Advertisment

ସ୍ୱାମୀ ଧୋକା ଦେବାରୁ ମହିଳା ସାମ୍ବାଦିକଙ୍କ ଆତ୍ମହତ୍ୟା ! ଭାଇରାଲ ଭିଡିଓ...

କ୍ୟାପିଟାଲ୍ ଥାନା ପୋଲିସ ଘଟଣାସ୍ଥଳରେ ଛାନଭିନ ଚଳାଇଥିବା ବେଳେ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।

ଅଦ୍ୟତନ ହୋଇଛି
Journalist Suicide

Journalist Suicide

Advertisment

ରାଜଧାନୀରେ ମହିଳା ସାମ୍ବାଦିକଙ୍କ ଆତ୍ମହତ୍ୟା ଅଭିଯୋଗ। ରେଳ ଧାରଣାକୁ ଡେଇଁ ଜୀବନ ହାରିଲେ ସାମ୍ବାଦିକା । ବୁଧବାର ସନ୍ଧ୍ୟାରେ ରାଜଧାନୀର ବାପୁଜୀ ନଗର ଅଞ୍ଚଳରେ ସଂପୃକ୍ତ ସାମ୍ବାଦିକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ସାମ୍ବାଦିକଙ୍କ ନାଁ ମଧୁମିତା ପରିଡା। ସେ ଏକ ୱେବ ଚ୍ୟାନେଲରେ କାମ କରୁଥିଲେ।

Advertisment

ଉକ୍ତ ସାମ୍ବାଦିକା ଭୁବନେଶ୍ୱର ବାପୁଜୀନଗର ଅଂଚଳରେ ଏକ ଭଡା ଘରେ ରହୁଥିଲେ। ତାଙ୍କ ସ୍ୱାମୀ ବାହାରେ ରହୁଥିବା ଜଣାପଡିଛି। ତେବେ ଦାମ୍ପତ୍ୟ କଳିରୁ ସେ ଜୀବନ ହାରିଥିବା ସନ୍ଦେହ କରାଯାଉଛି। କ୍ୟାପିଟାଲ୍ ଥାନା ପୋଲିସ ଘଟଣାସ୍ଥଳରେ ଛାନଭିନ ଚଳାଇଥିବା ବେଳେ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।

ସେପଟେ ମୃତ୍ୟୁ ପୂର୍ବରୁ ସଂପୃକ୍ତ ସାମ୍ବାଦିକାଙ୍କ ଏକ ଭିଡିଓ ବାର୍ତ୍ତା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ ସେ ନିଜ ମାଙ୍କୁ କ୍ଷମା ମାଗୁଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କୁ ଧୋକ୍କା ଦେଇଥିବା କଥା ବାରମ୍ବାର କହୁଥିବା ଲକ୍ଷ୍ୟ କରାଯାଇଛି। ସ୍ୱାମୀ ଆଉ ଜଣକ ସହ ସମ୍ପର୍କରେ ଅଛନ୍ତି । ମୋ ସହ ଆଉ ରହିବେନି ବୋଲି କହୁଛନ୍ତି । ତାଙ୍କୁ ସମସ୍ତେ ବୁଝାଇଲେ ହେଲେ ସେ ବୁଝିଲେନି । ଛୁଟିରେ ରହିଲେ ଆମର ଝଗଡା ହେଉଛି । କ୍ଷମା କରିଦେବ ମୋତେ, ମୁଁ ଆଉ ସହିପାରୁନି ବୋଲି ଭିଡିଓରେ ମହିଳା ସାମ୍ବାଦିକ ଜଣକ କହୁଛନ୍ତି ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ