Radhika Yadav Murder
ଟେନିସ ଖେଳାଳି ରାଧିକା ଯାଦବ ହତ୍ୟା ମାମଲା । ରାଧିକାଙ୍କ ମ୍ୟୁଜିକ୍ ଭିଡିଓ ଭାଇରାଲ ପରେ ମୁହଁ ଖୋଲିଲେ ଭିଡିଓରେ ଥିବା ଅଭିନେତା ଇନାମ-ଉଲ-ହକ୍। ଦୁବାଇରେ ଆୟୋଜିତ ଟେନିସ ପ୍ରିମିୟର ଲିଗ୍ରେ ରାଧିକାଙ୍କ ସହ ଦେଖା ହୋଇଥିବା କହିଛନ୍ତି, "ଇନାମ । ଏହା ପରେ ଉଭୟ ଏକ ମ୍ୟୁଜିକ୍ ଭିଡିଓ ସୁଟ୍ କରିଥିବା କଥା ସେ କହିଛନ୍ତି ।"
ଇନାମ-ଉଲ-ହକ୍ ଏହା ମଧ୍ୟ କହିଛନ୍ତି, "ମୋର ତାଙ୍କ ସହ କୌଣସି ବ୍ୟକ୍ତିଗତ ସମ୍ପର୍କ ନାହିଁ । କେବଳ ପ୍ରଫେସନାଲ କାମ ପାଇଁ କଥା ହୋଇଛି । ମୁଁ ତାଙ୍କୁ ଜଣେ ଅଭିନେତ୍ରୀ ଭାବେ ଜାଣିଛି । ସେହି ଭିଡିଓଟି ପାଇଁ କୌଣସି ଟଙ୍କା ବି ମିଳିନଥିଲା । ପରେ ଆମେ ପରସ୍ପରକୁ ଆଉ ଯୋଗାଯୋଗ ବି କରିନାହୁଁ ।"
ସୂଚନାଯୋଗ୍ୟ, ଗୁରୁବାର ଟେନିସ ଖେଳାଳି ରାଧିକା ଯାଦବଙ୍କୁ ଗୁଳିକରି ହତ୍ୟା କରାଯାଇଛି । ରାଧିକାଙ୍କ ବାପା ଦୀପକ ଯାଦବ ତାଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ରାଧିକାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମାମଲାର ଛାନଭିନ ଜାରି ରହିଛି । ପୋଷ୍ଟମର୍ଟମରୁ ଜଣାପଡ଼ିଛି ଯେ, ରାଧିକାଙ୍କ ପଛପଟେ ୩ ଟି ଗୁଳି ବାଜିଛି । ରାଧିକା ଏକ ଟେନିସ ଏକାଡେମୀ କରିଥିବାବେଳେ ଏହାକୁ ବିରୋଧ କରିଆସୁଥିଲେ ବାପା । ସାଙ୍ଗସାଥୀଙ୍କ ଟାହିଟାପରା ସହିନପାରି ଝିଅକୁ ହତ୍ୟା କରିଥିବା ସ୍ୱୀକାର କରିଛି ଅଭିଯୁକ୍ତ ଦୀପକ ଯାଦବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752309166.jpg)