Advertisment

Naba Das Murder Case: କ’ଣ ଲୁଚାଉଥିଲା କ୍ରାଇମବ୍ରାଞ୍ଚ ? କେମିତି ବଦଳି ଗଲା ସାକ୍ଷୀଙ୍କ ସାର୍ଟର ରଙ୍ଗ ?

ସାର୍ଟ ରଙ୍ଗ ବଦଳାଯାଇଛି, ତଦନ୍ତର ଢଙ୍ଗ ବଦଳାଯାଇଛି ତାହା ,ଏବେ ତଦନ୍ତ ସାପେକ୍ଷ ହୋଇଛି। ଅନ୍ୟପକ୍ଷରେ ପୂରା ପ୍ରକ୍ରିୟା ଦେଖିଲେ ଷଡ଼ଯନ୍ତ୍ର ଗନ୍ଧ ଡହ ଡହ ବାରି ହେଉଛି।

ଅଦ୍ୟତନ ହୋଇଛି
Naba  Das

Naba Das

Advertisment

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ତଦନ୍ତରେ ହୋଇଛି ସଂଘାତିକ ତ୍ରୁଟି। କ୍ରାଇମବ୍ରାଞ୍ଚ ତଦନ୍ତରେ ବଦଳିଯାଇଛି ସାକ୍ଷୀର ସାକ୍ଷ୍ୟ। ଧଳା ହୋଇଯାଇଛି ସାକ୍ଷୀଙ୍କ ହଳଦିଆ ସାର୍ଟ। ପ୍ରପର୍ଟି ସିଜର ତାଲିକା ଓ ସାକ୍ଷୀ ଦେଇଥିବା ବୟାନରେ ନାହିଁ ତାଳମେଳ।

Advertisment

ପ୍ରପର୍ଟି ସିଜର ତାଲିକାରେ କ୍ରାଇମବ୍ରାଞ୍ଚ ଦେଇଥିବା ତଥ୍ୟ ଅନୁସାରେ ଏକ ରକ୍ତଲଗା ହଳଦିଆ ସାର୍ଟ ଜବତ ହୋଇଥିଲା। କିନ୍ତୁ ହଳଦିଆ ସାର୍ଟ ପିନ୍ଧିଥିବା ଶୁଭେନ୍ଦୁ ପଟ୍ଟନାୟକଙ୍କ ସାକ୍ଷ୍ୟରେ ରଙ୍ଗ ବଦଳିଯାଇଛି। ହଳଦିଆ ବଦଳରେ ଧଳା ସାର୍ଟ ହୋଇଯାଇଛି।  ଏହାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ମୁହଁ ଖୋଲିଛନ୍ତି ଶୁଭେନ୍ଦୁ।

ସେ କହିଛନ୍ତି, ମୁଁ ହଳଦିଆ ସାର୍ଟ ପିନ୍ଧିଥିଲି। କ୍ରାଇମବ୍ରାଞ୍ଚ ବାଲା ମୋର ହଳଦିଆ ସାର୍ଟ ଜବତ କରିଥିଲେ। ନବ ଧଳା ସାର୍ଟ ପିନ୍ଧିଥିଲେ, ମୁଁ ହଳଦିଆ ସାର୍ଟ ପିନ୍ଧିଥିଲି। କ୍ରାଇବବ୍ରାଞ୍ଚକୁ ଶୁଣିବାରେ ଭୁଲ୍‌ ହୋଇଥିବ। 

Advertisment

ଶୁଭେନ୍ଦୁଙ୍କ ବୟାନ ପରେ ସାକ୍ଷରେ କିପରି ହଳଦିଆ ସାର୍ଟ ଧଳା ହୋଇଗଲା, କିଏ ବଦଳାଇ ଦେଲା ‌ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଲିଷ୍ଟ ଆଉ ସାକ୍ଷ୍ୟରେ କେମିତି ତାଳମେଳ ରହିଲାନି?

ହଳଦିଆ ସାର୍ଟରୁ ଧଳା ସାର୍ଟ ହେଇଗଲା, କ୍ରାଇମବ୍ରାଞ୍ଚ କେମିତି ଜାଣିପାରିଲାନି?  ଦିନକୁ ଦିନ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ସନ୍ଦେହ ଯେତେ ବଢ଼ୁଛି ସେତେ ପ୍ରଶ୍ନବାଚୀ ବି ଛିଡ଼ା ହୋଇଛି। କିଛି ଲୁଚାଇବାକୁ ଚେଷ୍ଟା କରୁଛି କି କ୍ରାଇମବ୍ରାଞ୍ଚ? ତାକୁ ନେଇ ରାଜନୀତି ମହଲରେ ଜୋର ଚର୍ଚ୍ଚା ଧରିଛି। 

Advertisment

ଅଧିକ ପଢ଼ନ୍ତୁ: ବିଛଣାରେ ଘାଣ୍ଟି ହେଉଛନ୍ତି ୨୨ ବର୍ଷୀୟ ଅଙ୍କିତ; ସହାୟତା ପାଇଁ ମା’ର ଆକୁଳ ନିବେଦନ...

ଅନ୍ୟପକ୍ଷରେ ସାର୍ଟ ରଙ୍ଗ ବଦଳାଯାଇଛି, ତଦନ୍ତର ଢଙ୍ଗ ବଦଳାଯାଇଛି ତାହା ,ଏବେ ତଦନ୍ତ ସାପେକ୍ଷ ହୋଇଛି। ଅନ୍ୟପକ୍ଷରେ ପୂରା ପ୍ରକ୍ରିୟା ଦେଖିଲେ ଷଡ଼ଯନ୍ତ୍ର ଗନ୍ଧ ଡହ ଡହ ବାରି ହେଉଛି।

ସୂଚନାଯୋଗ୍ୟ, ୨୦୨୩ ଜାନୁୟାରୀ ୨୯ ତାରିଖରେ ରାଜ୍ୟର ତତକାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ ଏଏସଆଇ ନିଜ ସର୍ଭିସ ରିଭଲଭରରୁ କ୍ଲୋଜ୍ ରେଞ୍ଜରୁ ଫାୟାରିଂ କରି ହତ୍ୟା କରିଥିଲେ। ଏହି ପ୍ରଭାବଶାଳୀ ମନ୍ତ୍ରୀଙ୍କ ହତ୍ୟାର ତଦନ୍ତଭାର ତତକାଳୀନ ବିଜେଡି ସରକାର ଦ୍ୱାରା କ୍ରାଇମବ୍ରାଂଚକୁ ଦିଆଯାଇଥିଲା।

୨୦୨୩ ମେ’ ମାସରେ କ୍ରାଇମବ୍ରାଂଚ ୫୪୩ ପୃଷ୍ଠାର ଚାର୍ଜସିଟ୍ ମଧ୍ୟ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ଦାଖଲ କଲା। କିନ୍ତୁ ନବ ଦାସଙ୍କୁ କେଉଁ କାରଣରୁ ହତ୍ୟା କରାଗଲା ତାହା ଏବେବି ରହସ୍ୟମୟ ହୋଇ ରହିଛି।

ଅଧିକ ପଢ଼ନ୍ତୁ: ନବଙ୍କ ହତ୍ୟାକାଣ୍ଡ: ମୁଖ୍ୟ ଷଡ଼ଯନ୍ତ୍ରକାରୀ କିଏ ? ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ଦୀପାଳି...

Murder Naba Das Health Minister Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ