Advertisment

ବିବାହ ପାଇଁ ଅରାଜି ହେଲା ପ୍ରେମିକା; ଛୁରି ଭୁସି ଜୀବନ ନେଇଗଲା ପ୍ରେମିକ

ଗିରିଶ ଏକ ଦୋକାନକୁ ଯାଇ ଛୁରି କିଣିଥିଲା । ପରେ ସେ ଶାଲିନି ଗ୍ରାଉଣ୍ଡକୁ ଯାଇ ସେଠାରେ ଫରିହାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା। ସେ ମନା କରିବାରୁ ତାଙ୍କୁ ବାରମ୍ୱାର ଛୁରିରେ ଆକ୍ରମଣ କରିଥିଲା।

ଅଦ୍ୟତନ ହୋଇଛି
Bengarluru Murder

Bengarluru Murder

Advertisment

ବାହା ହେବାକୁ ମନାକଲା ପ୍ରେମିକା। ରାଗରେ ଛୁରି ଭୁସି ହତ୍ୟାକଲା ପ୍ରେମିକ। ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ଜଣେ ୩୨ବର୍ଷୀୟ ବ୍ୟକ୍ତି ତାଙ୍କ ପ୍ରେମିକାକୁ ୧୫ଥର ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ସେ ପୋଲିସ ଷ୍ଟେସନକୁ ଯାଇ ଅପରାଧ ସ୍ୱୀକାର କରିଥିବା ଜଣାପଡିଛି। ବେଙ୍ଗାଲୁରୁର ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Advertisment

ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଗିରିଶ ଏନଏଲ ଓରଫ ରେହାନ ଅହମ୍ମଦକୁ ଗିରଫ କରାଯାଇଛି। ମୃତ ମହିଳା ହେଲେ ଜୟନଗର ଭି ବ୍ଲକର ୪୨ବର୍ଷୀୟ ଫରିହା ଖାତୁନ। ଫରିହା ବିବାହିତା ଓ ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି। ଉଭୟ ଝିଅଙ୍କର ବୟସ ୨୧ ଓ ୧୬ବର୍ଷ। ଏନେଇ ଡିସିପି ଶିବପ୍ରକାଶ ଦେବରାଜୁ ସୂଚନା ଦେଇଛନ୍ତି।

ପୋଲିସର ସୂଚନାନୁସାରେ, ଫରିହା ଖାତୁନଙ୍କ ପ୍ରକୃତ ଘର କୋଲକାତାରେ । ଗତ ୪ବର୍ଷ ଧରି ସେ ଦକ୍ଷିଣ ବେଙ୍ଗାଲୁରୁର ଏକ ୟୁନିସେକ୍ସ ସ୍ପାରେ କାମ କରୁଥିଲେ। ୨୦୨୨ ମସିହାରେ କାର୍ ଡ୍ରାଇଭର ଗିରିଶଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଗତ ମାର୍ଚ୍ଚ ୬ତାରିଖରେ ଫରିହା କୋଲକାତା ଯାଇ ମାର୍ଚ୍ଚ ୨୮ରେ ଝିଅଙ୍କ ସହିତ ଫେରି ଆସିଥିଲେ। ସେହି ଦିନ ଗିରିଶଙ୍କ ଜନ୍ମଦିନ ଥିଲା। ସେହିଦିନ ସେ ଜୟନଗରର ଏକ ଓୟୋ ହୋଟେଲ ରୁମ ବୁକ୍ କରି ଝିଅ ସହ ରହିଥିଲେ।

Advertisment

ସେମାନେ ଗିରିଶଙ୍କ ସହ ଏକ ପାର୍ଟିରେ ଯୋଗ ଦେଇଥିଲେ। ଉଭୟ ଏକାଠି ଖାଇଥିଲେ ଓ ସପିଂ ମଧ୍ୟ କରିଥିଲେ। ଏହାପରେ ଫରିହା ଏବଂ ଗିରିଶ ବାହାରକୁ ଯାଇଥିଲେ। ସେମାନେ ଦୁଇଟି ପାର୍କ ମଧ୍ୟ ଯାଇଥିଲା। ଗିରିଶ ଏକ ଦୋକାନକୁ ଯାଇ ଛୁରି କିଣିଥିଲା । ପରେ ସେ ଶାଲିନି ଗ୍ରାଉଣ୍ଡକୁ ଯାଇ ସେଠାରେ ଫରିହାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା। ସେ ମନା କରିବାରୁ ତାଙ୍କୁ ବାରମ୍ୱାର ଛୁରିରେ ଆକ୍ରମଣ କରିଥିଲା। ସନ୍ଧ୍ୟା ୭ଟାରୁ ୭ଟା ୩୦ମଧ୍ୟରେ ଏହି ଘଟଣା ଘଟିଥିଲା।ଏହି ସମୟରେ ଜଣେ ନଡିଆ ବିକ୍ରି କରୁଥିବା ବ୍ୟକ୍ତି ଏସଂପର୍କରେ ପୋଲିସକୁ ସୂଚନା ଦେଇଥିଲେ।

ପୋଲିସ ସେଠାରେ ପହଞ୍ଚିବା ବେଳକୁ ଫରିହାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଘଟଣାସ୍ଥଳରୁ ଗିରିଶ ଫେରାର ହୋଇଯାଇଥିଲେ। ରାତି ପ୍ରାୟ ୮ଟା ୩୦ରେ ଗିରିଶ ଜୟନଗର ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲେ। ପରେ ପୋଲିସ ଆଗରେ ସବୁ କଥା କହିଥିଲେ। ତାଙ୍କ କହିବା ଅନୁସାରେ, ସେ ଫରିହାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ସେ କାମ ଛାଡିବାକୁ କହିବା ସହ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିସହ କୋଲକାତା ଯିବା କଥା ବି ସେ ଗିରିଶଙ୍କୁ ମିଛ କହିଥିଲେ। ଜଣେ ସାଙ୍ଗଙ୍କ ସହ କୋଲକାତା ଯାଇଥିବା ଫରିହା କହିଥିଲେ। ଯାହାକୁ ନେଇ ତାଙ୍କ ମନରେ ସନ୍ଦେହ ଉପୁଜିଥିଲା।

Advertisment

ପୋଲିସ କହିଛି, ହିନ୍ଦୁ ପରିବାରରେ ଜନ୍ମ ହୋଇଥିବା ଗିରିଶ ଏକ ମୁସଲମାନ ସଂଗଠନ ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ସେ ୨୦୧୧ରେ ଇସଲାମ ଧର୍ମ ଗ୍ରହଣ କରିବା ସହ ନାମ ପରିବର୍ତ୍ତନ କରି ରେହାନ ଅହମ୍ମଦ ରଖିଥଲେ। ୨୦୧୬ରେ ତାଙ୍କ ଭଉଣୀଙ୍କର ବିବାହରେ ସମସ୍ୟା ଦେଖାଦେବାରୁ ସେ ପୁଣି ନାଁ ପରିବର୍ତ୍ତନ କରି ଗିରିଶ ରଖିଥିଲେ।କିନ୍ତୁ ସେ ପୁନର୍ବାର ଧର୍ମ ପରିବର୍ତ୍ତନ କରିନାହାଁନ୍ତି ବୋଲି ଜଣାପଡିଛି।

Murder Stabbing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ