Advertisment

ଏମିତି ବି ଆସେ ମୃତ୍ୟୁ ! ଗାଡ଼ି ପୂଜା ସରିବା ପରେ ମହିଳାଙ୍କ ଉପରେ ଚଢ଼ାଇଦେଲେ ପୂଜାରୀ

ସକାଳୁ ସକାଳୁ ମନ୍ଦିରକୁ ଆସିଥିଲେ ମାଆ ଝିଅ । ହେଲେ ଚଢ଼ିଗଲା ପିକ୍‌ଅପ୍‌ ଭ୍ୟାନ ।

ଅଦ୍ୟତନ ହୋଇଛି
Accident

Accident

Advertisment

ଏମିତି ବି ଆସେ ମୃତ୍ୟୁ । ସକାଳୁ ସକାଳୁ ମନ୍ଦିରକୁ ଆସିଥିଲେ ମାଆ ଝିଅ । ହେଲେ ଚଢ଼ିଗଲା ପିକ୍‌ଅପ୍‌ ଭ୍ୟାନ । ଘଟଣାସ୍ଥଳରେ ହିଁ ଚାଲିଗଲା ମହିଳାଙ୍କ ଜୀବନ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଗୁରୁତରଙ୍କୁ ମେଡିକାଲରେ ଭତ୍ତିକରିଛି । ଅନ୍ୟପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisment

ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି, ମନ୍ଦିରରୁ ପୂଜା ସାରି ମାଆ ଝିଅ ବାହାରିବା ବେଳେ ସେଠାରେ ପୂର୍ବରୁ ଛିଡ଼ା ହୋଇଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ହଠାତ୍‌ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା । ଆଉ ମହିଳାଙ୍କ ଉପରେଚଢ଼ି ଯାଇଥିଲା । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିଲେ । ସେପଟେ ଏହି ପିକ୍‌ଅପ୍‌ ଭ୍ୟାନ୍‌କୁ ପୂଜା କରୁଥିବା ନନା ହିଁ ଗାଡ଼ି ଚଳାଉଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ