Advertisment

ଆତ୍ମହତ୍ୟା କଲେ ୯ ବର୍ଷୀୟ ‘ଇନ୍‌ଷ୍ଟା କ୍ୱିନ୍‌’ !

ସାମାନ୍ୟ କଥାକୁ ନେଇ ଜୀବନ ହାରିଲେ ୯ ବର୍ଷୀୟ ବାଳିକା। ବାପା ପାଠ ପଢ଼ିବା ପାଇଁ କହିବାରୁ ନାବାଳିକା ଜଣକ ଏଭଳି ଚରମ ପଦକ୍ଷେପ ନେଇଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
9 Year Old 'Insta Queen' Dies By Suicide

9 year old Insta Queen dies by suicide

ସାମାନ୍ୟ କଥାକୁ ନେଇ ଜୀବନ ହାରିଲେ ୯ ବର୍ଷୀୟ ବାଳିକା। ବାପା ପାଠ ପଢ଼ିବା ପାଇଁ କହିବାରୁ ନାବାଳିକା ଜଣକ ଏଭଳି ଚରମ ପଦକ୍ଷେପ ନେଇଥିବା ସୂଚନା ମିଳିଛି। ତାମିଲନାଡୁର ପୋରିୟାକୁପ୍ପମରେ ସୋମବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତ ନାବାଳିକାଙ୍କ ନାଁ ପ୍ରତୀକ୍ଷା। ପଡ଼ୋଶୀମାନେ ପ୍ରତୀକ୍ଷାଙ୍କୁ ‘ଇନ୍‌ଷ୍ଟା କ୍ୱିନ୍’ ବୋଲି ଡାକୁଥିଲେ।

Advertisment

ଅଧିକ ପଢ଼ନ୍ତୁ: ରାଜ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା ! ଡିଜେ ଆଜେକ୍ସ ଠାରୁ ଆରମ୍ଭ କରି ରୁଚିସ୍ମିତାଙ୍କ ପର୍ଯ୍ୟନ୍ତ . .

ପ୍ରତୀକ୍ଷାଙ୍କୁ ଘର ବାହାରେ ଖେଳୁଥିବା ଦେଖି ବାପା କ୍ରିଷ୍ଣାମୂର୍ତ୍ତି ପାଠ ପଢ଼ିବା ପାଇଁ କହିଥିଲେ। ଏହାପରେ ଘରର ଚାବି ଦେଇ ବାଇକ୍‌ରେ ପେଟ୍ରୋଲ ଭର୍ତ୍ତି କରିବା ପାଇଁ କ୍ରିଷ୍ଣାମୂର୍ତ୍ତି ବାହାରକୁ ଯାଇଥିଲେ। ରାତି ୮ଟାରେ ଘରେ ପହଞ୍ଚିବା ପରେ ଦେଖିଥିଲେ ଘରର କବାଟ ବନ୍ଦ ଅଛି। ଏହାଦେଖି କବାଟ ଖୋଲିବା ପାଇଁ ସେ ଝିଅକୁ ଡାକିଥିଲେ। ହେଲେ ପ୍ରତୀକ୍ଷା କୌଣସି ଜବାବ ଦେଇନଥିଲେ। ଏଥିରେ ଚିନ୍ତାରେ ପଡ଼ି କ୍ରିଷ୍ଣାମୂର୍ତ୍ତି ଝରକା ଭାଙ୍ଗି ଘର ଭିତରକୁ ପଶିଥିଲେ। 

Advertisment

ହେଲେ ଏହାପରେ ସେ ଯାହା ଦେଖିଥିଲେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ପ୍ରତୀକ୍ଷା ଟାୱେଲରେ ଝୁଲି ପଡ଼ିଥିବା ବେଳେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଦୁର୍ଭାଗ୍ୟବଶତଃ, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷେ ଘଟଣାକୁ ନେଇ ପୋଲିସ୍‌ ତଦନ୍ତ ଚଳାଇଛି। ପ୍ରକୃତରେ ତାଙ୍କ ମୃତ୍ୟୁ ପଛର କାରଣ କ’ଣ ସେନେଇ ପୋଲିସ୍‌ ତଦନ୍ତ କରୁଛି।

ସୂଚନାଥାଉ କି, ଗତବର୍ଷ ଡିସେମ୍ବରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ଉତ୍ତରପ୍ରଦେଶ ଲକ୍ଷ୍ନୌରେ ୧୦ ବର୍ଷୀୟ ଶିଶୁକୁ ମୋବାଇଲ୍‌ରେ ଗେମ୍ ଖେଳିବା ପାଇଁ ମନା କରିବାରୁ ସେ ଆତ୍ମହତ୍ୟା କରି ଦେଇଥିଲେ। ମା’ ଗାଳି କରିବାରୁ ଶିଶୁଟି ଏଭଳି ଚରମ ପଦକ୍ଷେପ ନେଇଥିଲା। 

Suicide Case
Advertisment
Advertisment