Crime
Advertisment
ଅଭାବନୀୟ ଘଟଣା । ଜଜ୍ଙ୍କ ଆଗରେ ବିଷ ପିଇଲେ ମହିଳା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ । ବାଲେଶ୍ୱର କୋର୍ଟରେ ଜଣେ ମହିଳା ଆଇନ୍ଜୀବୀ, ଜଜ୍ଙ୍କ ଆଗରେ ବିଷ ପିଇଦେଇଛନ୍ତି । ସ୍ୱାମୀଙ୍କ ସହ ସମ୍ପର୍କ ଭଲ ନଥିବାରୁ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ମହିଳା ଜଣକ ମାମଲା ରୁଜୁ କରିଥିଲେ । ଆଜି ବିଚାରପତି ଉଭୟଙ୍କୁ ଜେରା କରିଥିଲେ । ଜେରା ସମୟରେ ମହିଳା ଜଣକ ଅତିଷ୍ଠ ହୋଇ ବ୍ୟାଗରୁ ବିଷ କାଢି ଜଜ୍ଙ୍କ ଆଗରେ ପିଇଦେଇଥିଲେ । ଏହାପରେ ଅନ୍ୟ ଓକିଲ ବନ୍ଧୁମାନେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏବେ ମହିଳାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Crime_1652274775.jpg)