Advertisment

ଦକ୍ଷିଣ ଓଡ଼ିଶାରେ ବି ମେଲିଛି ଦେଶୀ ମଦର କାୟା, ଗଞ୍ଜାମ ଜିଲ୍ଲା ପାଲଟିଛି ପେଣ୍ଠସ୍ଥଳୀ

ଗଞ୍ଜାମରେ ବ୍ରହ୍ମପୁର ଓ ଛତ୍ରପୁର ଭଳି ଦୁଇଟି ଅବକାରୀ ଜିଲ୍ଲା ରହିଛି । ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ୨୫ଟି ଦେଶୀ ମଦଭାଟି ଥିବା ବେଳେ ଛତ୍ରପୁର ଅବକାରୀ ଜିଲ୍ଲାରେ ଚାଲିଛି ୪୭ଟି ଭାଟି।

undefined

people demands raids in Ganjam

Advertisment

ଖାଲି ପଶ୍ଚିମ ଓଡ଼ିଶା ନୁହେଁ, ଦକ୍ଷିଣ ଓଡ଼ିଶାରେ ବି ରହିଛି ଦେଶୀ ମଦର ବିଶାଳ ସାମ୍ରାଜ୍ୟ। ଆଉ ଦକ୍ଷିଣ ଓଡ଼ିଶା ଦେଶୀ ମଦ କାରବାରର ପେଣ୍ଠ ପାଲଟିଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ। ଜିଲ୍ଲାର ଖଲିକୋଟ ବ୍ଲକରେ ଗାଁ ଗାଁରେ ଖୋଲିଛି ଦେଶୀ ମଦଭାଟି। ଏଥିରୁ ଅନେକ ଦେଶୀ ମଦଭାଟି ବେଆଇନ ଭାବେ ଚାଲିଥିବା ବେଳେ ଲାଇସେନ୍ସପ୍ରାପ୍ତ ମଦ ଭାଟି ବି ବର୍ଷ ବର୍ଷ ଧରି ଜଣେ ଜଣେ ବ୍ୟକ୍ତିଙ୍କ ମାଲିକାନାରେ ରହିଆସିଛି। ଏସବୁ ମଦ ଭାଟିର ପୁନଃ ଲାଇସେନ୍ସ ପାଇଁ ନା କେବେ ଟେଣ୍ଡର ହେଉଛି, ନା ଲଟେରୀ ବାହାର କରାଯାଉଛି ।

Advertisment

ସେଇ ସମାନ ଅବସ୍ଥା ଜିଲ୍ଲାର କବିସୂର୍ଯ୍ୟନଗରରେ। ଏଠାରେ ଥିବା ଦେଶୀ ମଦ ଭାଟିଟି ଗତ ୩୦ ବର୍ଷ ହେଲା ଜଣେ ବ୍ୟକ୍ତିଙ୍କ ନାମରେ ରହିଛି । କେବେ ଟେଣ୍ଡର ହେଉଛି, କେବେ ପୁଣି ତାଙ୍କୁ ଲାଇସେନ୍ସ ମିଳିଯାଉଛି, ସର୍ବସାଧାରଣ ଜାଣିପାରୁନାହାନ୍ତି । ଏମିତିକି ଏଇ ମଦଭାଟି ମାଲିକ ନିର୍ବାଚନ ସମୟରେ ନିଜଆଡ଼ୁ ତାଙ୍କୁ ୭ ଲକ୍ଷ ଟଙ୍କା ଯାଚିଥିବା ନେଇ ଖୁଲାସା କରିଛନ୍ତି ପୂର୍ବତନ କାଉନସିଲର ପ୍ରାର୍ଥୀ। ଯେହେତୁ ଏସବୁ ମଦ ଭାଟି ଦୀର୍ଘଦିନ ହେଲା ଜଣ ଜଣଙ୍କ ପତିଆରାରେ ରହୁଛି, ଏସବୁରେ ବି ଆୟକର ଚଢ଼ାଉ ହେଲେ ପୁଳା ପୁଳା କଳାଟଙ୍କା ବାହାରିବ ବୋଲି ଦୃଢ଼ତାର ସହ କହିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ।

ଗଞ୍ଜାମରେ ବ୍ରହ୍ମପୁର ଓ ଛତ୍ରପୁର ଭଳି ଦୁଇଟି ଅବକାରୀ ଜିଲ୍ଲା ରହିଛି । ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ୨୫ଟି ଦେଶୀ ମଦଭାଟି ଥିବା ବେଳେ ଛତ୍ରପୁର ଅବକାରୀ ଜିଲ୍ଲାରେ ଚାଲିଛି ୪୭ଟି ଭାଟି। ତେବେ ସାନରାମଚନ୍ଦ୍ରପୁର ଓ କବିସୂର୍ଯ୍ୟନଗର ମଦ ଭାଟି ଜିଲ୍ଲାରେ ସର୍ବାଧିକ ମାସିକ ୧୬ ଲକ୍ଷ ଟଙ୍କା ଲାଇସେନ୍ସ ଫି ଦେଉଛନ୍ତି, ଯାହାକି ଏହି ଦୁଇ ମଦଭାଟିର ଦବଦବାକୁ ସୂଚାଉଛି । ଗଞ୍ଜାମ ଜିଲ୍ଲା ଏବେ ରାଜ୍ୟର ମଦ ହବ୍ ପାଲଟିଥିବାରୁ ଏହାକୁ ଦୃଢ଼ ନିନ୍ଦା କରିଛି ମାନବ ଅଧିକାର ସୁରକ୍ଷା ମଞ୍ଚ। ଏପଟେ ଛତ୍ରପୁର ଅବକାରୀ ଅଧୀକ୍ଷକ କହିଛନ୍ତି, ଶେଷ ଥର ଲାଗି ୧୦ରୁ ୧୨ ବର୍ଷ ତଳେ ଦେଶୀ ମଦଭାଟିଗୁଡ଼ିକର ନିଲାମ ହୋଇଥିଲା। ଏବେ ନିଲାମ ବ୍ୟବସ୍ଥା ବଦଳି ଲଟେରୀ ବ୍ୟବସ୍ଥା ହୋଇଛି, ହେଲେ ତାହା ବି କାର୍ଯ୍ୟକାରୀ ହୋଇନି।

Advertisment

Odisha BJD Ganjam Liquor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ