀମାନେ ସବୁବେଳେ ଜାଲ ପକାଇ ବସିଛନ୍ତି । ଏନେଇ ପୋଲିସ ଓ ବିଭିନ୍ନ ସଂସ୍ଥା ପକ୍ଷରୁ ସଚେତନ କରାଯାଉଛି, ତଥାପି ଅଧିକ ଲୋଭରେ ପଡି ଏମାନଙ୍କ ଜାଲରେ ପଡୁଛନ୍ତି କିଛି ଲୋକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698681178.jpg)