Crime
Advertisment
ଡାକ୍ତରୀ ମାଇନା କରିବାକୁ ଆଣିଥିଲା ପୋଲିସ । ହେଲେ ଖସି ପଳାଇଲା ଅଭିଯୁକ୍ତ । ଅଭିଯୁକ୍ତ ଚମ୍ପଟ ମାରିଥିବା ବେଳେ ତା ପଛରେ ଦୌଡ଼ି ଥିଲେ ଦୁଇଜଣ ପୋଲିସ କନେଷ୍ଟବଳ । ସିସିଟିଭିରେ ପୁରା ଘଟଣା କଏଦ ହୋଇଛି । କଟକ ସାଲେପୁରରେ ଏହି ଘଟଣା ଘଟିଛି। ଗତକାଲି ରାତିରେ ୧୧୨ ନମ୍ବରରେ କଲ ଆସିବା ପରେ ଅସଦାଚରଣ ମାମଲାରେ ଜଣେ ଅଭିଯୁକ୍ତକୁ ପୋଲିସ ଧରି ଆଣି ସାଲେପୁର ଗାଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ମାଇନା କରାଉଥିଲା ।
Advertisment
ତେବେ କୌଶଳ କ୍ରମେ ଅଭିଯୁକ୍ତ ଜଣକ ଖସି ଦୌଡ଼ି ପଳାଇ ଯାଇଛି। ଏଯାଏଁ ପୋଲିସ ତାକୁ ଧରିବାରେ ସଫଳ ହୋଇନଥିବା ସୂଚନା ମିଳିଛି । ତେବେ ଅଭିଯୁକ୍ତର ନାଁ ଓ ଠିକଣା ପୋଲିସ ପ୍ରକାଶ କରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Crime_1723042178.jpg)