Advertisment

ମଡେଲିଂ ନାଁରେ ଲୁଟ୍‌ର ଶିକାର ହେଲେ ଫ୍ୟାସନ୍ ଡିଜାଇନିଂ ଛାତ୍ରୀ

ଟଙ୍କା ନେବା ପରେ ସେ ଆଉ ଧରା ଛୁଆଁ ଦେଇନଥିଲା। ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ଛାତ୍ରୀ।ଅଭିଯୁକ୍ତ ନାଁରେ ପୂର୍ବରୁ ସହିଦ ନଗର ଥାନାରେ ମଧ୍ୟ ଠକେଇ ମାମଲା ରହିଥିବା ପୋଲିସ କହିଛି।

ଅଦ୍ୟତନ ହୋଇଛି
ଠକେଇରେ ଶିକାର ହୋଇଥିବା ଛାତ୍ରୀ ଓ ଅଭିଯୁକ୍ତ

ଠକେଇରେ ଶିକାର ହୋଇଥିବା ଛାତ୍ରୀ ଓ ଅଭିଯୁକ୍ତ

Advertisment

ଭୁବନେଶ୍ୱର: ମଡେଲିଂ କରିବାର ପ୍ରଲୋଭନ ଦେଖାଇ ଫ୍ୟାସନ୍ ଡିଜାଇନିଂ ଛାତ୍ରୀଙ୍କୁ ଠକେଇ ଅଭିଯୋଗ। ଏକକାଳୀନ ୧୯ ଜଣ ଛାତ୍ରୀଙ୍କୁ ଠକେଇ ଅଭିଯୋଗ ହୋଇଛି। ଛାତ୍ରୀଙ୍କଠାରୁ ଦଲାଲ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଯୁବକର ନାଁ ଅବିନାଶ ରାଉତ। ନିଜକୁ ବଲିଉଡର ନିର୍ଦ୍ଦେଶକ ଓ ପ୍ରଯୋଜକ କହି ସେ ଛାତ୍ରୀମାନଙ୍କ ଠାରୁ ଟଙ୍କା ନେଇଥିଲା। ନାମିଦାମୀ ବ୍ରାଣ୍ଡର ବିଜ୍ଞାପନରେ ମଡେଲିଂ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। 

Advertisment

ତେବେ ଟଙ୍କା ନେବା ପରେ ସେ ଆଉ ଧରା ଛୁଆଁ ଦେଇନଥିଲା। ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ଛାତ୍ରୀ।ଅଭିଯୁକ୍ତ ନାଁରେ ପୂର୍ବରୁ ସହିଦ ନଗର ଥାନାରେ ମଧ୍ୟ ଠକେଇ ମାମଲା ରହିଥିବା ପୋଲିସ କହିଛି।

ଅଭିଯୋଗକାରୀ ଛାତ୍ରୀ ଅନୁପ୍ରିୟା ଚାନ୍ଦ କହିଛନ୍ତି-“ଅବିନାଶ ରାଉତ ନିଜକୁ ବଲିଉଡ୍‌ର ଜଣେ ପ୍ରତିଷ୍ଠିତ ପ୍ରଯୋଜକ ଓ ସହକାରୀ ନିର୍ଦ୍ଦେଶକ କହିଥିଲେ। ସେ ଗୋଟିଏ ଚ୍ୟାନେଲର ମାଲିକ। ବଲିଉଡ୍‌ ୨୪ ନ୍ୟୁଜ୍‌ ତାଙ୍କ ଚ୍ୟାନେଲର ନାଁ। ଏହି ଚ୍ୟାନେଲ୍‌କୁ ବହୁ ଲୋକ ଜାଣିଛନ୍ତି ବୋଲି କହିଥିଲେ। ଏହାଛଡ଼ା ଗୋଟିଏ ଆଡ୍‌ କରିବାକୁ ସେ ମୋତେ କହିଥିଲେ। ତାଙ୍କ କଥାରେ ମୁଁ ରାଜି ହୋଇଥିଲି। ଏଥିପାଇଁ ୧୮ ହଜାର ଟଙ୍କା ଦରମା ମିଳିବ କିନ୍ତୁ ୧୦ % ଅର୍ଥାତ ୩୨୦୦ ଟଙ୍କା କଷ୍ଟ୍ୟୁମ୍‌ ପାଇଁ ଦେବାକୁ ପଡ଼ିବ ବୋଲି କହିଥିଲେ। ତାଙ୍କ କଥାରେ ପଡ଼ି ଟଙ୍କା ଦେଇଥିଲି। ସେ ମୋଠାରୁ ୮୦ ହଜାର ଟଙ୍କା ଠକିଛି।”

Advertisment
Student Fashion Design Modelling
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ