• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଓଡ଼ିଶାର ୬୪ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା । ୪୬ ଜଣଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ । ସେମାନଙ୍କ ମଧ୍ୟରୁ ଜଣେ MLA ଦୁଷ୍କର୍ମ ଅଭିଯୁକ୍ତ । ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲାକୁ ଚିନ୍ତା ବଢାଉଛି ଏଡିଆର ରିପୋର୍ଟ।

ରାଜ୍ୟରେ କେଉଁ ବିଧାୟକଙ୍କ ବିରୋଧରେ କେତେ ଅପରାଧିକ ମାମଲା ରହିଛି, ତାର ରିପୋର୍ଟ ପ୍ରକାଶ କରିଛି ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ ବା ଏଡିଆର । ଏହି ରିପୋର୍ଟ ଅନୁସାରେ ଓଡ଼ିଶାର ୪୪ ପ୍ରତିଶତ ଅର୍ଥାତ ୬୪ ଜଣଙ୍କ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା । ୨୦୧୯ ନିର୍ବାଚନ ପୂର୍ବରୁ ସତ୍ୟପାଠ ଜରିଆରେ ଘୋଷଣା କରିଥିବା ଓଡ଼ିଶାର ୧୪୫ ବିଧାୟକଙ୍କ ମଧ୍ୟରୁ ୪୬ ଜଣଙ୍କ ବିରୋଧରେ ଗମ୍ଭୀର ଅପରାଧିକ ମାମଲା ରହିଛି ।

ଏମାନଙ୍କ ମଧ୍ୟରୁ ୨ ଜଣ ବିଧାୟକଙ୍କ ନାଁରେ ହତ୍ୟା, ୧୧ ଜଣ ହତ୍ୟା ଉଦ୍ୟମ ଏବଂ ୧୨ ଜଣଙ୍କ ବିରୋଧରେ ମହିଳାଙ୍କ ପ୍ରତି କରାଯାଇଥିବା ଅପରାଧ ମାମଲା ରହିଛି। ଜଣେ ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ମଧ୍ୟ ପଞ୍ଜୀକୃତ ହୋଇଛି । ଏଡିଆର ତଥ୍ୟ ଅନୁସାରେ, ବିଜୁ ଜନତା ଦଳର ୪୫ ବିଧାୟକଙ୍କ ନାଁରେ ଅପରାଧ ଓ ୩୨ ଜଣଙ୍କ ନାଁରେ ଗମ୍ଭୀର ଅପରାଧିକ ମାମଲା ରହିଛି।

ଦେଶର ୨୮ ବିଧାନସଭା ଓ ୨ଟି କେନ୍ଦ୍ର ଶାସିତ ଅଂଚଳର ବିଧାୟକଙ୍କ ପକ୍ଷରୁ ସତ୍ୟପାଠ ଜରିଆରେ ଘୋଷଣା କରାଯାଇଥିବା ଅପରାଧିକ ପୃଷ୍ଠଭୂମି, ଆର୍ଥିକ, ଶିକ୍ଷା, ବୟସ, ଲିଙ୍ଗ ଓ ଅନ୍ୟାନ୍ୟ ବିବରଣୀକୁ ବିଶ୍ଳେଷଣ କରାଯାଇ ଏଡିଆର ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।...