Advertisment

ଜଗତସିଂହପୁର ଗଣଦୁଷ୍କର୍ମ ତନାଘନା: ଜଣେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଆଉ ଜଣେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି ଓ ଖୁବଶୀଘ୍ର ଗିରଫ କରାଯିବ ବୋଲି ଜଗତସିଂହପୁର ଏସପି ସୂଚନା ଦେଇଛନ୍ତି । ୩ଟି ଟିମ ଗଠନ କରି ତଦନ୍ତ କରୁଛି ଜଗତସିଂହପୁର ପୋଲିସ ।

Accused Priti Ranjan Behera

Accused Priti Ranjan Behera

Advertisment

ଜଗତସିଂହପୁରରେ ଯୁବତୀଙ୍କୁ ୨ ଜଣ ଗଣଦୁଷ୍କର୍ମ ଅଭିଯୋଗର ତନାଘନା । ୨୪ ଘଣ୍ଟା ଭିତରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତା ନାଁ ଚିକୁ ଓରଫ ପ୍ରୀତିରଞ୍ଜନ ବେହେରା ଓ ଘର କୋଦଳପଳସା ଗାଁରେ । ଗିରଫ ପରେ ଅଭିଯୁକ୍ତର ଡାକ୍ତରୀ ମାଇନା ପାଇଁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛି ପୋଲିସ ।

Advertisment

ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି ଓ ଖୁବଶୀଘ୍ର ଗିରଫ କରାଯିବ ବୋଲି ଜଗତସିଂହପୁର ଏସପି ସୂଚନା ଦେଇଛନ୍ତି । ୩ଟି ଟିମ ଗଠନ କରି ତଦନ୍ତ କରୁଛି ଜଗତସିଂହପୁର ପୋଲିସ । ଆଜି କ୍ରାଇମସ୍ପଟରେ ପହଞ୍ଚି ତଦନ୍ତ କରିଛି ସାଇଣ୍ଟିଫିକ୍ ଟିମ୍। ପୀଡ଼ିତା ଏବେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

ପୀଡ଼ିତାଙ୍କ ବାପା ଜଗତସିଂହପୁର ଥାନାରେ ଦେଇଥିବା ଏତଲା ଅନୁସାରେ ଗତ ରାତିରେ ଝିଅ ସମ୍ପର୍କୀୟ ଦାଦାଙ୍କ ଘରକୁ ଜନ୍ମଦିନ କେକ୍ କାଟିବାକୁ ଯାଇଥିଲେ । ପୀଡ଼ିତାଙ୍କ ସାହିର ଟୁଇନ୍ ଭୋଇ ନାମକ ଯୁବକ ଜବରଦସ୍ତ ତାଙ୍କ ଘରକୁ ଟାଣି ନେଇଥିଲେ । ଯୁବତୀଙ୍କୁ ନେଇଯିବା ବାଟରେ ଆଉ ୨ ଜଣ ଯୁବକ ଟାଣି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏପରିକି ଏକଥା ଘରେ କହିଲେ ଜୀବନରେ ମାରି ଦେବେ ବୋଲି ଧମକ ଦେଇଥିଲେ ଅଭିଯୁକ୍ତ । ଏନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ବାପା ।

Advertisment
Jagatsinghpur Security Hospital Medical Accused
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ