Advertisment

ରାତିରେ ଅଧା କଥାରୁ କଟିଗଲା ପୁଅର କଲ୍‌, ସକାଳେ ଆସିଲା ମୃତ୍ୟୁ ଖବର

ମୃତ ରାଜୁର ପିତାଙ୍କ କହିବା ଅନୁଯାୟୀ ରାତି ଗୋଟାଏ ବେଳେ ତାଙ୍କ ପୁଅର ମୋବାଇଲ‍୍‌ ଫୋନରୁ ତାଙ୍କୁ କଲ‍୍‌ ଯାଇଥିଲା। ପୁଅ କହିଥିଲା ଯେ କିଛି ଲୋକ ତାକୁ ମରାପିଟା କରୁଛନ୍ତି, ତିରିଶି ହଜାର ଟଙ୍କା ଦେଲେ ଛାଡିବେ ବୋଲି କହିବା ପରେ ଫୋନ କଟି ଯାଇଥିଲା। ସେ ସକାଳୁ ରାୟଗଡା ଆସିବା ବେଳେ ପୁଅର ମୃତ୍ୟୁ ଖବର ପାଇଥିଲେ।

ଅଦ୍ୟତନ ହୋଇଛି
Mysterious death

Mysterious death

Advertisment

ରାୟଗଡା: ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା। ଜଣେ ଯୁବ ଫଟୋଗ୍ରାଫର ବୋବିଲା ରାଜୁଙ୍କୁ ଗତ ରାତିରେ କେହି ଦୁର୍ବୃତ୍ତ ପିଟି ପିଟି ହତ୍ୟା କରିଛି। ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଘର ଭିତରେ ଫ୍ୟାନ‍୍‌ରେ ମୃତଦେହକୁ ଝୁଲାଇ ଦେଇଛି। ଏହି ଘଟଣା ଘଟିଛି ରାୟଗଡା ସହରରେ। ମୃତ ଫଟୋଗ୍ରାଫରଙ୍କ ନାଁ ବୋବିଲା ରାଜୁ। ପୋଲିସ୍, ସାଇଣ୍ଟିଫିକ୍ ଟିମ‍୍‌ ସହାୟତାରେ ଘଟଣାର ଛାନ୍‌ଭିନ‍୍‌ ଆରମ୍ଭ କରିଛି।

Advertisment

ବୋବିଲା ରାଜୁଙ୍କ ପିତାମାତା ଓ ସାନଭାଇ ତିନିଦିନ ତଳେ କୌଣସି କାମରେ ପାର୍ବତୀପୁର ଯାଇଥିଲେ। ରାଜୁ ଏକୁଟିଆ ଘରେ ରହୁଥିଲେ। ଆଜି(ବୁଧବାର) ସକାଳେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଘରଭିତରେ ପଡିଥିଲା। ଖବର ପାଇ ସଦର ଥାନା ପୋଲିସ‍୍‌ ପହଞ୍ଚି ଥିଲା। ପୋଲିସ‍୍‌ ସାଇଣ୍ଟିଫିକ୍ ଟିମ‍୍‌ ସହାୟତାରେ ଘଟଣାର ଛାନ୍‌ଭିନ‍୍‌ ଆରମ୍ଭ କରିଛି। ଯୁବକଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରିବା ପରେ ଘରକୁ ଆଣି ଫ୍ୟାନରେ ଝୁଲାଇ ଦିଆ ଯାଇଥିବା ଚର୍ଚ୍ଚା ହେଉଛି।

ମୃତ ରାଜୁର ପିତାଙ୍କ କହିବା ଅନୁଯାୟୀ ରାତି ଗୋଟାଏ ବେଳେ ତାଙ୍କ ପୁଅର ମୋବାଇଲ‍୍‌ ଫୋନରୁ ତାଙ୍କୁ କଲ‍୍‌ ଯାଇଥିଲା। ପୁଅ କହିଥିଲା ଯେ କିଛି ଲୋକ ତାକୁ ମରାପିଟା କରୁଛନ୍ତି, ତିରିଶି ହଜାର ଟଙ୍କା ଦେଲେ ଛାଡିବେ ବୋଲି କହିବା ପରେ ଫୋନ କଟି ଯାଇଥିଲା। ସେ ସକାଳୁ ରାୟଗଡା ଆସିବା ବେଳେ ପୁଅର ମୃତ୍ୟୁ ଖବର ପାଇଥିଲେ।

Advertisment
ମୃତ ରାଜୁ ରହୁଥିବା ଘରମୃତ ରାଜୁ ରହୁଥିବା ଘର

ମୃତକଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ ଆଜି ଭୋରରୁ ଜଣେ ମହିଳା ରାଜୁଙ୍କ ଘରକୁ ଆସି ଫ୍ୟାନରେ ଝୁଲୁଥିବା ମୃତଦେହକୁ ତଳକୁ ଓହ୍ଲାଇଥିଲେ। କିଛି ସମୟ ପରେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ସେଠାକୁ ଆସି ମୃତକଙ୍କ ପରିବାର ଲୋକଙ୍କୁ ଦେଖି ଦୌଡି ଚାଲିଯିବାକୁ ଚେଷ୍ଟା କରିଥିଲା। ହେଲେ ସେମାନେ ଉକ୍ତ ବ୍ୟକ୍ତିକୁ କାବୁକରି ପୋଲସ‍୍‌କୁ ଖବର ଦେଇଥିଲେ।

ସମ୍ପୃକ୍ତ ବ୍ୟକ୍ତିର ସ୍ତ୍ରୀ କହିଛନ୍ତି ଯେ ରାତିରେ କିଛି ଲୋକ ରାଜୁକୁ ପିଟିପିଟି ହତ୍ୟା କରିଛନ୍ତି। ଏହି ଘଟଣାରେ ରାୟଗଡା ସଦର ଥାନା ପୋଲିସ‍୍‌ ଏକ ମାମଲା ରୁଜୁକରି ଜଣେ ମହିଳାଙ୍କ ସମେତ ୩ ଜଣକୁ ଅଟକ ରଖି ପଚରାଉଚରା ଚଳାଇଛି। ପରକୀୟା ପ୍ରେମ ଜନିତ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ପୋଲିସ‍୍‌ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
Odisha News Rayagada Photographer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ