Advertisment

ବିଶ୍ୱାସରେ ବିଷ ଦେଇଥିଲେ, ଏବେ କାଳ କୋଠରୀରେ

ଜୈନିକ ବ୍ୟକ୍ତି ତାଙ୍କ ପେଟକୁ ଦାନା ଦେଉଥିବା କମ୍ପାନୀକୁ ଠକି କୋଟିଏ ଟଙ୍କାର ଘୋଟାଲା କରିଥିଲେ। ଆଉ ସେହି ଟଙ୍କାକୁ ଏବେ ଲୁଟି ନେଇଛି ସାଇବର ଲୁଟେରା। ଆଉ ସେ ଏବେ ଜେଲରେ ପେଷୁଛନ୍ତି ଚକି!

Cyber Fraud

Cyber Fraud

Advertisment

କଥାରେ ଅଛି ଯେମିତି କର୍ମ କଲେ ସେମିତି ଫଳ ମିଳେ । ଆଉ ଏହି କଥାଟି ବି ସତ । ନିକଟରେ ଜଣେ ବ୍ୟକ୍ତି ତାଙ୍କ କଲା କର୍ମର ଫଳ ପାଇଛନ୍ତି । କଥାଟା ଟିକେ ଅଜବ ଲାଗୁଛି ନା... କିନ୍ତୁ ଏହା ଶତ ପ୍ରତିଶତ ସତ । ମୁମ୍ବାଇର ଜୈନିକ ବ୍ୟକ୍ତି ତାଙ୍କ ପେଟକୁ ଦାନା ଦେଉଥିବା କମ୍ପାନୀକୁ ଠକି କୋଟିଏ ଟଙ୍କାର ଘୋଟାଲା କରିଥିଲେ । ଆଉ ସେହି ଟଙ୍କାକୁ ଏବେ ଲୁଟି ନେଇଛି ସାଇବର ଲୁଟେରା । ଲୁଟର ଶିକାର ହୋଇଥିବା ଲୁଟେରାର ଷ୍ଟୋରୀକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି ।

Advertisment

ଘଟଣାଟି ଥିଲା କିଛି ଏପରି... ଜୈନିକ ବ୍ୟକ୍ତି ଜଣକ ପ୍ରାୟ ତିନି ଦଶନ୍ଧି ଧରି ସ୍ଥାନୀୟ ଏକ କମ୍ପାନୀରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ସେ ଧିରେ ଧିରେ ମାଲିକ ଏବଂ ବୋର୍ଡ ସଦସ୍ୟଙ୍କ ବିଶ୍ୱାସ ଜିତିଥିଲେ । ପରେ ବ୍ୟାଙ୍କିଙ୍ଗ୍ କାରବାର ପାଇଁ OTP ଅଥରିଟି ମଧ୍ୟ ପାଇଗଲେ । ଶେଷରେ କମ୍ପାନୀର ବିଶ୍ୱାସରେ ବିଷ ଦେଇ ସେ ପ୍ରାୟ ୧.୦୮କୋଟି ଟଙ୍କାର ଘୋଟାଲା କଲେ । ଆଉ ସେହି ଟଙ୍କାକୁ ସେ ଅଜାଣତରେ ଏକ ଠକ ବୀମା ସଂସ୍ଥାରେ ବିନିଯୋଗ କରିଥିଲେ । ଏବେ ନା ଅଛି ସେ ବୀମା ସଂସ୍ଥା ନା ଲୁଟ ଟଙ୍କା ।

ଅନ୍ୟପଟେ ଫୋରେନସିକ୍ ଅଡିଟ୍ ରିପୋର୍ଟରେ କମ୍ପାନୀ ଅର୍ଥ ହେରଫେର ବିଷୟରେ ଜାଣିବାକୁ ପାଇଲା । ଆଉ FIR ପରେ ଅଭିଯୁକ୍ତ ଆକାଉଣ୍ଟଟାଣ୍ଟକୁ ଗିରଫ କରିଛି ମୁମ୍ବାଇ ପୋଲିସ। ସେ ବର୍ଷ ୨୦୧୬ରୁ ୨୦୨୩ ମଧ୍ୟରେ ଠକେଇ କରିଥିବା ସ୍ୱୀକାର ବି କରିଛି । ପୋଲିସ କହିଛି ଯେ, ବିଭିନ୍ନ ପେମେଣ୍ଟ ନାଁରେ ଅଭିଯୁକ୍ତ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରୁ ଏହି ରାଶି ଉଠାଇଥିଲେ, ଆଉ ଦୁଇ ଗୁଣା ଟଙ୍କା ପାଇବା ଲୋଭରେ ତାକୁ ଫ୍ରଡ୍ ବୀମା ସଂସ୍ଥାରେ ବିନିଯୋଗ କରିଥିଲେ।

Advertisment

ତେବେ ସେ ଯାହା ବି ହେଉ, ଜୈନିକ ବ୍ୟକ୍ତି ଯେମିତି କର୍ମ କରିଥିଲେ ସେମିତି ଫଳ ପାଇଲେ। ତେଣୁ ବଡ଼ ବଡ଼ ଲୋକମାନେ କହିଛନ୍ତି ଅନ୍ୟାୟରେ ଅର୍ଜିତ ଧନ କେବେ ପାଖରେ ରୁହେ ନାହିଁ।

Mumbai Police Cyber Fraud Cyber Lootera
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ