Accused Jumps Out of OSRTC Bus
ସରକାରୀ ବସରେ ହେଉଥିଲା ଗଞ୍ଜେଇ ଚାଲାଣ। ଖବର ପାଇ ଅବକାରୀ ବିଭାଗର ରେଡ୍ ବେଳେ ଚଳନ୍ତା ବସରେ ଡେଇଁ ଫେରାର ମାରିଲା ଅଭିଯୁକ୍ତ। ଗତକାଲି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏଭଳି ଘଟଣା ଘଟିଛି। ଏକ ଓଏସଆରଟିସି ବସରେ ଗଞ୍ଜେଇ ଚାଲାଣ କରୁଥିଲେ ଦୁଇ ଅଭିଯୁକ୍ତ।
ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ସଂପୃକ୍ତ ବସରେ ଚଢାଉ କରିଥିଲା। ସ୍ଥାନୀୟ ଜୟପାଟଣା ରାଜବାଟୀ ଛକରେ ବସକୁ ଅଟକାଇ ଯାଞ୍ଚ କରିଥିଲା। ତେବେ ଯାଞ୍ଚ୍ ହେଉଥିବା ଜାଣି ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବସ୍ ଝର୍କା କାଚ ଦେଇ ଫେରାର ମାରିବାରେ ସକ୍ଷମ ହୋଇଥିଲା। ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଅନ୍ୟଜଣେ ଯୁବକକୁ କାବୁ କରାଯାଇ ପାରିଥିଲା। ତେବେ ଉଭୟ ଅଭିଯୁକ୍ତ ବାହାର ରାଜ୍ୟର, ସେମାନେ ୧୦ରୁ ୧୫ କେଜିରୁ ଅଧିକ ଗଞ୍ଜେଇ ନେଇ ଚାଲାଣ କରୁଥିଲେ ବୋଲି ସୂଚନା ମିଳିଛି। ଏ ନେଇ ଅବକାରୀ ବିଭାଗର ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753770161.jpg)