Advertisment

College Student Gang-Rape: ସୈତାନ୍ ବୟଫ୍ରେଣ୍ଡର ସାଂଘାତିକ କାଣ୍ଡ; ପ୍ରେମିକାର ଆପତ୍ତିଜନକ ଭିଡ଼ିଓ ଉଠାଇ ଗଣଦୁଷ୍କର୍ମ

ପ୍ରେମର ଫାଇଦା ନେଇ ଯେଉଁ ଯୁବତୀଙ୍କୁ ଜନ୍ମଦିନ ପାଳିବାକୁ ଏକ ସାଇବର କାଫେକୁ ଡାକିଥିଲା ଏହି ସୈତାନ ପ୍ରେମିକ, ସେହି ଜନ୍ମଦିନରେ ଆପତ୍ତିଜନକ ଭିଡ଼ିଓ ରେକର୍ଡିଂ ସହ ବ୍ଲାକମେଲିଂ କରି ସାଙ୍ଗଙ୍କ ସହ କରିଚାଲିଥିଲା ଗଣଦୁଷ୍କର୍ମ।

undefined

Cuttack

Advertisment

ସିଲଭର୍ ସିଟିରେ ସୈତାନୀ କାଣ୍ଡ। ପ୍ରେମ ନାଁରେ ଧୋକେବାଜ୍ ପ୍ରେମିକର ବଦମାସୀ ଯୋଗୁ ଜଣେ ଯୁବତୀଙ୍କ କେବଳ ଯେ, ଇଜ୍ଜତ ମହତ୍ ଯାଇଛି ତା’ନୁହଁ। ବରଂ ବାଜିରେ ଲାଗିଛି ତାଙ୍କ ଭବିଷ୍ୟତ। ପ୍ରେମର ଫାଇଦା ନେଇ ଯେଉଁ ଯୁବତୀଙ୍କୁ ଜନ୍ମଦିନ ପାଳିବାକୁ ଏକ ସାଇବର କାଫେକୁ ଡାକିଥିଲା ଏହି ସୈତାନ ପ୍ରେମିକ, ସେହି ଜନ୍ମଦିନରେ ଆପତ୍ତିଜନକ ଭିଡ଼ିଓ ରେକର୍ଡିଂ ସହ ବ୍ଲାକମେଲିଂ କରି ସାଙ୍ଗଙ୍କ ସହ କରିଚାଲିଥିଲା ଗଣଦୁଷ୍କର୍ମ। ଶେଷରେ ପୀଡ଼ିତାଙ୍କ ଏତଲା ପରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବାବେଳେ ନାବାଳକ କାଫେ ମାଲିକକୁ ଧରି ପଚରାଉଚରା କରୁଛି।

Advertisment

ପ୍ରେମ ଆଳରେ ଜଣେ ଯୁବତୀଙ୍କ ସହ ଉଠାଇଥିବା ଆପତ୍ତିଜନକ ଭିଡ଼ିଓକୁ ଦେଖାଇ ପ୍ରଥମେ ବ୍ଲାକମେଲିଂ, ତା’ପରେ ଜଣଙ୍କ ପରେ ଜଣେ ସାଙ୍ଗଙ୍କ ଦ୍ବାରା ଗଣଦୁଷ୍କର୍ମ ଅଭିଯୋଗ। ହଜାରେ ବର୍ଷର ସହର କଟକରେ ମୁଣ୍ଡ ନୁଆଁଇଦେଲା ଭଳି ଘଟଣା । କଟକ ବାଦାମବାଡ଼ି ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ସାଙ୍ଗମାନଙ୍କ ସହ ମିଶି ପ୍ରେମିକ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଘଟଣାରେ ସଂପୃକ୍ତ ଜଣେ ନାବାଳକକୁ ଧରି ପୋଲିସ ପଚରାଉଚରା କରୁଛି।

ଅଧିକ ପଢ଼ନ୍ତୁ: ଆଗ ପାଦ ଛୁଇଁଲେ...ପରେ ଗୁଳି ମାରିଲେ, ଦାଦା-ପୁତୁରାଙ୍କୁ ମାରିଦେଲେ ଦୁର୍ବୃତ୍ତ

Advertisment

ଅପରପକ୍ଷେ ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ କରିଛି ପୋଲିସ। ତା’ସହ ଯେଉଁ ଆପତ୍ତିଜନକ ଭିଡିଓ ଦେଖାଇ ଗଣଦୁଷ୍କର୍ମ କରିଆସୁଥିଲେ ଅଭିଯୁକ୍ତମାନେ, ସେହି ଭିଡ଼ିଓ ଭାଇରାଲ୍ ହୋଇଛି ନା ନାହିଁ, ସମସ୍ତ ଅଭିଯୁକ୍ତଙ୍କ ମୋବାଇଲକୁ ସିଜ୍ କରି ଫରେନସିକ୍ ଲ୍ୟାବକୁ ପୋଲିସ ପଠାଇଛି।

ନଭେମ୍ବର ୪। ବାଦାମବାଡ଼ି ଥାନାକୁ ଯାଇ ବୟଫ୍ରେଣ୍ଡ ଆଶୁତୋଷ ସହ ୬ ଜଣଙ୍କ ବିରୋଧରେ ସଂଗୀନ ଅଭିଯାଗ ଆଣିଥିଲେ ପୀଡ଼ିତା କଲେଜ ଛାତ୍ରୀ। ତାଙ୍କ କହିବା କଥା, ଚାରିଆଡ଼େ ଦଶହରା ପାଇଁ ଥିଲା ଉତ୍ସବମୁଖର ପରିବେଶ। କଟକ ପୁରୀଘାଟ ଥାନା ଅଞ୍ଚଳର ଏକ କାଫେରେ ଜନ୍ମଦିନ ପାଳନ ପାଇଁ ବୟଫ୍ରେଣ୍ଡ୍ ସହ ଯାଇଥିଲେ ପୀଡ଼ିତା। ଆଉ ସେଲିବ୍ରେସନ ମୁଡ୍ ଭିତରେ ଛାତ୍ରୀଙ୍କ ଅଜାଣତରେ ଆପତ୍ତିଜନକ ଭାବେ ଭିଡ଼ିଓ ଉତ୍ତୋଳନ କରିଚାଲିଥିଲା ବସମାସ୍ ବୟଫ୍ରେଣ୍ଡ୍ ଆଶୁତୋଷ।

Advertisment

ଏଥିରେ ସହଯୋଗ କରିଥିଲା କାଫେ ଚଲାଉଥିବା ଭଗବତପୁର ଅଞ୍ଚଳର ଜଣେ ନାବାଳକ। ଆଉ ସେହି ଭିଡ଼ିଓକୁ ଦେଖାଇ ଆରମ୍ଭ କରିଥିଲେ ବ୍ଲାକମେଲ୍। ବୟଫ୍ରେଣ୍ଡ ଆଶୁତୋଷ ସହ ନାବାଳକ କାଫେ ମାଲିକ ଓ ଅନ୍ୟ ସାଙ୍ଗମାନେ ବାରଙ୍ଗ ଅଞ୍ଚଳକୁ ଡାକି ଏକ ଘରେ କରିଥିଲେ ଗଣଦୁଷ୍କର୍ମ। ଯାହାକୁ ନେଇ ଥାନାରେ ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ ପରେ ବାଦାମବାଡ଼ି ପୋଲିସ ୬ ଜଣଙ୍କୁ ଧରିଥିଲା। ଅଭିଯୁକ୍ତମାନେ ହେଲେ ଝାଞ୍ଜିରିମଙ୍ଗଳାର ୩, ଭଗବତପୁର ଅଞ୍ଚଳର କାଫେ ମାଲିକ, ବାରଙ୍ଗର ଜଣେ ଏବଂ ଅନ୍ୟ ଜଣେ ନୟାଗଡ଼ ଅଞ୍ଚଳର ।

ଅଧିକ ପଢ଼ନ୍ତୁ: College Student Gang Raped: କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ; ଆପତ୍ତିଜନକ ଭିଡିଓ ଉଠାଇ ବ୍ଲାକମେଲ୍ କରୁଥିଲା ବୟଫ୍ରେଣ୍ଡ୍ !

ସମାନ ଅଘଟଣ ଘଟିଥିଲା, ରାଜଧାନୀ ଭୁବନେଶ୍ବରରେ। ନୟାପଲ୍ଲୀ ଅଂଚଳର ଜଣେ ନାବାଳିକାକୁ ମୃଦ୍ୟୁପାନୀୟରେ ନିଶାଦ୍ରବ୍ୟ ମିଶାଇ ଗଣଦୁଷ୍କର୍ମ କରିଥିଲେ ୪ ଯୁବକ। ଆଉ ତା’ସହ ଭିଡ଼ିଓ ରେକର୍ଡିଂ କରି ବ୍ଲାକମେଲିଂ କରିବା ସହ ପୀଡ଼ିତାଙ୍କ ମା’ଙ୍କୁ ମାଗିଥିଲେ ଟଙ୍କା।ଏହି ଘଟଣାକୁ ସପ୍ତାହେ ନପୁରୁଣୁ କଟକରେ ଘଟିଛି କଳଙ୍କିତ କାଣ୍ଡ। ତେବେ ଟ୍ବିନସିଟିରେ କାହିଁକି ଘଟୁଛି ଏଭଳି କ୍ରମାଗତ ଅପରାଧ ? ଅଳ୍ପ ବୟସର ଯୁବକ ମାନଙ୍କ ଭିତରେ କାହିଁକି ଏତେ ବିଶୃଙ୍ଖିତ ଆଚରଣ ? ବିଶ୍ବାସରେ ବିଷଦେଇ ଏଭଳି ବ୍ଲାକମେଲିଂ ଫଣ୍ଡା ଆପଣାଇକୁ କେମିତି ସାହସ ପାଉଛନ୍ତି ଏହି ଯୁବଗୋଷ୍ଠୀ ? କେଉଁଠି ରହୁଛି ଭୁଲ୍ ?

Cuttack Cuttack Gangrape
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ