Advertisment

ACF ସୌମ୍ୟରଂଜନ ମୃତ୍ୟୁ ମାମଲା; ଗେଟ୍ ଜଗୁଆଳି, ରୋଷେୟାଙ୍କୁ ମାରାଥନ ଜେରା

ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଆଜି ପୁଣି ମାରାଥନ ଜେରା କରିଛି।

ଅଦ୍ୟତନ ହୋଇଛି
ପୁଣି DFO, ବିଦ୍ୟାଭାରତୀଙ୍କୁ ଜେରା ହେବ: କ୍ରାଇମବ୍ରାଞ୍ଚ୍

acf soumya ranjan mohapatra

Advertisment

ପାରଳାଖେମୁଣ୍ଡି: ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଆଜି ପୁଣି ମାରାଥନ ଜେରା କରିଛି। ଆଜି ଡିଏଫ୍ଓ କାର୍ଯ୍ୟାଳୟ ଅଫିସ୍ ଗେଟ୍ ଜଗୁଆଳି ଏବଂ ଡିଏଫ୍ଓଙ୍କ ଘରେ ଥିବା ରୋଷେୟାଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ। ଏହାସହ ବନବିଭାଗର ଦୁଇ କର୍ମଚାରୀ ସନ୍ତୋଷ କୁମାର ବିଶ୍ୱାଳ ଏବଂ ଅଜୟ କୁମାର ବେହେରାଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ।

Advertisment

ସୌମ୍ୟରଂଜନ ମୃୃତ୍ୟୁ ମାମଲାରେ ଗତକାଲି ମଧ୍ୟ ମାରାଥନ ଜେରା କରିଥିଲା କ୍ରାଇମବ୍ରାଞ୍ଚ  । ସୌମ୍ୟଙ୍କ ଦୁଇ ସହକର୍ମୀ ଏସିିଏଫକୁ ଲଗାତର ୪ ଘଣ୍ଟା ଧରି ପଚରାଉଚରା କରିିଥିଲା । କ୍ରାଇମବ୍ରାଞ୍ଚର ଟିମ ସୌମ୍ୟଙ୍କ ଦୁଇ ସହକର୍ମୀ ଏସିଏଫ୍  ଗୌରୀପ୍ରସାଦ ରଥ ଓ ଭାସ୍କର ରାଓଙ୍କ ସହ ରୋଷେୟା ମନ୍ମଥ କୁମ୍ଭ ଏବଂ ଅନ୍ୟ ୩ ଫରେଷ୍ଟ ଗାର୍ଡଙ୍କୁ ସୋମବାର ଜେରା ପାଇଁ ଡାକିଥିଲା ।

କ୍ରାଇମବ୍ରାଞ୍ଚ ସେଥିମଧ୍ୟରୁ ଦୁଇ ଜଣ ଏସିଏଫ୍, ଜଣେ ଫରେଷ୍ଟ ଗାର୍ଡ ଏବଂ ରୋଷେୟାଙ୍କୁ ଗତକାଲି ପଚରାଉଚରା କରାଯାଇଛି । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟାଙ୍କ ବିରୋଧରେ ହତ୍ୟା ସହ ଅପରାଧିକ ଷଡ଼ଯନ୍ତ୍ର ଭଳି ସଂଗୀନ ଦଫା ଲାଗିଛି । ଏମାନଙ୍କ ବିରୋଧରେ ସୌମ୍ୟଙ୍କ ପରିବାର ଲୋକେ ବି ସିଧା ଅଭିଯୋଗ କରୁଛନ୍ତି।

Advertisment

 ସଂପୃକ୍ତ ରୋଷେୟା ଏହି ମାମଲାର ଅନ୍ୟତମ ପ୍ରତ୍ୟକ୍ଷଦର୍ଶୀ ବୋଲି କୁହାଯାଉଛି।  ତେଣୁ ଘଟଣା ଦିନ ରାତିରେ କେମିତି ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିଲା ଓ ସେ କଣ ଦେଖିଥିଲେ ଏ ସଂପର୍କରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଜେରା କରାଯାଇଥିବା ଜଣାପଡ଼ିଛି  । ଅପର ପକ୍ଷରେ ପୁରା ତଦନ୍ତ ଦାୟିତ୍ୱ ଭାର ନେଇଥିବା କ୍ରାଇମବ୍ରାଞ୍ଚ, ଡିଏଫ୍ଓ ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ମଧ୍ୟ ପୁଣି ଥରେ ପଚରା ଉଚରା କରିବ ବୋଲି ଜଣାପଡ଼ିଛି ।

Advertisment

ସୂଚନାଥାଉ କି, ଜୁଲାଇ ୧୨ ତାରିଖ ରାତି ପ୍ରାୟ ୯ଟା ସମୟରେ  ସୌମ୍ୟରଞ୍ଜନ ନିଜର ସରକାରୀ ବାସଭବନରେ ନିଆଁ ଲାଗି ୯୦% ପୋଡ଼ି ଯାଇଥିଲେ। ପରେ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସୌମ୍ୟଙ୍କ ମୃତ୍ୟୁକୁ ଇତି ମଧ୍ୟରେ ମାସେ ପୁରିଯାଇଛି।  ହେଲେ ଏଯାଏ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରି ନାହିଁ। ଘନ ଘନ ତଦନ୍ତ ପରେ ବି ପୋଲିସ ଏଯାଏ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହିଁ। ଏଭଳି ସ୍ଥିତିରେ ପୋଲିସର ତଦନ୍ତକୁ ନେଇ ସୌମ୍ୟଙ୍କ ପରିବାର ଓ ପାରଳାଖେମୁଣ୍ଡି ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି।

ସୌମ୍ୟଙ୍କ ପରିବାର ଲୋକେ ପୁଅର ମୃତ୍ୟୁ ପାଇଁ ବୋହୂ ବିଦ୍ୟା ଭାରତୀଙ୍କୁ ସମ୍ପୂଣ୍ଣ ଭାବେ ଦାୟୀ କରିଛନ୍ତି। ପୁଅ-ବୋହୂ ଗୋଟିଏ ରୁମ୍‌ରେ ଥିଲେ। ପୁଅ ପୋଡ଼ିଗଲା, ହେଲେ ବୋହୂ କେମିତି ଜାଣିପାରିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ବାପା। ଏଥିସହିତ ପୁଅକୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି। 

Odisha News Paralakhemundi ACF Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ