Child Abduction in Bhubaneswar
ବଡ଼ ଖବର। ପୁଣି ୮ ବର୍ଷର ପିଲାକୁ ଅପହରଣ । କିଛି ଘଣ୍ଟା ଭିତରେ ଉଦ୍ଧାର କଲା ପୋଲିସ। ଏମିତି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଏୟାରଫିଲ୍ଡ ଥାନା ପଞ୍ଚଗାଁ ନିକଟରୁ ପିଲାକୁ ଉଦ୍ଧାର କରିଛି ପୋଲିସ ।
ସୂଚନା ଅନୁସାରେ, ମୁଣ୍ଡରେ ବନ୍ଧୁକ ଲଗାଇ କଳା କାର୍ରେ ଅପହରଣ କରାଯାଇଥିଲା ବୋଲି ଜଣାପଡ଼ିଛି। ଅପହର୍ତ୍ତାମାନେ ୨୦ ଲକ୍ଷ ଟଙ୍କା ମାଗିଥିବା ନେଇ ସୂଚନା ମଧ୍ୟ ମିଳିଛି। ୩ଟି ପୋଲିସ ଟିମ୍ର ତ୍ବରିତ ପଦକ୍ଷେପ ଯୋଗୁଁ ପିଲା ଉଦ୍ଧାର ହୋଇଛି ବୋଲି ଜଣା ପଡ଼ିଛି।
ଅଧିକ ପଢ଼ନ୍ତୁ: ରାଜଧାନୀରୁ ଅପହୃତ ଶିଶୁ ବାଲେଶ୍ୱରରୁ ଉଦ୍ଧାର ; ମା’ ବଖାଣିଲେ ଛାତିଥରା କାହାଣୀ
କିଛିଦିନ ତଳେ ରାମ ମନ୍ଦିର ନିକଟରୁ ଜଣେ ପିଲାକୁ ଅପହରଣ ପରେ ସାରା ରାଜ୍ୟରେ ଚାଞ୍ଜଲ୍ୟ ଖେଳିଯାଇଥିଲା । ଦୀର୍ଘ ୫୦ ଘଣ୍ଟା ପରେ ଜୟନ୍ତୀଙ୍କ କୋଳକୁ ଫେରିଥିଲା ତାଙ୍କ ଆଖିର ତାରା କେଶବ। ତେବେ ୬ ବର୍ଷର ଝିଅ ଓ ପାଖରେ ଥିବା ଦେଢ଼ ବର୍ଷର ପୁଅକୁ ଧରି ରାମ ମନ୍ଦିର ନିକଟରେ ଆଶ୍ରୟ ନେଇଥିଲେ ମାଆ ଜୟନ୍ତୀ ମଲ୍ଲିକ । ଶନିବାର ରାତି ଥିଲା କାଳ ରାତ୍ରି। ରାତି ପ୍ରାୟ ୨ ଟା ୫୬ ମିନିଟରେ ଅପହରଣକାରୀ ରାଜଧାନୀର ଖାରବେଳ ନଗର ଥାନା ରାମ ମନ୍ଦିର ସମ୍ମୁଖରୁ ଦୃଷ୍ଟିବାଧିତ ମହିଳାଙ୍କ ଦେଢ ବର୍ଷର ପୁଅକୁ ଚୋରି କରିନେଇଥିଲା। ଏନେଇ ମହିଳା ଜଣଙ୍କ ଥାନାରେ ଦ୍ୱାରସ୍ଥ ହୋଇଥିଲେ। ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା।
ଅଭିଯୁକ୍ତ ଜଣଙ୍କ ଶିଶୁପୁତ୍ରକୁ ଷ୍ଟେସନ ବାଟ ଦେଇ ନେଇଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ଏହି ଫୁଟେଜକୁ ନେଇ ତନାଘନା ଆରମ୍ଭ କରିଥିଲା ପୋଲିସ। ପୋଲିସ ଜାଣିବାକୁ ପାଇଥିଲା ଶିଶୁଟିକୁ ଟ୍ରେନରେ ନେଇ ଯାଇଛି ଅଭିଯୁକ୍ତ। ଶେଷରେ ଖନ୍ତାପଡା ବୋଇତା ଗାଁରେ ଚଢାଉ କରି ଶିଶୁପୁତ୍ରକୁ ପୋଲିସ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ଅପହରଣ ୫୦ ଘଣ୍ଟା ପରେ ପ୍ରାୟ ୮ଟି ସିସିଟିଭି ଯାଞ୍ଚ ପରେ ପୋଲିସକୁ ମିଳିଥିଲା ଏହି ସଫଳତା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745311035.jpg)