/odishatv-khabar/media/post_attachments/uploadimage/library/16_9/16_9_0/s_1672556534.jpg)
A tailor Allegedly Murder In Bolangir For Rs 6,000
୬ ହଜାର ଟଙ୍କା ପାଇଁ ଜୀବନ ଚାଲିଗଲା ! ଜଣେ ଟେଲରଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବର୍ଷର ଶେଷ ଦିନରେ ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ତଅଁଳା ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ତଅଁଳା ଗାଁର ପୁରୁଷୋତ୍ତମ ବେହେରା। ସେ ଟେଲରିଂ କାମ କରୁଥିଲେ।
ସୂଚନା ଅନୁସାରେ, ତଅଁଳା ଗାଁର ଜଣେ ବ୍ୟକ୍ତି ପୁରୁଷୋତ୍ତମଙ୍କ ଠାରୁ ୬ ହଜାର ଟଙ୍କା ନେଇଥିଲେ। ବାରମ୍ବାର ଟଙ୍କା ମାଗିବା ପରେ ମଧ୍ୟ ସେ ଟଙ୍କା ଫେରାଉ ନଥିଲେ। ଗତକାଲି ସମ୍ପୃକ୍ତ ବ୍ୟକ୍ତି ପୁରୋଷୋତ୍ତମଙ୍କୁ ଫୋନ କରି ଭୋଜି କରିବା ସହ ଟଙ୍କା ଫେରାଇ ଦେବି କହି ଡାକିଥିଲେ। ପୁରୋଷୋତ୍ତମ ମଧ୍ୟ ଘରୁ ବାହାରି ଯାଇଥିଲେ। ହେଲେ ସନ୍ଧ୍ୟା ହୋଇଯାଇଥିଲେ ମଧ୍ୟ ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ। ଗାଁ ନର୍ସରୀ ନିକଟରେ ପୁରୋଷୋତ୍ତମଙ୍କ ବାଇକ ଥିବା ଲୋକେ ଦେଖିଥିଲେ। ପରେ ଛାନ୍ଭିନ୍ କରିବାରୁ ନିକଟରେ ଥିବା ଏକ ନାଳରୁ ତାଙ୍କ ମୃତଦେହ ମିଳିଥିଲା।
ତଣ୍ଟି କଟାଯାଇଥିବାରୁ, ତାଙ୍କୁ ହତ୍ୟା କରାଯାଇଥିବା ପୁରୋଷୋତ୍ତମଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ବେଳପଡା ପୋଲିସ୍ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି। ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ନୂଆବର୍ଷରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)