Advertisment

ସଚେତନ ପରେ ବି ଥମୁନି ଏସିଡ୍‌ ଆଟାକ୍‌, ସାମ୍ନାକୁ ଆସିଲା NCRB ରିପୋର୍ଟରେ ଚମକାଇ ଦେଲା ଭଳି ତଥ୍ୟ

ଯେତେ ସଚେତନ ହେବା ପରେ ବି ଦେଶରେ ଥମିବାର ନାଁ ନେଉନି ଏସିଡ୍  ଆକ୍ରମଣ ଘଟଣା। NCRB ରିପୋର୍ଟରେ ଚମକାଇ ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Acid Attacks On Rise Nationwide

Acid attacks on rise nationwide

ଏସିଡ୍‌ ମାଡ଼ରେ ଗୁରୁତର ଆହତ ହୋଇଥିବା ବାଲେଶ୍ୱର ଜିଲ୍ଲାର ବନିତା ଶେଷରେ ଆଖି ବୁଜିଛନ୍ତି। ୬ ଦିନ ଧରି ସଂଘର୍ଷ ପରେ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ଖାଲି ବନିତା ନୁହଁନ୍ତି, ଏମିତି ଅନେକ ପୀଡ଼ିତା ଏସିଡ୍‌ ଆକ୍ରମଣର ଶିକାର ହୋଇ ଆଖି ବୁଜିଛନ୍ତି। ଯେତେ ସଚେତନ ହେବା ପରେ ବି ଦେଶରେ ଥମିବାର ନାଁ ନେଉନି ଏସିଡ୍  ଆକ୍ରମଣ ଘଟଣା। NCRB ରିପୋର୍ଟରେ ଚମକାଇ ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି।

Advertisment

ଏସିଡ୍  ଆକ୍ରମଣ ଘଟଣା ଓ କଡ଼ା ନିୟମ...

  • ୨୦୧୯ରେ ଦେଶରେ ଘଟିଥିଲା ୧୫୦ ମାମଲା, ୨୦୨୦ରେ ୧୦୫ ଏବଂ ୨୦୨୧ରେ ୧୦୨ଟି ମାମଲା ରେକର୍ଡ ହୋଇଛି
  • ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ସବୁଠୁ ଅଧିକ ଘଟଣା ପରିଲକ୍ଷିତ ହୋଇଛି। ସାରା ଦେଶର ୫୦% ମାମଲା ଏହି ଦୁଇ ରାଜ୍ୟରେ ଘଟୁଛି।
  • ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ୨୦୧୫ରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ‘ଏସିଡ୍‌’ ମାମଲାରେ ତୁରନ୍ତ ନ୍ୟାୟ ଦେବାକୁ କହିଥିଲେ।
  • ଏସିଡ୍ ଆକ୍ରମଣରେ କଡ଼ା ଦଣ୍ଡବିଧାନ ବି ରହିଛି। IPC୩୨୬(କ) ଅନୁସାରେ ଏହି ମାମଲାକୁ ଗୁରୁତ୍ୱ ଦେଇ ବିଚାର କରାଯିବ।
  • ଦୋଷୀକୁ ସର୍ବନିମ୍ନ ୧୦ ବର୍ଷ ଓ ସର୍ବାଧିକ ଆଜୀବନ କାରାଦଣ୍ଡ ମିିଳିବ
  • ଯଦି, ଏସିଡ୍ ଆକ୍ରମଣ ଘଟଣା ନେଇ ଥାନାରେ ଏତଲା ହୁଏ ତା’ହେଲେ ପୋଲିସ ତୁରନ୍ତ ମାମଲା ଦାଏର କରିବା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
  • ଏସିଡ୍‌ କିଣାବିକାକୁ ନେଇ ୨୦୧୩ରେ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଥିଲେ ସବୋର୍ଚ୍ଚ ଅଦାଲତ। 
  • ଏପରିକି ବିନା ଉପଯୁକ୍ତ କାଗଜପତ୍ରରେ ବିକି ହେବନି ଏସିଡ୍‌। ଏସିଡ୍ କିଣୁଥିବା ବ୍ୟକ୍ତିର ସମସ୍ତ ତଥ୍ୟ ରଖିବେ ଦୋକାନୀ। ଖାଲି ସେତିକି ନୁହେଁ, ଏସିଡ୍ କେତେ ରଖିଛନ୍ତି ପ୍ରତି ୧୫ ଦିନରେ ପ୍ରଶାସନକୁ ଜଣାଇବେ। 

ଅଧିକ ପଢ଼ନ୍ତୁ: NCRB ଦେଲା ସାଂଘାତିକ ତଥ୍ୟ ! ରାଜ୍ୟରେ ବର୍ଷକରେ ହଜିଲେଣି ୪,୧୩୩ ଶିଶୁ, କୁଆଡ଼େ ଯାଉଛନ୍ତି ପତ୍ତା ନାହିଁ

Advertisment

ଏସିଡ୍‌ ପୀଡ଼ିତାଙ୍କୁ ସହାୟତା...

  • ଏସିଡ୍‌ ପୀଡ଼ିତାଙ୍କୁ ସହାୟତା ନେଇ ମଧ୍ୟ ସ୍ୱତନ୍ତ୍ର ନିୟମାବଳୀ ରହିଛି
  • ପୀଡ଼ିତାଙ୍କୁ ଅନୂନ୍ୟ ୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବେ ରାଜ୍ୟ ସରକାର 
  • ଏସିଡ୍‌ ପୀଡ଼ିତାଙ୍କୁ ସରକାରୀ ଓ ଘରୋଇ ହସ୍ପିଟାଲରେ ମାଗଣାରେ ଚିକିତ୍ସା ପ୍ରଦାନ କରିବେ
  • ପ୍ରତି ଘରୋଇ ମେଡିକାଲରେ ଏସିଡ୍ ପୀଡ଼ିତାଙ୍କ ପାଇଁ ରହିବ ସ୍ୱତନ୍ତ୍ର ବେଡ୍। ସେଠି ତାଙ୍କୁ ସବୁଠୁ ଭଲ ଚିକିତ୍ସା ଦେବ ପ୍ରଶାସନ। 
Acid Attack NCRB Report
Advertisment
Advertisment