Advertisment

'ରାଧେ ସ୍ତ୍ରୀ ଦେଇଥିବା ବ୍ୟାଗ୍‌ ମମିତାଙ୍କର ନୁହେଁ'

କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ମାମଲାରେ ଖୋଲତାଡ଼ ଜାରି ରହିଛି। ଯଦି, ଏହି ବ୍ୟାଗଟି ମମିତାଙ୍କ ନୁହେଁ ତେବେ କାହାର ? ବ୍ୟାଗ୍‌ରେ କଣ ରହିଛି ? ବ୍ୟାଗ୍ ରାଧେ ଘରକୁ କିପରି ଆସିଲା ଓ କିଏ ଆଣିଲା ? ଏସବୁ ପ୍ରଶ୍ନବାଚୀ ଏବେ ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
Mamita Meher Death Case

Mamita Meher Death Case

Advertisment

ବଲାଙ୍ଗିର: ବ୍ୟାଗ୍ କାହାର? ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଅନ୍ୟତମ ଅଭିଯୁକ୍ତ ରାଧେର ଘରୁ ମିଳିଥିବା ବ୍ୟାଗକୁ ନେଇ ଏବେ ସନ୍ଦେହ ବଢ଼ିଛି। କାରଣ ମିଳିଥିବା ବ୍ୟାଗଟି ମମିତାଙ୍କ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏହାକୁ ଆଜି ଖଣ୍ଡନ କରିଛି ବଲାଙ୍ଗିର ପୋଲିସ୍। ବ୍ୟାଗ୍ ସମ୍ପର୍କରେ ମମିତାଙ୍କ ପରିବାରଲୋକେ କିଛି କହିନାହାନ୍ତି। ତେଣୁ ଏହା ମମିତାଙ୍କ ବ୍ୟାଗ୍ ନୁହେଁ ବୋଲି ପୋଲିସ୍ କହିଛି। 

Advertisment

ଯଦି, ଏହି ବ୍ୟାଗଟି ମମିତାଙ୍କ ନୁହେଁ ତେବେ କାହାର ? ବ୍ୟାଗ୍‌ରେ କଣ ରହିଛି ? ବ୍ୟାଗ୍ ରାଧେ ଘରକୁ କିପରି ଆସିଲା ଓ କିଏ ଆଣିଲା ? ଏସବୁ ପ୍ରଶ୍ନବାଚୀ ଏବେ ସୃଷ୍ଟି ହୋଇଛି। ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ଗୋଟିଏ ପରେ ସସ୍‌ପେନ୍ସ ମଧ୍ୟ ବଢ଼ିବାରେ ଲାଗିଛି। ମମିତାଙ୍କ ବ୍ୟାଗ୍ ସହ ମୋବାଇଲ୍‌କୁ ନେଇ ସସ୍‌ପେନ୍ସ ବଢ଼ି ଚାଲିଛି।

କ୍ରାଇମ୍ ସିନ୍ ରିକ୍ରିଏଟ୍ ବେଳେ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କହିଛି, ହତ୍ୟା ପରେ ଏକ ଗାତରେ ମମିତାଙ୍କୁ ଜାଳି ଦେଇଛି। ହେଲେ ଗୋବିନ୍ଦର ସହଯୋଗୀ ରାଧେର ପତ୍ନୀ କହିଛନ୍ତି, ତାଙ୍କ ଘରୁ ମିଳିଛି ବ୍ୟାଗ୍ ସହ ମୋବାଇଲ୍, ଚାର୍ଜର, କିଛି ମେଡ଼ିସିନ୍ ଏବଂ ୩ ହଳ ଲେଡିଜ୍ ଡ୍ରେସ୍।  ତେବେ ବ୍ୟାଗ୍‌କୁ ଗଣମାଧ୍ୟମ ଆଗରେ ଦେଖାଇବା ପାଇଁ ଆଣିବା ପୂର୍ବରୁ ସେଥିରେ ମୋବାଇଲ୍ ଥିବା ଜାଣିବା ପରେ ତତ୍‌କ୍ଷଣାତ ସେହି ବ୍ୟାଗ‌କୁ ପୋଲିସ ଝାମ୍ପି ନେଇଥିବା ରାଧେର ପତ୍ନୀ କହିଛନ୍ତି। 

Advertisment

କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ମାମଲାରେ ଖୋଲତାଡ଼ ଜାରି ରହିଛି। ଆଜି ମମିତାଙ୍କ ପରିବାରଲୋକଙ୍କୁ ସୁନା ଚେନ୍ ଓ ପାଉଁଜିକୁ ହସ୍ତାନ୍ତର କରାଯାଇଛି। ମହାଲିଙ୍ଗ ଷ୍ଟାଡିୟମ୍‌ରେ ମମିତାଙ୍କ ମୃତଦେହ ପୋତା ଯାଇଥିବା ସ୍ଥାନରୁ ମିଳିଥିଲା। ତେବେ ପାଉଁଜି ଓ ସୁନା ଚେନକୁ ଘର ଲୋକଙ୍କୁ ଦିଆଯାଇଛି। ପରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟିଛନ୍ତି ମମିତାଙ୍କ ବାପା, ମାଆ। ଜିଲ୍ଲାପାଳଙ୍କୁ ଭେଟିବା ପରେ ମନୋହରପୁର ରିଜର୍ଭରେ ଉତ୍ତରାଞ୍ଚଳ ଡିଆଇଜି, ଏସ୍ପିଙ୍କ ସହ ଆଲୋଚନା କରିଛନ୍ତି। 

Bolangir Mamita Meher Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ