ଅଭିନେତା ରଣବୀର କପୁରଙ୍କୁ ଇଡିରୁ ସମନ । ଅକ୍ଟୋବର ୬ରେ ପଚରାଉଚରା ପାଇଁ ତାଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି। ଅନଲାଇନ ବେଟିଂ ଆପ୍ ମାମଲାରେ ତାଙ୍କୁ ସମନ୍ ଜାରି କରାଯାଇଥିବା ଜଣାପଡିଛି । କୋଲକାତା, ଭୋପାଳ, ମୁମ୍ବାଇ ସମେତ ୩୯ଟି ସହରରେ ଏକ ଅନଲାଇନ୍ ଆପ୍ ‘ମହାଦେବ’ ସହ ଲିଙ୍କ୍ ହୋଇଥିବା ମନି ଲଣ୍ଡରିଂ ନେଟୱାର୍କ ମାମଲାରେ ଇଡି ଏହି ପଦକ୍ଷେପ ନେଇଛି ।
Also Read
ଇଡି ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଶେୟାର ବଜାରରେ ବେଟିଂ ଟଙ୍କା ବ୍ୟବହାର କରାଯାଇଥିଲା । ଏହି ଅନଲାଇନ ବେଟିଂ ଆପ୍ ଯୋଗୁଁ, ଆହୁରି ମଧ୍ୟ ଅନେକ ବଲିଉଡ୍ ତାରକା ଇଡି ରାଡାରରେ ଥିବା ଜଣାପଡିଛି ।