Advertisment

ଗିରଫ ଭୟ ! ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ବାବୁସାନ

ହାଇକୋର୍ଟରେ ବାବୁସାନ ଆଗୁଆ ଜାମିନ ଆବେଦନ କରିଛନ୍ତି।

ଅଦ୍ୟତନ ହୋଇଛି
ବାବୁସାନଙ୍କୁ ଘାରିଲା ଗିରଫଦାରୀ ଭୟ

ବାବୁସାନଙ୍କୁ ଘାରିଲା ଗିରଫଦାରୀ ଭୟ

Advertisment

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ବାବୁସାନ। ହାଇକୋର୍ଟରେ ବାବୁସାନ ଆଗୁଆ ଜାମିନ ଆବେଦନ କରିଛନ୍ତି। ପତ୍ନୀଙ୍କ ପକ୍ଷରୁ ଦାୟର ମାମଲାରେ ଅଭିଯୁକ୍ତ ଅଛନ୍ତି ବାବୁସାନ। ବାବୁସାନଙ୍କ ନାଁରେ ଦଫା ୪୯୮(କ), ୫୦୬ରେ ମାମଲା ହୋଇଛି।

Advertisment

ଆଜି ଭୁନେଶ୍ୱରରେ ପହଞ୍ଚିଥିଲେ ଅଭିନେତା ବାବୁସାନ ମହାନ୍ତି। ଚେନ୍ନାଇରୁ ବିମାନ ଯୋଗେ ଆସି ଆଜି ସକାଳେ ବାବୁସାନ ଭୁବନେଶ୍ୱରରେ ପହଞ୍ଚିଥିଲେ। ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ଜଗନ୍ନାଥବିହାର ସ୍ଥିତ ଘରକୁ ଯାଇଥିଲେ। 

Advertisment

ଗତ ଜୁଲାଇ ୨୩ ତାରିଖ ସକାଳେ ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏକାଠି ପାଇ ହଙ୍ଗାମା ମଚାଇଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ। ବାବୁଶାନ-ପ୍ରକୃତିଙ୍କ ସହ ଝଗଡ଼ା କରିବା ସହ ମାଡ଼ ବି ମାରିଥିବା ଅଭିଯୋଗ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ବାବୁସାନ୍‌ଙ୍କ ସହ ବସିଥିବା ଗାଡ଼ିରୁ ଓହ୍ଲାଇ ଖସିଯିବାକୁ ଚେଷ୍ଟା କରିଥିଲେ ପ୍ରକୃତି। ଯାହାର ଭିଡ଼ିଓ ଭାଇରାଲ୍ ହୋଇଥିଲା।  

Babushan Mohanty Actress Prakruti Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ