Advertisment

ବାପାଙ୍କ ପରେ EDରେ ହାଜର ହେଲେ ପୁଅ ପ୍ରୟାସକାନ୍ତି

ପ୍ରଫୁଲ୍ଲ ସାମଲଙ୍କୁ ୮ ଘଣ୍ଟା ଧରି ଜେରା କରିଥିଲା ଇଡି ।

ଅଦ୍ୟତନ ହୋଇଛି
Odisha MLA Prafulla Samal Son Deposes Before ED

Prafulla Samal, Prayaskanti Samal

Advertisment

EDରେ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି । ଇଡିରେ ହାଜର ହେଲେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି । ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ହାଜର । କିଛି ଦିନ ତଳେ ପ୍ରଫୁଲ୍ଲ ସାମଲ ଇଡିରେ ହାଜର ହୋଇଥିଲେ । ପ୍ରଫୁଲ୍ଲ ସାମଲଙ୍କୁ ୮ ଘଣ୍ଟା ଧରି ଜେରା କରିଥିଲା ଇଡି । ପରେ ତାଙ୍କୁ ଛାଡି ଦେଇଥିଲା। 

Advertisment

ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ହାଜର ହେବାକୁ ଇଡି ଫେବ୍ରୁଆରୀ ୧୭ ତାରିଖରେ ନୋଟିସ କରିଥିଲା। ସ୍ୱାସ୍ଥ୍ୟଗତ ସମସ୍ୟା ଜଣାଇ  ଇଡିରେ ହାଜର ହେବାକୁ ଓକିଲ ଜରିଆରେ ସମୟ ମାଗିଥିଲେ ପ୍ରଫୁଲ୍ଲ। ପରବର୍ତ୍ତୀ ସମୟରେ ପୁଣି ଇଡି ପ୍ରଫୁଲ୍ଲଙ୍କୁ ହାଜର ହେବାକୁ ନୋଟିସ କରିଥିଲା। ଫ୍ରେବୃଆରୀ ୨୮ ତାରିଖରେ ପ୍ରଫୁଲ୍ଲ ଇଡିରେ ହାଜର ହୋଇଥିଲେ। ହେଲେ ତାଙ୍କ ପୁଅ ପ୍ରୟାସକାନ୍ତି ଇଡିରେ ହାଜର ହୋଇନଥିଲେ। ଆଜି ପ୍ରୟାସକାନ୍ତି ଇଡିରେ ହାଜର ହୋଇଛନ୍ତି।

Advertisment

ଏହାପୂର୍ବରୁ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ ଜଣିଆ ଟିମ୍ ଚଢ଼ାଉ କରିଥିଲା। ସେହିପରି ବିଜେଡି ବିଧାୟକଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଇଡି ଚଢ଼ାଉ କରିଥିଲା। ଭଦ୍ରକ ସହରର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡି ରେଡ୍‌ କରିଥିଲା। ସେଥି ମଧ୍ୟରେ ଭୁବନେଶ୍ୱରର ପଳାସପଲ୍ଲୀରେ ଥିବା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ବି ରେଡ ହୋଇଥିଲା।

ଚଢ଼ାଉ ବେଳେ ଇଡି ଟିମ୍ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱରର ପଳାଶପଲ୍ଲୀ ଘରୁ ୧୦ ଲକ୍ଷ ଟଙ୍କା ସହ ଏକ ଫର୍ଚ୍ୟୁନର କାର୍‌ ଜବତ କରିଥିଲା। ଉକ୍ତ ଗାଡ଼ିଟି ପ୍ରୟାସକାନ୍ତି ଚଲାଉଥିବା ବେଳେ ତାହା ତୃଷ୍ଣା ସ୍କାଏ ସ୍କ୍ରାପର ଲିମିଟେଡ ନାମକ ବିଲଡର ସଂସ୍ଥା ନାଁରେ ଥିବା ସୂଚନା ମିଳିଥିଲା।

Advertisment

ବରପଦା ଇଞ୍ଜିନିୟରିଂ କଲେଜ ନାଁରେ ଏକ ସୋସାଇଟି ହୋଇଥିବା ବେଳେ ସେଥିରେ ହୋଇଥିବା ଦୁର୍ନୀତିରେ ପ୍ରୟାସକାନ୍ତି ସାମିଲ ଥିବା ଅଭିଯୋଗ ହୋଇଥିଲା। କଲେଜ କର୍ମଚାରୀମାନେ ଦରମା ପାଉ ନ ଥିବା ବେଳେ ଉକ୍ତ ଟଙ୍କାରେ ପ୍ରୟାସକାନ୍ତି ଦାମୀ ଗାଡ଼ି ଚଢ଼ୁଥିବା କର୍ମଚାରୀମାନେ ଅଭିଯୋଗ କରିଥିଲେ। ଏହାପରେ ଇଡି ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା।

Money Laundering Case ED Summon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ