Advertisment

ସଂଘବଦ୍ଧ ଆକ୍ରମଣରେ ଆହତ ଯବାନଙ୍କ ମୃତ୍ୟୁ, ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଡିଲେଶ୍ୱରଙ୍କ ମୃତ୍ୟୁ ହୋଇଛି। ପୋଲିସ ଦୁଇଟି ଟିମ୍ ଗଠନ କରି ତଦନ୍ତ କରୁଛି। ଘଟଣାରେ ୪ ଅଭିଯୁକ୍ତ ସଂପୃକ୍ତ ଥିବା ଜଣାପଡ଼ିଥିବା ବେଳେ ଜଣକୁ ଅଟକ ରଖିଛି ପୋଲିସ ।

Murder in ganjam

Murder in ganjam

Advertisment

ଆର୍ମି ଯବାନଙ୍କୁ ପିଟି ପିଟି ହତ୍ୟା। ପୂର୍ବ ଶତ୍ରୁତାରୁ ଗଂଜାମ ଗୋପାଳପୁରରେ ଜଣେ ଯବାନଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। କାଳିପଲ୍ଲୀ ଗାଁର ଜେ ଡିଲେଶ୍ୱର ଗତ ରବିବାର ଗୋପାଳପୁରରୁ ଫେରୁଥିବା ବେଳେ ଚମାଖଣ୍ଡି ନିକଟ ହରିପୁର ଛକରେ ରେ ତାଙ୍କ ଉପରେ କିଛି ଯୁବକ ଆକ୍ରମଣ କରିଥିଲେ। ପ୍ରଥମେ ବ୍ରହ୍ମପୁର ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା।

Advertisment

ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଡିଲେଶ୍ୱରଙ୍କ ମୃତ୍ୟୁ ହୋଇଛି। ପୋଲିସ ଦୁଇଟି ଟିମ୍ ଗଠନ କରି ତଦନ୍ତ କରୁଛି। ଘଟଣାରେ ୪ ଅଭିଯୁକ୍ତ ସଂପୃକ୍ତ ଥିବା ଜଣାପଡ଼ିଥିବା ବେଳେ ଜଣକୁ ଅଟକ ରଖିଛି ପୋଲିସ। ଡିଲେଶ୍ୱର ଆର୍ମିରେ ଚାକିରି କରୁଥିଲେ। ସେ ଏବେ ଛୁଟିରେ ଆସିଥିଲେ। ତାଙ୍କର ୧୦ ଦିନର ଏକ କନ୍ୟା ସନ୍ତାନ ଥିବା ସୂଚନା ମିଳିଛି।

Murder Odisha Ganjam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ